ଟାଟା ଷ୍ଟିଲ ପକ୍ଷରୁ ଡମଶାଳ ନାଳ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

– ବିଶ୍ୱ ଜଳ ଦିବସ ୨୦୨୪

ସୁକିନ୍ଦା: ଟାଟା ଷ୍ଟିଲ ପକ୍ଷରୁ ବିଶ୍ୱ ଜଳ ଦିବସ ଅବସରରେ ସ୍ଥାନୀୟ ଡମଶାଳ ନାଳଠାରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମ୍ପାନୀର ସୁକିନ୍ଦା, ସାରୁଆବିଲ ଓ କମର୍ଦ୍ଦା କ୍ରୋମାଇଟ୍ ଖଣିର କର୍ମଚାରୀମାନେ ଏକାଠି ହୋଇ ଶୁକ୍ରବାର ସକାଳୁ ନାଳ ପରିସରର ଅଳିଆ ଆବର୍ଜନା ଉଠାଇବା ସହ ନାଳର ସ୍ୱଚ୍ଛତା ପାଇଁ ଜଳ ସ୍ରୋତର ଦୁଇ ପାଖ ଝାଡୁ ଦ୍ୱାରା ପରିଷ୍କାର କରିଥିଲେ ।

ଜଳ ତଥା ପରିବେଶ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ସହ ଡମଶାଳ ନାଳକୁ କିପରି ପ୍ରଦୂଷଣ ମୁକ୍ତ କରାଯାଇ ପାରିବ, ସେ ଦିଗରେ ଟାଟା ଷ୍ଟିଲର କର୍ମଚାରୀମାନେ ଏହି ଅଭିନବ ପ୍ରୟାସ କରିଥିଲେ । ନାଳ ଚାରିପାଖେ ପଡ଼ିଥିବା ପ୍ଲାଷ୍ଟିକ, ଜରି, କାଚ ବୋତଲ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସବୁକୁ ଝାଡୁ ଦ୍ୱାରା ଓ ହାତରେ ଗୋଟାଇବା ସହ ବଡ଼ ବ୍ୟାଗ୍ ମାଧ୍ୟମରେ ସେ ସବୁକୁ ଏକାଠି କରିଥିଲେ ।

କର୍ମଚାରୀ ମାନଙ୍କ ଏହି ସ୍ୱେଚ୍ଛାସେବୀ ଉପକ୍ରମରେ ଖୁସି ପ୍ରକାଶ କରି ଟାଟା ଷ୍ଟିଲର (ଏଫ୍ ଏ ଏମ୍ ଡି) ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ପଙ୍କଜ ସତିଜା କହିଛନ୍ତି ଯେ, ଜଳ ଉତ୍ସ ପରି ପ୍ରାକୃତିକ ସମ୍ପଦ ଗୁଡ଼ିକର ରକ୍ଷଣା ବେକ୍ଷଣ ତଥା ସଂରକ୍ଷଣ ଆମ ସମସ୍ତଙ୍କ ପାଇଁ ନିତାନ୍ତ ଜରୁରୀ । ଜନ ମାନସ ତଥା ସମଗ୍ର ପୃଥିବୀବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକୀୟ ସମ୍ପଦ ହୋଇଥିବା ବେଳେ ଏବେ ଠାରୁ ଆମେ ଏହାର ସଂରକ୍ଷଣ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଆମ ଆଖପାଖରେ ଥିବା ଜଳାଶୟ ଗୁଡ଼ିକର ସଠିକ୍ ସଞ୍ଚାଳନ ପାଇଁ ଆମ ପ୍ରତିବଦ୍ଧତା ଆଗକୁ ମଧ୍‌ଯ ଏପରି ଜାରି ରହିବ ।

ସଫେଇ ଅଭିଯାନ ପରେ ପରେ କମ୍ପାନୀର କର୍ମଚାରୀମାନେ ସ୍ଥାନୀୟ ସ୍କୁଲ ପିଲାମାନଙ୍କୁ ନେଇ ଏକ ସଚେତନତା ଅଧିବେଶନ ମଧ୍ୟ ଆୟୋଜନ କରିଥିଲେ । ଏଥିରେ ବିଶୁଦ୍ଧ ଜଳ ଉପରେ ଗୁରୁତ୍ୱାରୋପ କରାଯିବା ସହ ଦୀର୍ଘସ୍ଥାୟୀ ଜଳ ପରିଚାଳନା ତଥା ଜଳ ସମ୍ପଦ ସଂରକ୍ଷଣ ଉପରେ ବିଭିନ୍ନ ଆଲୋଚନା କରାଯାଇଥିଲା ।

କାର୍ଯ୍ୟକ୍ରମରେ ପ୍ରାୟ ପଚାଶରୁ ଉର୍ଦ୍ଧ୍ୱ କର୍ମଚାରୀ ଭାଗନେଇଥିବା ବେଳେ, ଏଫ୍ ଏ ଏମ୍ ଡି ଖଣି ପରିଚାଳନା ମୁଖ୍ୟ ଶମ୍ଭୁନାଥ ଝା, ସୁକିନ୍ଦା ଖଣି ମୁଖ୍ୟ ଦେବରାଜ ତିୱାରୀ, କମର୍ଦ୍ଦା ଓ ସାରୁଆବିଲ ଖଣି ମୁଖ୍ୟ ନବୀନ ଶ୍ରୀବାସ୍ତବ ପ୍ରଶାସନିକ ମୁଖ୍ୟ ଗୌତମ ଚକ୍ରବର୍ତ୍ତୀ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

two × two =