ଫୁଟବଲ୍ ବିଶ୍ୱକପ୍ ଦେଖିବା ପାଇଁ କତାର ଯାଉଥିବା ଯାତ୍ରୀଙ୍କ ପାଇଁ ୱିର ଶ୍ରେଷ୍ଠ ଆନ୍ତର୍ଜାତିକ ରୋମିଂ ପ୍ୟାକ୍‌

ଭୁବନେଶ୍ୱର: କତାରରେ ଫୁଟ୍‌ବଲ୍ ବିଶ୍ୱକପ୍ ଆରମ୍ଭ ହୋଇଯାଇଥିବା ବେଳେ ବହୁ ଭାରତୀୟ ଫୁଟ୍‌ବଲ୍ ମ୍ୟାଚ୍‌କୁ ଷ୍ଟାଡିୟମ୍‌ରେ ବସି ଦେଖିବା ଲାଗି କତାର ଯାଉଛନ୍ତି । ମ୍ୟାଚ୍ ଦେଖିବା ଏବଂ କତାର ବୁଲିବା ଲାଗି ଯାତ୍ରୀମାନେ ହାରାହାରି ଭାବେ ସେଠାରେ ୭ ଦିନ ରହିବେ ବୋଲି ଆଶା କରାଯାଉଛି ।
ଭାରତରୁ କାତାର ଯାଉଥିବା ସେଭଳି ଯାତ୍ରୀମାନଙ୍କ ଲାଗି ଭୋଡାଫୋନ୍ ଆଇଡିଆ ଲିମିଟେଡ୍ (ୱି) ପକ୍ଷରୁ ଶ୍ରେଷ୍ଠ ଆନ୍ତର୍ଜାତିକ ରୋମିଂ (ଆଇଆର୍‌) ପ୍ୟାକ୍‌ର ଶୁଭାରମ୍ଭ କରାଯାଇଛି । ସାତ ଦିନରୁ ଆରମ୍ଭ କରି ୨୮ ଦିନ ପର୍ଯ୍ୟନ୍ତର ବୈଧତା ଥିବା ଆଇଆର୍ ପ୍ୟାକ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଛି । ଏହା ଜରିଆରେ ସେମାନେ କତାର ର କୋଣ ଅନୁକୋଣରେ ଟେଲିକମ୍ ସେବା ପାଇପାରିବେ । ଏକମାତ୍ର ଟେଲିକମ୍ ଅପରେଟର୍ ଭାବେ ୱି ପକ୍ଷରୁ ୭ ଦିନିଆ ଆନ୍ତର୍ଜାତିକ ରୋମିଂ ପ୍ୟାକ୍ ପ୍ରଦାନ କରାଯାଉଛି ଯାହା ଗ୍ରାହକମାନଙ୍କୁ ବେଶ୍ ପସନ୍ଦ ଆସିଥିବା ବେଳେ ସେମାନଙ୍କ ପାଇଁ ଭାଲ୍ୟୁ ଫର୍ ମନି ସାବ୍ୟସ୍ତ ହୋଇଛି ।
ୱିର ଆନ୍ତର୍ଜାତିକ ରୋମିଂ ପ୍ୟାକ୍‌ରେ ବିପୁଳ ଡାଟା ପ୍ରଦାନ କରାଯାଉଥିବାରୁ ଗ୍ରାହକମାନେ ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ଏବଂ ସୋସିଆଲ୍ ମିଡିଆ ରେ ପୋଷ୍ଟ କରିପାରିବେ ଏବଂ ଅବାଧରେ ଚଳପ୍ରଚଳ କରିପାରିବେ ।
୭ ଦିନିଆ ଆଇଆର୍ ପ୍ୟାକ୍‌ର ମୂଲ୍ୟ ୨୯୯୯ ଟଙ୍କା ରହିଥିବା ବେଳେ ୧୦ ଦିନିଆ ପ୍ୟାକ୍‌ର ଦାମ୍ ୩,୯୯୯ ଟଙ୍କା, ୧୪ ଦିନିଆ ପ୍ୟାକ୍‌ର ଦାମ୍ ୪,୪୯୯ ଟଙ୍କା ଏବଂ ୨୮ ଦିନିଆ ପ୍ୟାକ୍‌ର ଦାମ୍ ୫,୯୯୯ ଟଙ୍କା ରହିଛି । ୨୯୯୯ ଟଙ୍କିଆ ପ୍ୟାକ୍‌ରେ ୨ ଜିବି ଡାଟା, ୨୦୦ ମିନିଟ୍‌ର ଭାରତକୁ ଲୋକାଲ୍ କଲ୍ କରିବା ସୁବିଧା, ବିଶ୍ୱର ଅନ୍ୟ ସ୍ଥାନକୁ ମିନିଟ୍ ପିଛା ୩୫ ଟଙ୍କାରେ କଲ୍‌, ୨୫ ଏସ୍‌ଏମ୍‌ଏସ୍ ଆଦି ସୁବିଧା ମିଳିବ । ସେହିପରି ୩,୯୯୯ ଟଙ୍କିଆ ପ୍ୟାକ୍‌ରେ ୩ ଜିବି ଡାଟା, ଭାରତକୁ ୩୦୦ ମିନିଟ୍ ଲୋକାଲ୍ କଲ୍‌, ଅନ୍ୟ ଦେଶକୁ ମିନିଟ୍ ପିଛା ୩୫ ଟଙ୍କାରେ କଲ୍ ଏବଂ ୫୦ ଏସ୍‌ଏମ୍‌ଏସ୍ ମିଳିବ । ୪,୪୯୯ ଟଙ୍କିଆ ପ୍ୟାକ୍‌ରେ ୫ ଜିବି ଡାଟା, ୫୦୦ ମିନିଟ୍ ଭାରତକୁ ଲୋକାଲ୍ କଲ୍‌, ଅନ୍ୟ ଦେଶକୁ ମିନିଟ୍ ପିଛା ୩୫ ଟଙ୍କାରେ କଲ୍ ଏବଂ ୧୦୦ ଏସ୍‌ଏମ୍‌ଏସ୍ ମିଳିବ । ୫,୯୯୯ ଟଙ୍କିଆ ପ୍ୟାକ୍‌ରେ ୫ ଜିବି ଡାଟା, ୫୦୦ ମିନିଟ୍ ଭାରତକୁ ଲୋକାଲ୍ କଲ୍‌, ଅନ୍ୟ ଦେଶକୁ ମିନିଟ୍ ପିଛା ୩୫ ଟଙ୍କାରେ କଲ୍ ଏବଂ ୧୦୦ ଏସ୍‌ଏମ୍‌ଏସ୍ ମିଳିବ । ସବୁ ପ୍ଲାନ୍‌ରେ ଇନକମିଂ ମାଗଣା ରହିଛି ।

Share

Leave a Reply

Your email address will not be published. Required fields are marked *

one × 3 =