ଗ୍ରୀଷ୍ଣଋତୁ ପାଇଁ ଟିପିସିଓଡିଏଲର ବ୍ୟାପକ ପ୍ରସ୍ତୁତି: ବର୍ଦ୍ଧିତ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭୁବନେଶ୍ୱର: ୨୦୨୪ ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୨୩୨୯ ମେଗାୱାଟ୍ ଚାହିଦା ପୂରଣ କରିବା ଦିଗରେ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି ।
ନିଜର ଭିତ୍ତିଭୂମିି ଓ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀୟ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ସିପିଏସସିସି) ପ୍ରତିଷ୍ଠା କରାଯାଇଛି । ଏହି କେନ୍ଦ୍ର ସମଗ୍ର ବିତରଣ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ ପାଇଁ ହବ୍ ଭାବେ କାର୍ଯ୍ୟ କରୁଛି । ସୁପରଭାଇଇଜରି ନିୟନ୍ତ୍ରଣ ଏବଂ ଡାଟା ଅଧିଗ୍ରହଣ (ଏସସିଏଡ଼ିଏ) ଏବଂ ଉନ୍ନତ ବିତରଣ ପରିଚାଳନା ପ୍ରଣାଳୀର ବ୍ୟବହାର ମାଧ୍ୟମରେ ଟିପିସିଓଡିଏଲ୍ ସବ୍‌ଷ୍ଟେସନ୍ ଏବଂ ନେଟୱାର୍କଗୁଡିକୁ ପ୍ରଭାବଶାଳୀ ଭାବରେ ନିରୀକ୍ଷଣ କରିପାରୁଛି ଏବଂ ଅବଶିଷ୍ଟ ସବ୍‌ଷ୍ଟେସନଗୁଡ଼ିକୁ ଧୀରେ ଧୀରେ ସ୍ୱୟଂଚାଳିତ କରିବାର ଯୋଜନା ରହିଛି । ପ୍ରଭାବୀ ପରିଚାଳନା ପାଇଁ୨୪ ଘଂଟିଆ ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି) ୩୩ କେଭି ଫିଡର, ପିଏସଏସ ଏବଂ ୧୧ କେଭି ଫିଡରର ତଦାରଖ କରୁଛି । କାର୍ଯ୍ୟକ୍ଷମ ନିରନ୍ତରତା ବଜାୟ ରଖିବା ପାଇଁ ବ୍ୟାକଅପ୍ ପାୱାର ବ୍ୟବସ୍ଥା କରାଯାଇଛି ଏବଂ ପିଏସସିସିରେ ଉତ୍ସର୍ଗୀକୃତ ଯୋଗାଯୋଗ ଚ୍ୟାନେଲ ବ୍ୟବସ୍ଥା ରହିଛି ।
ଅସୁରକ୍ଷିତ ସ୍ଥାନଗୁଡ଼ିକୁ ସୁରକ୍ଷିତ ସ୍ଥାନରେ ପରିଣତ କରିବା ଏବଂ ସିଧାସଳଖ ସବ୍‌ଷ୍ଟେସନଗୁଡିକର ନବୀକରଣ କରି ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଉପରେ ମଧ୍ୟ ଟିପିସିଓଡିଏଲ୍ ଗୁରୁତ୍ୱ ଦେଉଛି । ପରିଚାଳନା ଦକ୍ଷତା ଏବଂ ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ପ୍ରାଥମିକ ସବ୍‌ଷ୍ଟେସନ, ଫିଡର ଲାଇନ ଏବଂ ବିତରଣ ସବ୍‌ଷ୍ଟେସନଗୁଡିକର ବ୍ୟାପକ ରକ୍ଷଣାବେକ୍ଷଣ କରାଯାଇଛି ।
