Thursday, October 29, 2026
Business

ବେଦାନ୍ତ ଲିମିଟେଡ୍ ର ଦ୍ୱିତୀୟ ତ୍ରୈମାସିକରେ ଏବିଟା ୧୦୬ ପ୍ରତିଶତ ବୃଦ୍ଧି ସହ ରେକର୍ଡ ୬,୨୦୨ କୋଟି ଟଙ୍କା ଲାଭ ହାସଲ

ଭୁବନେଶ୍ୱର: ବିଶ୍ୱ ପ୍ରାକୃତିକ ସମ୍ପଦ କ୍ଷେତ୍ର ପାଇଁ ଏକ ଐତିହାସିକ ଘୋଷଣା କ୍ରମରେ, ବେଦାନ୍ତ ଲିମିଟେଡ୍ ସେପ୍ଟେମ୍ବର ୩୦, ୨୦୨୬ ରେ ଶେଷ ହୋଇଥିବା ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ପାଇଁ ତାହାର ଅନଅଡିଟେଡ୍ ସଂଗଠିତ ଆର୍ଥିକ ଫଳାଫଳ ପ୍ରକାଶ କରିଛି, ଯାହା ରେକର୍ଡ ଲାଭଦାୟକତା, କାର୍ଯ୍ୟଦକ୍ଷତା ଏବଂ ଦ୍ରୁତ ଋଣ ହ୍ରାସର ଏକ ଆକର୍ଷଣୀୟ ଚିତ୍ର ପ୍ରଦାନ କରୁଛି।
ମଜବୁତ କାର୍ଯ୍ୟକାରିତା ଏବଂ ସଂରଚନାତ୍ମକ ଖର୍ଚ୍ଚ ନିୟନ୍ତ୍ରଣ ଯୋଗୁଁ, କମ୍ପାନୀ ତାହାର ସର୍ବକାଳୀନ ଉଚ୍ଚତମ ତ୍ରୈମାସିକ କର-ପରବର୍ତ୍ତୀ ଲାଭ ୬,୨୦୨ କୋଟି ଟଙ୍କା ହାସଲ କରିଛି, ଯାହା ଗତ ବର୍ଷ ତୁଳନାରେ ୧୫୧ ପ୍ରତିଶତ ଅଧିକ। ତ୍ରୈମାସିକ ରାଜସ୍ୱ ୫୭ ପ୍ରତିଶତ ବୃଦ୍ଧି ପାଇ ୨୫,୮୧୨ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଅର୍ଦ୍ଧବାର୍ଷିକ ରାଜସ୍ୱକୁ ସର୍ବକାଳୀନ ଉଚ୍ଚତମ ୪୯,୨୬୮ କୋଟି ଟଙ୍କାକୁ ବୃଦ୍ଧି କରିଛି। ଏହି ଆର୍ଥିକ ଅଭିବୃଦ୍ଧିର ମୁଖ୍ୟ ଆଧାର ଥିଲା ରେକର୍ଡ ତ୍ରୈମାସିକ ଏବିଟା ୯,୯୩୮ କୋଟି ଟଙ୍କା(୧୦୬ ପ୍ରତିଶତ ବାର୍ଷିକ ବୃଦ୍ଧି), ଯାହା ଏବିଟା ମାର୍ଜିନ୍‌କୁ ୬୦ ପ୍ରତିଶତକୁ ପହଞ୍ଚାଇଛି।
ଏହି ତ୍ରୈମାସିକର ମୁଖ୍ୟ ଆକର୍ଷଣ ଥିଲା ବେଦାନ୍ତର ଦ୍ରୁତ ଋଣ ହ୍ରାସ ପ୍ରକ୍ରିୟା, ଯାହା କେବଳ ଦ୍ୱିତୀୟ ତ୍ରୈମାସିକରେ ହୋଇଥିବା ୫,୮୦୩ କୋଟି ଟଙ୍କାର ଶକ୍ତିଶାଳୀ ଫ୍ରି-କ୍ୟାଶ୍ ଫ୍ଲୋ ଦ୍ୱାରା ସମ୍ଭବ ହୋଇଛି। କମ୍ପାନୀ ଗୋଟିଏ ତ୍ରୈମାସିକ ମଧ୍ୟରେ ତାହାର ନିଟ୍ ଋଣ ୪,୬୨୪ କୋଟି ଟଙ୍କା ହ୍ରାସ କରି ୩,୬୭୫ କୋଟି ଟଙ୍କାରେ ପହଞ୍ଚାଇଛି, ଯାହା ଫଳରେ ନେଟ ଡେଟ୍‌-ଟୁ-ଏବିଟା ଅନୁପାତ ପ୍ରଥମ ତ୍ରୈମାସିକର ୦.୩ଗୁଣା ରୁ ସୁଧୁରି ଶିଳ୍ପ-ସର୍ବୋତ୍ତମ ୦.