ଟିପିସିଓଡିଏଲ୍‌ର ରୁଫଟପ୍ ସୋଲାର ସବୁଜ ଭବିଷ୍ୟତକୁ ସଶକ୍ତ କରୁଛି

ଭୁବନେଶ୍ୱର : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପରିବେଶ ଅନୁକୂଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ସ୍ଥାୟୀ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । ବର୍ତମାନ, ଗ୍ରାହକମାନେ ସହଜରେ ସୋଲାର ରୁଫଟପ୍‌କୁ ଆପଣାଇ ପାରିବେ ଯାହା ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ସୂର୍ଯ୍ୟଙ୍କ ଶକ୍ତିକୁ ବ୍ୟବହାର କରିବାରେ ଟିପିସିଓଡିଏଲର ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇପାରିବ ।
ଟିପିସିଓଡିଏଲ୍ ନେଟ୍ ମିଟରିଂ ବ୍ୟବସ୍ଥା ମାଧ୍ୟମରେ ଛାତ ଉପରେ ୮୨୮ଟି ସୌର ପ୍ଲାଂଟ୍ ସ୍ଥାପନ କରିବାରେ ସହାୟକ ହୋଇଛି, ଯାହା ସାମୂହିକ ଭାବେ ୨୮,୦୦୩.୬୮୪ କିଲୋୱାଟ୍‌-ପିକ୍ (କେଡବ୍ଲ୍ୟୁପି) କ୍ଷମତା ସୃଷ୍ଟି କରିଛି । ରୁଫ୍‌ଟପ୍ ସୌର ଶକ୍ତି ଅନେକ ସୁବିଧା ପ୍ରଦାନ କରୁଥିବାରୁ ଏହା ଉପଭୋକ୍ତାଙ୍କ ପସନ୍ଦରେ ପରିଣତ ହୋଇଛି ।
ଦିବାଲୋକ ଶକ୍ତି ଉତ୍ପାଦନ: ସୋଲାର ରୁଫ୍‌ଟପ୍ ସୂର୍ଯ୍ୟକିରଣକୁ ସର୍ବାଧିକ ବ୍ୟବହାର କରି ଯଥେଷ୍ଟ ଶକ୍ତି ଉତ୍ପାଦନ କରିଥାଏ ।
ଖର୍ଚ୍ଚରେ ଉଲ୍ଲେଖନୀୟ ସଂଚୟ: ସୌର ଶକ୍ତିର ଉପଯୋଗ କରି, ଗ୍ରାହକମାନେ ସେମାନଙ୍କ ବିଦ୍ୟୁତ ବିଲ୍‌କୁ ହ୍ରାସ କରିପାରିବେ, ଯାହା ଫଳରେ ଯଥେଷ୍ଟ ଦୀର୍ଘମିଆଦୀ ସଂଚୟ ହୋଇପାରିବ । ଦିନକୁ ୬ ଘଂଟା ସୌର ଶକ୍ତି ଉତ୍ପାଦନ କଲେ ବିଦ୍ୟୁତ ବିଲ୍ ୨୫% ରୁ ୫୦% ହ୍ରାସ ପାଇପାରିବ ।
ପରିବେଶ ଅନୁକୂଳ: ଏହା ବିଶ୍ୱ ତାପନକୁ ହ୍ରାସ କରିବାରେ ସହାୟକ ହୋଇଥାଏ, ଯାହା ଏକ ସବୁଜ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରଶସ୍ତ କରିଥାଏ ।
ନେଟ୍ ମିଟରିଂ: ଅଧିକରୁ ଅଧିକ ସୌର ଶକ୍ତି ନେଟ୍ ମିଟରିଂ ମାଧ୍ୟମରେ ସ୍ଥାନୀୟ ୟୁଟିଲିଟି କମ୍ପାନିମାନଙ୍କଠାରୁ କ୍ରେଡିଟ୍ ପାଇଁ ଗ୍ରିଡକୋକୁ ଫେରାଇ ଦିଆଯାଇପାରିବ ଯାହା ସର୍ବାଧିକ ଲାଭ ସୁନିଶ୍ଚିତ କରିବ ।
ସର୍ବୋତମ ସ୍ଥାନ ଉପଯୋଗ: ରୁଫଟପ୍ ସୋଲାର ସିଷ୍ଟମ୍ ବିଦ୍ୟୁତ ଉତ୍ପାଦନ ପାଇଁ ଉପଲବ୍ଧ ଖାଲି ସ୍ଥାନଗୁଡିକୁ ଦକ୍ଷତାର ସହ ବ୍ୟବହାର କରିଥାଏ ।