ଟିପିସିଓଡିଏଲ୍ ସୋସିଆଲ ମିଡିଆ ଚ୍ୟାନେଲ ମାଧ୍ୟମରେ ଏକାଧିକ ଭାଷାରେ ସୂଚନା ପ୍ରଦାନ କରି ଏହାର ପ୍ରସାରକୁ ବିସ୍ତାର କରିଛି ଏବଂ ଏଫସିସି ୨.୦ ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଫ୍ୟୁଜ୍ କଲ୍ ଅଭିଯୋଗକୁ ଦକ୍ଷତାର ସହ ସମାଧାନ କରିବା ପାଇଁ ୮୬୨ ଫ୍ୟୁଜ୍ କଲ୍ ସେଂଟର ପ୍ରତିଷ୍ଠା ହୋଇଛି । ଏହାବ୍ୟତୀତ ୩୩ କେଭି ଓ ୧୧ କେଭି ତ୍ରୁଟିକୁ ତୁରନ୍ତ ସମାଧାନ କରିବା ପାଇଁ ଉପଖଣ୍ଡଭିତିକ ନାଇଟ୍ ବ୍ରେକଡାଉନ୍ ଟିମ୍ ନିୟୋଜିତ କରାଯାଇଛି । ‘ନୋ-କରେଣ୍ଟ\’ ଅଭିଯୋଗକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ କମ୍ପାନି ପିକ୍‌-ଆୱାର ଏବଂ ରାତି ସମୟ କଲ୍ ସେଂଟର ଏଜେଂଟ୍‌ଙ୍କ ସଂଖ୍ୟା ବୃଦ୍ଧି କରିଛି ।
ଟିପିସିଓଡିଏଲ୍ ପାଇଁ ଗ୍ରାହକ ସେବା ଏବଂ ନିରାପତ୍ତା ସର୍ବୋପରି ଅଟେ । କମ୍ପାନି ୮୫୦୦ରୁ ଅଧିକ ଉତ୍ସର୍ଗୀକୃତ କର୍ମଚାରୀଙ୍କୁ ନିୟୋଜିତ କରିଛି ଯେଉଁଥିରେ ବିଚ୍ଛିନ୍ନତାକୁ ତୁରନ୍ତ ଦୂର କରିବା ସହ ପିକ୍ ସମୟରେ ଏସ୍‌ଏମ୍‌ଏସ୍ ଆଲର୍ଟ ଓ କଲ୍ ବ୍ୟାକ୍ ବିକଳ୍ପ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଆମର ବିଜନେସ ଆସୋସିଏଟ୍ କର୍ମଚାରୀଙ୍କ ସମେତ କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣର ବ୍ୟବସ୍ଥା କରାଯାଇଛି ।
ପରିଚାଳନା ଦକ୍ଷତା ବୃଦ୍ଧି ପାଇଁ ଅତିରିକ୍ତ ମାନବ ସମ୍ବଳ, ଯାନବାହନ, ପୋଲ ମାଷ୍ଟର, ଗଛ କାଟିବା, ଆସ୍କା ଲାଇଟ୍ ଆଦି ନିୟୋଜିତ କରାଯାଇ କାଳବୈଶାଖୀ ମୁକାବିଲା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡାକ୍ତରଖାନା, ସିଏଚସି, ପିଏଚସି ଏବଂ ଆରଡବ୍ଲୁଏସଏସ ପଏଂଟ୍ ଭଳି ଅତ୍ୟାବଶ୍ୟକ ସୁବିଧା ପ୍ରଦାନ କରୁଥିବା ଗୁରୁତ୍ୱପୂର୍ଣ୍ଣ ଫିଡରଗୁଡିକର ବିଶ୍ୱସନୀୟତା ବୃଦ୍ଧି କରିବା ପାଇଁ ସେକ୍ସନାଲାଇଜର, ଅଟୋ-ରେକ୍ଲୋଜ୍ ଏବଂ ଫଲ୍ଟ ପାସେଜ୍ ଇଣ୍ଡିକେଟର ସ୍ଥାପନ ସହିତ କଣ୍ଡକ୍ଟର ବୃଦ୍ଧି ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଟିପିସିଓଡିଏଲର ପାଂଚଟି ସର୍କଲରେ ୬ଟି ଭ୍ରାମ୍ୟମାଣ ବିତରଣ ସବ୍‌ଷ୍ଟେସନ ମୁତୟନ କରାଯାଇଛି ଯେଉଁଥିରେ ପର୍ଯ୍ୟାପ୍ତ ପରିମାଣରେ ଡିଟି, ଖୁଂଟ, କଣ୍ଡକ୍ଟର ଉପଲବ୍ଧ ଥିବା ବର୍ତମାନର ୫ଟି ମୁଖ୍ୟ ଷ୍ଟୋର ସହିତ ୧୬ଟି ଡିଭିଜନ ଭିତିକ ଷ୍ଟୋର ପ୍ରତିଷ୍ଠା କରାଯାଇଛି ।
