ଗ୍ରୀଷ୍ମର ସର୍ବୋଚ୍ଚ ବିଜୁଳି ଚାହିଦା ପୂରଣ କରିବାକୁ ଟିପିଏସ୍ଓଡିଏଲର ପ୍ରସ୍ତୁତି

* ସର୍ବୋଚ୍ଚ ବିଜୁଳି ଚାହିଦା ୮୨୦ ମେଗାୱାଟ୍ ହେବା ନେଇ ଆକଳନ
* ବିଭିନ୍ନ ଅଞ୍ଚଳରେ ପାଖାପାଖି ୫ ହଜାର କର୍ମଚାରୀ ନିୟୋଜିତ
ବ୍ରହ୍ମପୁର ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍), ଟାଟା ପାୱାର ଓ ଓଡିଶା ସରକାରଙ୍କର ଯୌଥ ଉଦ୍ୟୋଗ, ପକ୍ଷରୁ ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇଦେବା ଲକ୍ଷ୍ୟରେ ଗ୍ରୀଷ୍ମକାଳୀନ ପ୍ରସ୍ତୁତି କରାଯାଇଛି । ଆସନ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସର୍ବାଧିକ ଆନୁମାନିକ ବିଜୁଳି ଚାହିଦା ୮୨୦ ମେଗାୱାଟ୍ ରହିବ । ଏହାକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ରଖର ଗ୍ରୀଷ୍ମର ମୁକାବିଲା ନେଇ ଉଦ୍ୟମ ଆରମ୍ଭ କରିଛି ।
ପ୍ରଯୁକ୍ତିବିଦ୍ୟାର ପ୍ରୟୋଗରେ ସକ୍ରିୟ ତଦାରଖ –
ଫିଡରଗୁଡିକର କ୍ଷେତ୍ରୀୟ ସ୍ଥିତି ଯାଞ୍ଚ କରିବା ସହ ଏହାର ସଠିକ ତଦାରଖ ପାଇଁ ବ୍ରହ୍ମପୁର, ଜୟପୁର, ରାୟଗଡା ଓ ଭଞ୍ଜନଗରରେ ନିୟନ୍ତ୍ରଣ କେନ୍ଦ୍ରମାନ ପ୍ରତିଷ୍ଠା ହୋଇଛି । ୩୩ କେଭି ଫିଡର୍, ପ୍ରାଇମେରୀ ସବଷ୍ଟେସନ୍ ଓ ୧୧ କେଭି ଫିଡରର କାର୍ଯ୍ୟଦକ୍ଷତାକୁ ତଦାରଖ କରିବା ସହ ଏହାର ସୁପରିଚାଳନା ପାଇଁ କେନ୍ଦ୍ରୀଭୂତ ଶକ୍ତି ବ୍ୟବସ୍ଥା ନିୟନ୍ତ୍ରଣ କେନ୍ଦ୍ର (ପିଏସସିସି) ରହିଛି । କାର୍ଯ୍ୟକ୍ଷମ ନିରନ୍ତରତା ବଜାୟ ରଖିବା ପାଇଁ, କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଏବଂ ପିଏସସିସିରେ ୨୪୭ ଶକ୍ତି ବ୍ୟାକଅପ୍ ବ୍ୟବସ୍ଥା କରାଯାଇଛି ।
ଏହାସହ, ପିଏସସିସିରେ ସର୍କଲସ୍ତରୀୟ ମୋବାଇଲ ନମ୍ବରଗୁଡିକୁ ବ୍ୟବସ୍ଥିତ ଭାବେ ରଖାଯାଇଛି। ଯାହାଫଳରେ ସମୟସାପେକ୍ଷ ନିଷ୍ପତ୍ତି ନେବା ସମ୍ଭବପର ହୋଇପାରୁଥିବା ବେଳେ ସମୟ ଉପଯୋଗୀ ଯୋଗାଯୋଗ ସାଧନ ହୋଇପାରୁଛି। ଏହି କେନ୍ଦ୍ରଗୁଡିକରେ ପରିଚାଳନା ସୂଚନା ବ୍ୟବସ୍ଥା ( ଏମ୍ଆଇଏସ୍) ଲାଗୁ ହୋଇଛି ।
ସୁଦକ୍ଷ ଗ୍ରାହକ ସେବା ଓ ସହାୟତା:
ଗ୍ରାହକ ସେବା କ୍ଷେତ୍ରକୁ ଧ୍ୟାନ ଦେଇ ପାଖାପାଖି ପାଞ୍ଚ ହଜାର କର୍ମଚାରୀଙ୍କୁ ବିଜୁଳି ସେବାରେ ନିଯୁକ୍ତ କରାଯାଇଛି । ଏହାସହ ଏକ ଉତ୍ସର୍ଗୀକୃତ ବ୍ୟାକ୍ ଏଣ୍ଡ୍ ଫଲୋ ଅପ୍ ଡେସ୍କ ପ୍ରତିଷ୍ଠା ହୋଇଛି । ଯାହା କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବାରେ ସହାୟକ ହେବ । ବିଜୁଳି କାଟ୍ ସମୟରେ ଉପଭୋକ୍ତାମାନଙ୍କୁ ଏସ୍ଏମ୍ଏସ୍ ଜରିଆରେ ସୂଚନା ପ୍ରଦାନ ନେଇ ବ୍ୟବସ୍ଥା କରାଯାଇଛି । ପ୍ରେସ୍ ବିଜ୍ଞପ୍ତି, ଟେଲିଭିଜନ୍ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଉପଭୋକ୍ତାଙ୍କ ନିକଟରେ ବିଜୁଳ ସମ୍ପର୍କିତ ଜରୁରୀ ସୂଚନା ପହଞ୍ଚିବ । ଏହାସହ ପିକ୍ କଲ୍ ଟାଇମ୍ ସମୟରେ କଲ୍ ବ୍ୟାକ୍ ଭଳି ଅପସନକୁ ମଧ୍ୟ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଭାଷାରେ ବିଶେଷ କରି ଓଡ଼ିଆରେ କମ୍ପାନୀ ସୂଚନା ପ୍ରଦାନ କରିବ। ଟିପିଏସ୍ଓଡିଏଲର କାର୍ଯ୍ୟକ୍ଷେତ୍ର ମଧ୍ୟରେ ସମୁଦାୟ ୮୧୪ଟି ଫ୍ୟୁଜ୍ କଲ୍ ସେଣ୍ଟର ରହିଥିବା ବେଳେ ଫ୍ୟୁଜ୍ କଲ୍ ଅଭିଯୋଗଗୁଡିକ ଏଫସିସି ମୋବାଇଲ୍ ଆପ୍ ଜରିଆରେ ଦାଖଲ ହୋଇପାରିବ ।