ଦୀର୍ଘ ଜୀବନକାଳ: ସୌର ପ୍ରଣାଳୀ ୨୫ ବର୍ଷର ଆନୁମାନିକ ଜୀବନକାଳ ସହିତ ସ୍ଥାୟୀ ହେବା ପାଇଁ ନିର୍ମିତ ହୋଇଛି ଯାହା ନିବେଶ ଉପରେ ଦୀର୍ଘକାଳୀନ ରିଟର୍ଣ୍ଣ ସୁନିଶ୍ଚିତ କରୁଛି ।
ଶକ୍ତି ଉପଲବ୍ଧତା: ରାତିରେ, ଶୀତ ଋତୁରେ କିମ୍ବା ଅଫ୍‌-ପିକ୍ ସମୟରେ, ଯେତେବେଳେ ବିଦ୍ୟୁତ୍ ଦର କମ୍ ରହିଥାଏ ସିଧାସଳଖ ସୂର୍ଯ୍ୟକିରଣ ଉପଲବ୍ଧ ନଥିଲେ ଗ୍ରାହକମାନେ ପାରମ୍ପରିକ ଗ୍ରିଡ୍ ଭିତିକ ଶକ୍ତି ବ୍ୟବହାର କରିପାରିବେ ।
ସରକାରୀ ସବ୍‌ସିଡି: ଘରୋଇ ଗ୍ରାହକ, ଗ୍ରୁପ୍ ହାଉସିଂ ସୋସାଇଟି ଏବଂ ଆବାସିକ ହାଉସିଂ ଆସୋସିଏସନ୍ (ଆରଏଚ୍‌ଏ) ଦ୍ୱାରା ସୌର ରୁଫ୍‌ଟପ୍ ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆର୍‌ଇ) ସବ୍‌ସିଡି ପ୍ରଦାନ କରୁଛି । ଯୋଗ୍ୟ ଗ୍ରାହକମାନେ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦକ୍ଟକ୍ଷବକ୍ସକ୍ସକ୍ଟକ୍ଟଲଗ୍ଧକ୍ଟକ୍ଟ୍ର.ଶକ୍ଟଙ୍ଖ.ସଦ୍ଭ/ ଆବେଦନ କରି ସବ୍‌ସିଡି ପାଇପାରିବେ ।
ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂହ ଏହି ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ, “ଆପଣଙ୍କ ଛାତ କିମ୍ବା ପଡ଼ିଆରେ ଲଗାଯାଇଥିବା ସୌର ରୁଫଟପ୍ ସୂର୍ଯ୍ୟଙ୍କ ଶକ୍ତିର ଉପଯୋଗ ପାଇଁ ଉପଯୁକ୍ତ । ତାହା କେବଳ ଆପଣଙ୍କ ବିଦ୍ୟୁତ୍ ଖର୍ଚ୍ଚକୁ ହ୍ରାସ କରିବ ନାହିଁ ବରଂ ପରିବେଶରେ ସକାରାତ୍ମକ ଯୋଗଦାନ ଦେଇ ଜଣେ ଦାୟିତ୍ୱବାନ ନାଗରିକ ଭାବରେ ଆପଣଙ୍କ ଭୂମିକା ନିର୍ବାହ କରିବାକୁ ମଧ୍ୟ ଆପଣଙ୍କୁ ସଶକ୍ତ କରିବ ।
ଟିପିସିଓଡିଏଲ୍ ଆପଣଙ୍କୁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି । ସୌରଶକ୍ତି ବ୍ୟବହାର କରିବା ଦ୍ୱାରା କେବଳ ବ୍ୟକ୍ତିଗତ ଉପଭୋକ୍ତାଙ୍କୁ ଲାଭ ମିଳେ ନାହିଁ; ବରଂ ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ୱଚ୍ଛ ଏବଂ ସବୁଜ ଭବିଷ୍ୟତ ଦିଗରେ ଏକ ସାମୂହିକ ପ୍ରୟାସ ।’’

Share

Leave a Reply

Your email address will not be published. Required fields are marked *

14 + 19 =