ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ବରପଦା ଗ୍ରାମବାସୀଙ୍କ ପାଇଁ କିଚେନ୍ ଗାର୍ଡେନ

~ 150 ଜଣ ହିତାଧିକାରୀ ଉପକୃତ

ଯୋଡ଼ା: ଗ୍ରାମୀଣ ଗୋଷ୍ଠୀ ସମୁଦାୟ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ଓ ପୋଷଣ ସମସ୍ୟାର ସ୍ଥାୟୀ ସମାଧାନ ସ୍ୱରୁପ କିଚେନ୍ ଗାର୍ଡେନ ପାଇଁ ଗୁଆଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦା ଗ୍ରାମ କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ଗ୍ରାମର ପ୍ରାୟ 150 ଜଣ ହିତାଧିକାରୀଙ୍କୁ ନିଜସ୍ୱ ରୋଷେଇ ବଗିଚା ଆରମ୍ଭ କରିବା ପାଇଁ ଆବଶ୍ୟକ ସମ୍ବଳ ମଧ୍ୟ ଯୋଗାଇ ଦିଆଯାଇଛି ।

ଏହି ଅଂଚଳର ଅଧିକାଂଶ ଚାଷୀ ପନିପରିବା ଚାଷ ପାଇଁ ରାସାୟନିକ ସାର ବ୍ୟବହାର କରୁଥିବାରୁ ଗୋଷ୍ଠୀ ସମୁଦାୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛି । ଏହି ପନିପରିବାରେ ଥିବା ବିଷାକ୍ତ ପଦାର୍ଥ ଶିଶୁ, କିଶୋର ଏବଂ ବିଶେଷ କରି ଗର୍ଭବତୀ ମା’ମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରୁଛି ।

କିଚେନ୍ ଗାର୍ଡେନ ଏହି ସମସ୍ୟାର ଏକ ସରଳ ଏବଂ ପ୍ରଭାବଶାଳୀ ସମାଧାନ ଅଟେ । ୧୦୦% ଜୈବିକ, ସତେଜ ଏବଂ ସୁସ୍ଥକର ପନିପରିବା ଚାଷ କରି ଗ୍ରାମୀଣ ଗୋଷ୍ଠୀ ସମୁଦାୟ ସେମାନଙ୍କ ପରିବାର ପାଇଁ ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟ ସୁନିଶ୍ଚିତ କରିପାରିବେ । ଖଣି ପ୍ରଭାବିତ ଅଂଚଳରେ ରୋଷେଇ ବଗିଚାକୁ ପ୍ରଭାବଶାଳୀ ଢଙ୍ଗରେ ପ୍ରୋତ୍ସାହିତ କରିବା ପାଇଁ ଆଦିବାସୀ ସଶକ୍ତୀକରଣ ଓ ଜୀବିକା କାର୍ଯ୍ୟକ୍ରମ (ଓଟିଇଏଲପି) ନିରନ୍ତର ସହାୟତା ପ୍ରଦାନ କରୁଛି ।

ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସବୁ ଗାଁରେ ଶିଶୁ, କିଶୋର ଏବଂ ଗର୍ଭବତୀ ମା’ମାନଙ୍କ ମଧ୍ୟରେ ଅପପୁଷ୍ଟି ସମସ୍ୟାର ସମାଧାନ କରିବା । ଓଟିଇଏଲପି ସହାୟତାରେ ଗ୍ରାମୀଣ ଗୋଷ୍ଠୀ ସମୁଦାୟ ଏବେ ନିଜର ଆବଶ୍ୟକତା ଅନୁଯାୟୀ ପନିପରିବା ଚାଷ କରି ନିଜ ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ନିୟନ୍ତ୍ରଣ ହାସଲ କରିପାରିବେ । ବରପଦା ଗ୍ରାମର ଗୋଷ୍ଠୀ ସମୁଦାୟର ସାମଗ୍ରିକ ସ୍ୱାସ୍ଥ୍ୟ ଓ ପୋଷଣରେ ଉନ୍ନତି ଆଣିବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲାବେଳେ ଅନ୍ୟ ଗ୍ରାମାଂଚଳରେ ମଧ୍ୟ ଦୀର୍ଘସ୍ଥାୟୀ ବିକାଶ ପାଇଁ ଏକ ମଡେଲ ଭାବେ କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

nineteen − fourteen =