Wednesday, August 19, 2026
Business

ଟାଟା ଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ଠିକା ଶ୍ରମିକଙ୍କ ପାଇଁ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

୨୨୦ରୁ ଅଧିକ ଠିକା କର୍ମଚାରୀଙ୍କ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା

କଳିଙ୍ଗନଗର: ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ର ୟୁଟିଲିଟି ଆଣ୍ଡ ପାୱାର ସିଷ୍ଟମ ବିଭାଗରେ ଠିକା ଶ୍ରମିକଙ୍କ ପାଇଁ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରକୁ ଟିଏସ୍‌କେର ଏଗ୍ଲୋମେରେଟ୍ସ ବିଭାଗର ମୁଖ୍ୟ ୱାଇଜିଏସ ପ୍ରସାଦ, ଟିଏସ୍‌କେର ଏଚ୍‌ଆରବିପି ବିଭାଗର ମୁଖ୍ୟ ଯଶୱନ୍ତ ପାଣ୍ଡେ, ଟିଏସ୍‌କେର ୟୁଟିଲିଟି ଆଣ୍ଡ ପିଏସ୍ ବିଭାଗର ମୁଖ୍ୟ ପ୍ରଦୀପ ଚକ୍ରବର୍ତୀ ଏବଂ ଟିଏସ୍‌କେ ୱାର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର ଜାମୁଦା ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟିଏସ୍‌କେ ଓ ଟିଏସ୍‌କେ ଶ୍ରମିକ ସଂଘର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଟାଟା ଷ୍ଟିଲ୍ କଳିଙ୍ଗନଗରର ୟୁଟିଲିଟି ଆଣ୍ଡ ପିଏସ୍ ବିଭାଗ ସହଯୋଗରେ ଅକ୍ୟୁପେସନାଲ ହେଲଥ୍ ସର୍ଭିସେସ୍ (ଓଏଚ୍‌ଏସ୍‌), ଟିଏସ୍‌କେ ପକ୍ଷରୁ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ୨୨୦ରୁ ଅଧିକ ଠିକା କର୍ମଚାରୀଙ୍କ ବ୍ୟାପକ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା ।

ଏହି ଶିବିରରେ ଡାକ୍ତରୀ ବୃତିଜୀବୀଙ୍କ ସହ ପରାମର୍ଶ, ରୋଗ ନିର୍ଣ୍ଣୟ ଏବଂ ଜୀବନଶୈଳୀ ସଂଶୋଧନ ପରାମର୍ଶ ସହିତ ପ୍ରତିଷେଧକ ସ୍ୱାସ୍ଥ୍ୟସେବା ଉପରେ ସୂଚନାମୂଳକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

10 − 9 =