ଲୋଡ୍ ପୂର୍ବାନୁମାନ ଦୃଷ୍ଟିରୁ, ଟିପିସିଓଡିଏଲ୍ ଐତିହାସିକ ଡାଟା ବ୍ୟବହାର କରି ଶୀର୍ଷ ଚାହିଦା (ପିକ୍ ଡିମାଣ୍ଡ)ର ପୂର୍ବାନୁମାନ କରିବା, ଉପଭୋକ୍ତାଙ୍କୁ ଦକ୍ଷ ଏବଂ ଶସ୍ତା ବିଦ୍ୟୁତ୍ ବିତରଣ ସୁନିଶ୍ଚିତ କରୁଛି ।
ଟିପିସିଓଡିଏଲ୍ ଅଂଚଳରେ ଗ୍ରୀଷ୍ମକାଳୀନ ସର୍ବୋଚ୍ଚ ଚାହିଦା:
ଚା ୨୦୨୪-୨୫ (ଆଶା କରାଯାଉଛି): ୨୩୨୯ ମେଗାୱାଟ୍‌
ଚା ୨୦୨୩-୨୪: ୨୦୨୫ ମେଗାୱାଟ୍‌
ଚା ୨୦୨୨-୨୩: ୧୭୬୪ ମେଗାୱାଟ୍‌
ଚଳିତ ବର୍ଷ ନୂତନ ୩୩ କେଭି ଫିଡର ଏବଂ ୧୧ କେଭି ଫିଡର ସହିତ ନେଟୱାର୍କରେ ୨୨୬ ଏମଭିଏ ପିଟିଆର କ୍ଷମତା ଯୋଡାଯାଇଛି ଯାହାର ମୋଟ ନେଟୱାର୍କ କ୍ଷମତା ୫୦୯୭ ଏମଭିଏ ରହିଛି ।
ଟିପିସିଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରଭିନ୍ଦ୍ ସିଂହ ବିଶ୍ୱସନୀୟ ବିଜୁଳି ଯୋଗାଣ ପାଇଁ କମ୍ପାନିର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ଗ୍ରାହକ ସେବା ଆମର ସର୍ବୋଚ୍ଚ ପ୍ରାଥମିକତା । ଆମେ ବିଦ୍ୟୁତ୍ ବିଚ୍ଛିନ୍ନତାକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରୁଛୁ ଏବଂ ଗ୍ରୀଷ୍ମ ଋତୁରେ ଆମର ଗ୍ରାହକମାନଙ୍କୁ ବିଶ୍ୱସନୀୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ କଠିନ ପରିଶ୍ରମ କରୁଛୁ । ଆମେ ସାରା ଋତୁରେ ଗ୍ରାହକଙ୍କୁ ସେବା ଦେବା ପାଇଁ ଉତ୍ସର୍ଗୀକୃତ ରହିଛୁ ।
ବୈଷୟିକ ଉଦ୍ଭାବନ, ନେଟୱାର୍କ ବୃଦ୍ଧି, ଗ୍ରାହକ ସେବା ଏବଂ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଟିପିସିଓଡିଏଲ୍ ଆଗାମୀ ଗ୍ରୀଷ୍ମ ଋତୁରେ ବିଭିନ୍ନ ସମସ୍ୟାର ମୁକାବିଲା କରି ନିରବଚ୍ଛିନ୍ନ ବିଜୁଳି ସେବା ଯୋଗାଇବା ପାଇଁ ପ୍ରସ୍ତୁତ ରହିଛି ।”

Share

Leave a Reply

Your email address will not be published. Required fields are marked *

two × 1 =