ଟାଟା ଷ୍ଟିଲ୍ କଳିଙ୍ଗନଗରରେ ୫୩ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍‌ଯାପିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ର କାରଖାନା ପରିସରରେ ୫୩ତମ ଜାତୀୟ ନିରାପତା ସପ୍ତାହର ସମାପନୀ ଉତ୍ସବ ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି ।

ଏଥିରେ ମୁଖ୍ୟ ଅତିଥି ଭାବେ ଟିଏସ୍‌କେର ଉପସଭାପତି (ଅପରେସନ) ରାଜୀବ କୁମାର ଏବଂ ସମ୍ମାନିତ ଅତିଥି ଭାବେ ଟାଟା ଷ୍ଟିଲର ସେଫ୍ଟି, ହେଲ୍ଥ ଆଣ୍ଡ୍ ସଷ୍ଟେନେବିଲିଟି (ଏସ୍‌ଏଚ୍‌ଏସ୍‌)ର ଉପସଭାପତି ରାଜୀବ ମଙ୍ଗଲ, ଟାଟା ଷ୍ଟିଲ୍ କଳିଙ୍ଗନଗର ୱାର୍କର୍ସ ୟୁନିଅନ୍ (ଟିଏସ୍‌କେଡବ୍ଲ୍ୟୁୟୁ)ର ସଭାପତି ରବୀନ୍ଦ୍ର ଜାମୁଦା, ଟାଟା ଷ୍ଟିଲ୍ ସୁରକ୍ଷା (ଆଇଆଣ୍ଡଏସ୍‌ଇ) ବିଭାଗର ମୁଖ୍ୟ ନୀରଜ ସିହ୍ନା, ଟିଏସ୍‌କେର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବ୍ୟବସାୟୀ ଅଂଶୀଦାରମାନେ ଯୋଗ ଦେଇଥିଲେ ।

ଜାତୀୟ ନିରାପତା ସପ୍ତାହର ସମାପନୀ ସମାରୋହରେ କର୍ମକ୍ଷେତ୍ର, ସଡ଼କ, ଗୃହ ଏବଂ ସମୁଦାୟ ସମେତ ଜୀବନର ବିଭିନ୍ନ ଦିଗରେ ନିରାପତାର ଗୁରୁତ୍ୱକୁ ପାଳନ କରିବା ପାଇଁ କର୍ମଚାରୀ ଏବଂ ବିଭିନ୍ନ ବ୍ୟବସାୟିକ ଅଂଶୀଦାରଙ୍କ ସମେତ ୩୦୦ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । ଏହି ଉତ୍ସବ ଚଳିତ ବର୍ଷର ବିଷୟବସ୍ତୁ “ଇଏସ୍‌ଜି ଉତ୍କର୍ଷତା ପାଇଁ ନିରାପତା ନେତୃତ୍ୱ ଉପରେ ଧ୍ୟାନ’ ଉପରେ କେନ୍ଦ୍ରିତ ଯାହା ଦୀର୍ଘସ୍ଥାୟୀ ଏବଂ ଦାୟିତ୍ୱପୂର୍ଣ୍ଣ ବିକାଶକୁ ପ୍ରୋତ୍ସାହିତ କରିବା, ବ୍ୟକ୍ତି ବିଶେଷ ଏବଂ ପରିବେଶର କଲ୍ୟାଣ ସୁନିଶ୍ଚିତ କରିବାରେ ସକ୍ରିୟ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରେ ।

ଏହି ଅବସରରେ ଟିଏସ୍‌କେ ମଧ୍ୟରେ ଥିବା ବିଭିନ୍ନ ବିଭାଗକୁ ପ୍ରୋସେସ୍ ସେଫ୍ଟି ମ୍ୟାନେଜମେଂଟ (ପିଏସ୍‌ଏମ), କଂଟ୍ରାକ୍ଟର ସେଫ୍ଟି ମ୍ୟାନେଜମେଂଟ (ସିଏସଏମ), ରେଳ ଓ ସଡ଼କ ସୁରକ୍ଷା, ପ୍ଲାଂଟ ମେଂଟେନାନ୍ସ ଏବଂ ଇଞ୍ଜିନିୟରିଂ (ପିଏମଇ), ଦକ୍ଷତା ଉନ୍ନତୀକରଣ, ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ଇଆରଟି) ପଦକ୍ଷେପ, ନିରାପତା ପ୍ରଦର୍ଶନ ସୂଚକାଙ୍କ (ଏସ୍‌ପିଆଇ), ପ୍ରାଥମିକ ଚିକିତ୍ସା ଅଭ୍ୟାସରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ୱୀକୃତି ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଡ଼କ ସୁରକ୍ଷା ମାସ ଓ ଜାତୀୟ ନିରାପତା ସପ୍ତାହରେ ଆୟୋଜିତ କୁଇଜ୍ ଓ ପୋଷ୍ଟର ମେକିଂ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା ।

ସମସ୍ତ କର୍ମଚାରୀଙ୍କ ପାଇଁ ଏକ ସୁରକ୍ଷିତ କାର୍ଯ୍ୟ ବାତାବରଣ ସୁନିଶ୍ଚିତ କରିବା ପାଇଁ ଟାଟା ଷ୍ଟିଲ୍‌ର ଅତୁଟ ପ୍ରତିବଦ୍ଧତାର ପ୍ରମାଣ ଥିଲା ଏହି ସମାପନ ସମାରୋହ । କର୍ମଚାରୀ, ପରିଚାଳନାବର୍ଗ, ଅଂଶୀଦାର ଏବଂ ନିରାପତା ବିଶେଷଜ୍ଞମାନଙ୍କୁ ଏକାଠି କରି କର୍ମକ୍ଷେତ୍ରରେ ନିରାପତାର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 + nine =