୧ଗୁଣା ହୋଇପାରିଛି। ୨୬,୬୨୨ କୋଟି ଟଙ୍କାର ନଗଦ ଏବଂ ନଗଦ ସମକକ୍ଷ ସହ ସୁଦୃଢ଼ ଲିକ୍ୟୁଡ଼ିଟିକୁ ଆଧାର କରି ରେଟିଂ ଏଜେନ୍ସି ଆଇସିଆରଏ ଏବଂ କ୍ରିସିଲ୍‌, ବେଦାନ୍ତର କ୍ରେଡିଟ୍ ରେଟିଂକୁ ଏଏ-ପ୍ଲସ୍‌/ଷ୍ଟେବଲ୍ ଭାବେ ନିର୍ଦ୍ଧାରିତ କରିଛନ୍ତି। ଏହି ଆର୍ଥିକ ଶକ୍ତି ଏବଂ ସେୟାରହୋଲ୍ଡରଙ୍କ ପ୍ରତି ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ବୋର୍ଡ ସେୟାର ପିଛା ୫ ଟଙ୍କାର ପ୍ରଥମ ଅନ୍ତରୀଣ ଲାଭାଂଶ ଘୋଷଣା କରିଛି।
ଜିଙ୍କ ଇଣ୍ଡିଆ ଦ୍ୱିତୀୟ ତ୍ରୈମାସିକରେ ୨୭୧ କିଲୋଟନର ରେକର୍ଡ ଖନନ ଧାତୁ ଉତ୍ପାଦନ ଏବଂ ୧୭୩ ଟନ୍ ର ରୂପା ଉତ୍ପାଦନ (୨୦ ପ୍ରତିଶତ ବାର୍ଷିକ ବୃଦ୍ଧି) ସହ ଆଗରେ ରହିଛି, ଯେଉଁଥିରେ ଜିଙ୍କ ଉତ୍ପାଦନ ଖର୍ଚ୍ଚ ୨୯ ପ୍ରତିଶତ ହ୍ରାସ ପାଇ ଟନ୍ ପିଛା ୭୦୩ ଡଲାରରେ ପହଞ୍ଚିଛି।
ଆନ୍ତର୍ଜାତୀୟ ସ୍ତରରେ, ଜିଙ୍କ ଇଣ୍ଟରନ୍ୟାସନାଲ୍ ଗାମ୍ସବର୍ଗ ଫେଜ୍‌-।। ର ଶୁଭାରମ୍ଭ କରିଛି, ଯାହା କ୍ଷମତାକୁ ବାର୍ଷିକ ୨୦୦ କିଲୋଟନ୍ ବୃଦ୍ଧି କରି ମୋଟ ବାର୍ଷିକ ୫୦୦ କିଲୋଟନ୍ ରେ ପହଞ୍ଚାଇଛି।
ଫାକୋର ୫୦ କିଲୋଟନ୍ ର ରେକର୍ଡ ତ୍ରୈମାସିକ ଓର ଉତ୍ପାଦନ ହାସଲ କରିବା ସହ ଓସ୍ତାପାଲ ଖଣିରୁ ପ୍ରଥମ ଟନ୍ ଭୂତଳ ଓର ନିଷ୍କାସନ କରିବାରେ ସଫଳ ହୋଇଛି, ଏବଂ ବିଶାଖାପାଟଣା ଜେନେରାଲ୍ କାର୍ଗୋ ବର୍ଥ ୧.୭୪ ମିଲିୟନ ମେଟ୍ରିକ ଟନ ର ରେକର୍ଡ ପ୍ରେରଣ ହାସଲ କରିଛି।
କପର ଇଣ୍ଡିଆ ୫୨ କିଲୋଟନ୍ ବିକ୍ରି (୧୬ ପ୍ରତିଶତ ବାର୍ଷିକ ବୃଦ୍ଧି) ହାସଲ କରିଥିବା ବେଳେ କେଏସ୍‌ଏ ରେ ବାର୍ଷିକ ୧୫୫ କିଲୋଟନ୍ ରଡ୍ ପ୍ଲାଣ୍ଟ ତୃତୀୟ ତ୍ରୈମାସିକରେ କାର୍ଯ୍ୟକ୍ଷମ କରିବାକୁକୁ ଯାଉଛି। ଏହା ବ୍ୟତୀତ, କମ୍ପାନୀ ତ୍ରୈମାସିକ ମଧ୍ୟରେ ୧,୧୩୫ କୋଟି ଟଙ୍କାର ଗ୍ରୋଥ୍ କ୍ୟାପେକ୍ସ ବିନିଯୋଗ କରିବା ସହ ୧୧ଟି ଜରୁରୀ ଖଣିଜ ବ୍ଲକ୍‌ର ବିକାଶ ଜାରି ରଖିଛି।
