ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଭେଣ୍ଡର୍ ସହଯୋଗୀମାନଙ୍କ ଲାଗି ସୁରକ୍ଷା ସମ୍ମିଳନୀ “ସୁମିଳନ’ ଆୟୋଜିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ) ପକ୍ଷରୁ ଯାଜପୁର ଜିଲ୍ଲାର ଡୁବୁରି ସ୍ଥିତ କଳିଙ୍ଗନଗର କାରଖାନା ପରିସରରେ ଭେଣ୍ଡର୍ ସହଯୋଗୀମାନଙ୍କ (ଭେଣ୍ଡର ପାର୍ଟନର) ଲାଗି “ସୁମିଳନ’ ନାମକ ଏକ ସୁରକ୍ଷା ଯୋଗାଯୋଗ ସମ୍ମିଳନୀ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ଭିପି (ଅପରେସନ୍ସ) ରାଜୀବ କୁମାର ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଟାଟା ଷ୍ଟିଲ୍ କଳିଙ୍ଗନଗର ଏବଂ ୟୁନିୟନର ଅଧିକାରୀମାନେ ଉପସ୍ଥିତ ଥିଲେ ।

‘ସୁମିଳନ’ର ଏହି ନବମ ସଂସ୍କରଣ କାର୍ଯ୍ୟକ୍ରମରେ ବିଭିନ୍ନ ଭେଣ୍ଡର ସହଯୋଗୀମାନଙ୍କର ୫୦୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରି ସୁରକ୍ଷାର ବିଭିନ୍ନ ଦିଗ ଉପରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା \’କିକେନ୍ ୟୋଚି ଟ୍ରେନିଂ (କେୱାଇଟି) ମାଧ୍ୟମରେ ୟୁନିଫର୍ମ ରିସ୍କ ପରସେପ୍ସନ୍‌\’ । ସୁରକ୍ଷା ଏବଂ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ଦିଗରେ ବିପଦର ପୂର୍ବାନୁମାନ କରିବା ପାଇଁ କେୱାଇଟି ହେଉଛି ଏକ ସ୍ୱଳ୍ପକାଳୀନ କାର୍ଯ୍ୟକଳାପ ।

ଏହି କାର୍ଯ୍ୟକ୍ରମ ଅବସରରେ ଭେଣ୍ଡର୍ ସହଯୋଗୀ ଏବଂ ସେମାନଙ୍କ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟସ୍ଥଳୀ ଓ କର୍ମଚାରୀଙ୍କ ବହୁ ଶ୍ରେଷ୍ଠ ସୁରକ୍ଷା ପଦକ୍ଷେପର ପ୍ରଦର୍ଶନ କରାଯାଇଥିଲା ଏବଂ କାର୍ଯ୍ୟସ୍ଥଳୀରେ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ପୂର୍ବରୁ ଆୟୋଜିତ ବିଭିନ୍ନ ସୁରକ୍ଷା ସମ୍ପର୍କିତ ପ୍ରତିଯୋଗିତାରେ ବିଜୟୀ ଭେଣ୍ଡର୍ ସହଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ “ସୁମିଳନ’ ହେଉଛି ଏକ ବିଷୟ ଭିତିକ ସୁରକ୍ଷା ଯୋଗାଯୋଗ ମଂଚ ଯେଉଁଠାରେ ସଂସ୍ଥାର ପ୍ରଚଳିତ ସୁରକ୍ଷା ପ୍ରଦର୍ଶନ ସମ୍ପର୍କରେ ଭେଣ୍ଡର୍ ଏବଂ ସେମାନଙ୍କ କର୍ମଚାରୀମାନେ ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଭାବ ବିନିମୟ କରିଥାନ୍ତି । ସୁରକ୍ଷା ମାନରେ ଉନ୍ନତି ଆଣିବା ଲାଗି ଏଥିରେ ଭେଣ୍ଡର୍ ସହଯୋଗୀ ଏବଂ ସେମାନଙ୍କ କର୍ମଚାରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଏବଂ ସମସ୍ୟାଗୁଡ଼ିକୁ ମଧ୍ୟ ଗ୍ରହଣ କରାଯାଇଥାଏ ।

Share

Leave a Reply

Your email address will not be published. Required fields are marked *

4 × three =