ଏହାସହ, ୩୩ କେଭି ଓ ୧୧ କେଭି ବ୍ରେକ୍ ଡାଉନକୁ ନିୟନ୍ତ୍ରଣ କରିବା ପାଇଁ ସବଡିଭିଜନ୍ ସ୍ତରରେ ବ୍ରେକ୍ ଡାଉନ୍ ଟିମମାନ ଗଠିତ ହୋଇଛି । ରାତି ସମୟରେ ଓ ପିକ୍ ଆୱାରରେ ବିଜୁଳିଜନିତ ଅଭିଯୋଗର ତ୍ୱରିତ ସମାଧାନ ଉଦ୍ଦେଶ୍ୟରେ କଲ୍ ସେଣ୍ଟର ଏଜେଣ୍ଟମାନଙ୍କ ସଂଖ୍ୟାକୁ ବଢାଇ ଦିଆଯାଇଛି।
ସକ୍ରିୟ ରକ୍ଷଣାବେକ୍ଷଣ ଓ ନେଟୱାର୍କ ବୃଦ୍ଧି –
ନିୟମିତ ରକ୍ଷଣାବେକ୍ଷଣ ସମେତ ଗ୍ରୀଷ୍ଣ ପ୍ରସ୍ତୁତକୁ ପ୍ରାଥମିକତା ଦେଇ କମ୍ପାନୀ ୮୦ ପ୍ରତିଶତ ସବଷ୍ଟେସନଗୁଡିକର ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ କରିଛି । ଏହାସହ ୩୩ କେଭି ଓ ୧୧ କେଭି ଫିଡର୍ ରକ୍ଷଣାବେକ୍ଷଣ କାର୍ଯ୍ୟ ଶେଷ ହୋଇଛି । ୨୫୧ ପ୍ରାଇମେରୀ ସବଷ୍ଟେସନ (ପିଏସଏସ), ୪୧୩୭ କିଲୋମିଟର ୩୩ କେଭି ଫିଡର ଲାଇନ, ୧୮୭୩ କିଲୋମିଟର ସହରାଞ୍ଚଳ ଏବଂ ଜଟିଳ ଫିଡର ଲାଇନ, ୧୭,୪୮୪ କିଲୋମିଟର ଗ୍ରାମୀଣ ଫିଡର ଲାଇନ ଏବଂ ୧୦,୫୨୬ ବିତରଣ ସବଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ସମାପ୍ତ ହୋଇଛି ।
କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବାକୁ, ଟିପିଏସ୍ଓଡିଏଲ୍ ୧୯ ଟି ଡିଭିଜନରେ ୨୦୫ଟି ଟ୍ରି ପ୍ରୁନର୍ ନିୟୋଜିତ କରିଛି | ସର୍ବୋଚ୍ଚ କାର୍ଯ୍ୟଦକ୍ଷତା ବଜାୟ ରଖିବା ପାଇଁ ପ୍ରାଇମେରୀ ସବଷ୍ଟେସନ (ପିଏସଏସ) ଏବଂ ସହରୀ ଫିଡର୍ ପାଇଁ ନିୟମିତ ଥର୍ମୋ ସ୍କାନିଂର ବ୍ୟବସ୍ଥା ହୋଇଛି । ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଆଦି କାର୍ଯ୍ୟାଳୟ ସହ ସଂଯୁକ୍ତ ହୋଇ ଫିଡରଗୁଡିକ ପାଇଁ ସେକ୍ସନାଲାଇଜର୍, ଅଟୋ-ରିକ୍ଲୋଜର ଏବଂ ଫଲ୍ଟ ପାସେଜ୍ ସୂଚକର ବ୍ୟବସ୍ଥା ରହିଛି।