କାର୍ଯ୍ୟଦକ୍ଷତା ସମ୍ପର୍କରେ ମତାମତ ଦେଇ ବେଦାନ୍ତ ଲିମିଟେଡର ଏକ୍ସିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ଅରୁଣ ମିଶ୍ରା କହିଛନ୍ତି ଯେ “କମ୍ପାନୀ କ୍ରମାଗତ ୬ଷ୍ଠ ବର୍ଷ ପାଇଁ ରେକର୍ଡ ଅର୍ଦ୍ଧବାର୍ଷିକ ଖନନ ଧାତୁ ଉତ୍ପାଦନ ଏବଂ ଜିଙ୍କ ଇଣ୍ଡିଆରେ ସର୍ବୋତ୍ତମ ବିଶୋଧିତ ଧାତୁ ଉତ୍ପାଦନ ହାସଲ କରିଛି। ଏହି ମାଇଲଖୁଣ୍ଟ ସହିତ ବେଦାନ୍ତ କ୍ଷମତା ସମ୍ପ୍ରସାରଣ, ଖଣି ବିକାଶ ଏବଂ ସମ୍ପଦ ସୁରକ୍ଷା ପାଇଁ୧,୧୩୫ କୋଟି ଟଙ୍କା ବିନିଯୋଗ କରିଛି। ”
ଗ୍ରୁପ୍ ସିଏଫ୍‌ଓ ଶ୍ରୀ ଅଜୟ ଗୋଏଲ୍ କହିଛନ୍ତି ଯେ; “ଦୃଢ଼ ନଗଦ ପ୍ରବାହ କମ୍ପାନୀକୁ ନିଟ୍ ଋଣ ୩,୬୭୫ କୋଟି ଟଙ୍କାକୁ ହ୍ରାସ କରିବାରେ ସାହାଯ୍ୟ କରିଛି, ଯାହା ବେଦାନ୍ତକୁ ଆଗାମୀ ଦିନରେ ହିନ୍ଦୁସ୍ଥାନ ଜିଙ୍କ, ଜିଙ୍କ ଇଣ୍ଟରନ୍ୟାସନାଲ, ଫାକୋର, କପର, ପୋର୍ଟସ ଏବଂ କ୍ରିଟିକାଲ ମିନେରାଲ ବ୍ଲକ୍ସରେ ଅଭିବୃଦ୍ଧି ସହ ଆର୍ôଥକ ଶୃଙ୍ଖଳା ବଜାୟ ରଖିବାରେ ସାହାଯ୍ୟ କରିବ।”
ଆର୍ଥିକ ସଫଳତା ସହିତ ବେଦାନ୍ତ ତାହାର ପରିବେଶ, ସାମାଜିକ ଏବଂ ପରିଚାଳନା (ଇଏସଜି) ପ୍ରତିବଦ୍ଧତାକୁ ମଧ୍ୟ ସୁଦୃଢ଼ କରିଛି। ୮୦,୦୦୦ ରୁ ଅଧିକ କ୍ରିଟିକାଲ୍ ରିସ୍କ ମ୍ୟାନେଜମେଣ୍ଟ ଯାଞ୍ଚ ସହିତ ଲସ୍ ଟାଇମ୍ ଇଞ୍ଜୁରୀ ଫ୍ରିକ୍ୱେନ୍ସି ରେଟ୍ (ଏଲଟିଆଇଏଫ୍‌ଆର୍‌) ଦ୍ୱିତୀୟ ତ୍ରୈମାସିକରେ ର ୦.୭୦ ରୁ ୦.୫୦ କୁ ହ୍ରାସ ପାଇ ସୁରକ୍ଷା ବ୍ୟବସ୍ଥାରେ ସୁଧାର ଆଣିଛି। ମୋଟ ଗ୍ରୀନହାଉସ୍ ଗ୍ୟାସ୍ (ଜିଏଚଜି) ନିର୍ଗମନ ୧୯ ପ୍ରତିଶତ ହ୍ରାସ ପାଇଛି। ଜଳ ସଂରକ୍ଷଣ କ୍ଷେତ୍ରରେ କମ୍ପାନୀ ୧୨.୮ ନିୟୁତ କ୍ୟୁବିକ୍ ମି. ଜଳ ପୁନଃବ୍ୟବହାର କରି ୪୩ ପ୍ରତିଶତ ରିସାଇକ୍ଲିଂ ହାର ହାସଲ କରିଛି। ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ୦.୪୬ ନିୟୁତ ବ୍ୟକ୍ତି ଦକ୍ଷତା ଏବଂ ଶିକ୍ଷା ଦ୍ୱାରା ଉପକୃତ ହୋଇଥିବା ବେଳେ ସ୍ୱାସ୍ଥ୍ୟ, ପୋଷଣ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ୯.୦୪ ନିୟୁତ ମହିଳା ଓ ଶିଶୁଙ୍କ ନିକଟରେ ପହଞ୍ଚିପାରିଛି।

Share

Leave a Reply

Your email address will not be published. Required fields are marked *

one + 19 =