Business

ପିଏମ୍ ସୂର୍ଯ୍ୟ ଘର ଯୋଜନାର ପ୍ରଚାର ପାଇଁ ପୁରୀରେ ଟିପିସିଓଡିଏଲ୍ ସୌର ରଥର ଶୁଭାରମ୍ଭ

ରଥଯାତ୍ରା ସମୟରେ, ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ର ପ୍ରଚାର ପ୍ରସାର କରିବା ଏବଂ ରୁଫଟପ୍ ସୋଲାର ଆପଣାଇବା ପାଇଁ ପରିବାରଗୁଡ଼ିକୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଟିପିସିଓଡିଏଲ୍ ପୁରୀ ଡିଭିଜନ୍ କାର୍ଯ୍ୟାଳୟରୁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।

ଟିପିସିଓଡିଏଲ୍‌ର ସର୍କଲ୍ ଏବଂ ଡିଭିଜନ୍ ନେତୃବୃନ୍ଦଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଶ୍ରୀ ନୀତି ରଞ୍ଜନ ସେନ୍‌, ଓଏଏସ୍ (ଏସ୍‌ଏଜି), ମ୍ୟାନେଜିଂ ଡାଇରେକ୍ଟର, ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ୍‌ଙ୍କ ଦ୍ୱାରା ଏହି ଅଭିଯାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଥିଲା।

ଏହି ପଦକ୍ଷେପର ଅଂଶସ୍ୱରୂପ, ସିଧାସଳଖ ଉପଭୋକ୍ତାମାନଙ୍କ ନିକଟରେ ରୁଫଟପ୍ ସୌର ଶକ୍ତି ସମ୍ପର୍କରେ ସଚେତନତା ପହଞ୍ଚାଇବା ପାଇଁ ସୌର ରଥ ସହିତ ଦୁଇଜଣ ଉତ୍ସର୍ଗୀକୃତ ସୋଲାର ସାଙ୍ଗ ସାମିଲ ଅଛନ୍ତି। ସେମାନେ ଲୋକମାନଙ୍କୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଲାଭ, ରୁଫଟପ୍ ସୌର ଶକ୍ତି ବ୍ୟବହାର ଦ୍ୱାରା ହେଉଥିବା ଆର୍ôଥକ ସଞ୍ଚୟ, ଉପଲବ୍ଧ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବ୍‌ସିଡି, ଯୋଗ୍ୟତା ମାପଦଣ୍ଡ ଏବଂ ପର୍ଯ୍ୟାୟକ୍ରମିକ ଆବେଦନ ପ୍ରକ୍ରିୟା ବିଷୟରେ ଲୋକଙ୍କୁ ଅବଗତ କରୁଛନ୍ତି। ଏହି ଅଭିଯାନରେ ଗୋଟିଏ ୧ କିଲୋୱାଟ୍ ୟୁଏଲଏ ମଡେଲ୍ ସହିତ ବିଭିନ୍ନ ପ୍ରକାରର ରୁଫଟପ୍ ସୋଲାର ସମାଧାନକୁ ମଧ୍ୟ ପ୍ରଦର୍ଶିତ କରାଯାଉଛି, ଯାହା ଦ୍ୱାରା ଉପଭୋକ୍ତାମାନେ ସେମାନଙ୍କ ଘରୋଇ ଶକ୍ତି ଆବଶ୍ୟକତା ପାଇଁ ସବୁଠାରୁ ଉପଯୁକ୍ତ ବ୍ୟବସ୍ଥାକୁ ଭଲ ଭାବରେ ବୁଝିପାରିବେ ଏବଂ ଚିହ୍ନଟ କରିପାରିବେ।

ଏହି ସୌର ରଥ ପୁରୀ ସହର ସମେତ କୋଣାର୍କ, କାକଟପୁର, ନିମାପଡ଼ା, ପିପିଲି, ସାକ୍ଷୀଗୋପାଳ, ଚନ୍ଦନପୁର, କଣାସ ଏବଂ ବ୍ରହ୍ମଗିରି ଭଳି ଜିଲ୍ଲାର ପ୍ରମୁଖ ସ୍ଥାନଗୁଡ଼ିକ ପରିକ୍ରମା କରୁଛି।

ଗାଁ ଗାଁ ବୁଲି ଲୋକସମ୍ପର୍କ ଏବଂ ସଚେତନତା ସଭା ମାଧ୍ୟମରେ, ରୁଫଟପ୍ ସୋଲାର ସମ୍ପର୍କିତ ସଠିକ୍ ସୂଚନା ସହଜରେ ପହଞ୍ଚାଇବା ଟିପିସିଓଡିଏଲ୍‌ର ମୁଖ୍ୟ ଲକ୍ଷ୍ୟ। ଏହାଦ୍ୱାରା ଅଧିକରୁ ଅଧିକ ପରିବାର ସେମାନଙ୍କ ବିଜୁଳି ବିଲ୍ କମାଇବା ସହ ସ୍ୱଚ୍ଛ ଶକ୍ତି ଉତ୍ପାଦନ କରି ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ଦେଇପାରିବେ। ଏହି ପଦକ୍ଷେପ ଭାରତ ସରକାରଙ୍କ ଏହି ପ୍ରମୁଖ ରୁଫଟପ୍ ସୋଲାର ଯୋଜନାରେ ଅଧିକ ଲୋକଙ୍କୁ ଯୋଡ଼ିବା ପାଇଁ ଉତ୍ସାହିତ କରିବ।

ସୌର ରଥ ମାଧ୍ୟମରେ ଟିପିସିଓଡିଏଲ୍ ନିଜର ଉପଭୋକ୍ତା ସେବାକୁ ଆହୁରି ସୁଦୃଢ଼ କରୁଛି। ଏଥିସହିତ ଅକ୍ଷୟ ଶକ୍ତିର ଅଧିକରୁ ଅଧିକ ବ୍ୟବହାର କରି ଏକ ସ୍ୱଚ୍ଛ, ସବୁଜ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନ କରିବା ପାଇଁ ସରକାରଙ୍କ ଯୋଜନାକୁ ସଫଳ କରିବା ଦିଗରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି।

Share

Leave a Reply

Your email address will not be published. Required fields are marked *

five × two =