କମ୍ପାନୀର ୬ଟି ଯାକ ସର୍କଲ ପାଇଁ ଗୋଟିଏ ଲେଖାଏଁ ଭ୍ରାମ୍ୟମାନ ବିଜୁଳି ଯୋଗାଣ ସବଷ୍ଟେସନ୍ ରହିଛି । ଏହାସହ ୧୫ଟି ଟ୍ରାନଜିଟ୍ ଷ୍ଟୋର ସହ ୫ଟି ମୁଖ୍ୟ ଷ୍ଟୋର ରହିଛି । ସେହିଭଳି ରକ୍ଷଣାବେକ୍ଷଣ ତଥା ବିଜୁଳି ଯୋଗାଣ କାର୍ଯ୍ୟରେ ନିୟୋଜିତ ହେଉଥିବା କର୍ମଚାରୀମାନେ କିଭଳି ନିଜ ସାଙ୍ଗରେ ପାଣିବୋତଲ ନେବେ ଓ ଟୋପି ପିନ୍ଧିବେ, ସେନେଇ କମ୍ପାନୀ ସଯତ୍ନ ରହିଛି। ସେହିଭଳି ବିଏ ଷ୍ଟାଫମାନଙ୍କ ଉଦ୍ଦେଶ୍ୟରେ ସୁରକ୍ଷା ପ୍ରସ୍ତୁତ କାର୍ଯ୍ୟକ୍ରମର ଆୟୋଜନ ହେଉଛି ।
ବିଜୁଳି ଚାହିଦାକୁ ଆକଳନ କରିବା ଭରସାଯୋଗ୍ୟ ବିଜୁଳି ଯୋଗାଣ କ୍ଷେତ୍ରରେ ଏକ ପ୍ରମୁଖ କାର୍ଯ୍ୟ ଅଟେ । ବିଗତ ବର୍ଷଗୁଡିର ବିଜୁଳି ଚାହିଦାକୁ ଅନୁଶୀଳନ କରି ଟିପିଏସ୍ଓଡିଏଲ୍ ଆସନ୍ତା ଗ୍ରୀଷ୍ମର ବିଜୁଳି ଚାହିଦାକୁ ଆକଳନ କରୁଛି । ଏହା ସହ ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ନେଇ କଷ୍ଟ ଇଫେକଟିଭ୍ ଯୋଜନା ପ୍ରସ୍ତୁତ କରିଛି ।
ଗ୍ରୀଷ୍ମରେ ସର୍ବାଧିକ ବିଜୁଳି ଚାହିଦା (ଟିପିଏସ୍ଓଡିଏଲ୍ କ୍ଷେତ୍ର)
୨୦୨୪-୨୫( ଆନୁମାନିକ): ୮୨୦ ମେଗାୱାଟ୍
୨୦୨୩-୨୪: ୭୨୯ ମେଗାୱାଟ୍
୨୦୨୨-୨୩: ୬୮୬ ମେଗାୱାଟ୍

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଜୁଳି ଯୋଗାଣ ନେଇ ଆମେ ପ୍ରତିବଦ୍ଧ । ବିଶେଷ କରି, ଗ୍ରୀଷ୍ମ ଋତୁ ସମୟରେ । ସୁଦକ୍ଷ ଗ୍ରାହକ ସେବା ଓ ସହାୟତା ସମେତ ଭିତ୍ତିଭୂମିର ସକ୍ରିୟ ରକ୍ଷଣାବେକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ଆମେ ଉପଭୋକ୍ତାଙ୍କର ଆବଶ୍ୟକତାକୁ ପୂରଣ କରିବା ଦିଗରେ କାର୍ଯ୍ୟ କରୁଛୁ । ଆମେ ଏକାଠି ହୋଇ ଉପଭୋକ୍ତାମାନଙ୍କୁ ସେବା ପ୍ରଦାନ ପାଇଁ ପ୍ରସ୍ତୁତ ଅଛୁ ।”

Share

Leave a Reply

Your email address will not be published. Required fields are marked *

nine − seven =