ଓଡ଼ିଶାରେ ମିଲେଟ୍ ବ୍ୟବହାର ବଢ଼ାଇବା ପାଇଁ ଟାଟା ସୌଲଫୁଲ୍ ପକ୍ଷରୁ ‘ଦେଶ ର ମିଲେଟ୍‌ସ’ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ଗ୍ରୁପ୍‌ର ସ୍ନାକ୍ସ ଓ ଜଳଖିଆ ବ୍ରାଣ୍ଡ୍ ଟାଟା ସୌଲଫୁଲ୍ ପକ୍ଷରୁ “ଦେଶ ର ମିଲେଟ୍‌ସ’ ଅଭିଯାନ ଜରିଆରେ ଓଡ଼ିଶାର ଘରେ ଘରେ ଆଧୁନିକ ରୂପରେ ମାଣ୍ଡିଆ, ବାଜରା ଓ ଯଅ ଭଳି ମିଲେଟ୍ ପହଂଚାଇବା ମିସନର ଶୁଭାରମ୍ଭ କରାଯାଇଛି । ଜାତିସଂଘ ପକ୍ଷରୁ ୨୦୨୩କୁ ମିଲେଟ୍ ବର୍ଷ ଘୋଷଣା କରାଯାଇଥିବା ବେଳେ ସେହି ଅନୁସାରେ ଏହି ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟରେ ମିଲେଟ୍‌ର ପ୍ରସାର କରିବା ଲାଗି ଟାଟା ଟି’ ପ୍ରିମିୟମ୍‌ର ୨୫୦ ଗ୍ରାମ୍ ପ୍ୟାକ୍‌ରେ ୧୦ ଟଙ୍କିଆ ମିଲେଟ୍‌ଭିତିକ ରାଗି ବାଇଟ୍‌ସ ନୋ ମଇଦା ଚୋକୋ ପ୍ରଦାନ କରାଯାଇଛି । ସାରା ଓଡ଼ିଶାରେ ବ୍ୟାପକ ଭାବେ ତାହାର ବିତରଣ କରାଯାଉଛି ।
୨୦୧୭ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଓଡ଼ିଶା ମିଲେଟ୍ ମିସନ ଅନୁସାରେ ଟାଟା ସୌଲଫୁଲ୍‌ର ଅଭିଯାନ “ଦେଶ ର ମିଲେଟ୍‌ସ” ହେଉଛି ମିଲେଟ୍‌ଭିତିକ ଉତ୍ପାଦ ଜରିଆରେ ଏହି ପ୍ରାଚୀନ ଭାରତୀୟ ଶସ୍ୟର ପୁନରୁଦ୍ଧାର କରିବା ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଓଡ଼ିଶାରେ ମାଣ୍ଡିଆକୁ କଂପାନି ଏଭଳି ଭାବେ ଉପସ୍ଥାପନ କରିଛିି ଯାହା ନିରବଚ୍ଛିନ୍ନ ଭାବେ ଲୋକମାନଙ୍କ ଜୀବନଶୈଳୀ ସହ ଖାପଖାଉଛି ଯାହା ୧୦ ଟଙ୍କିଆ ଭାଲ୍ୟୁ ପ୍ୟାକ୍ ସହ ସାରା ଓଡ଼ିଶାର ଘରେ ଘରେ ପହଂଚିପାରିଛି । ଟାଟା ସୌଲଫୁଲର ରାଗି ବାଇଟସ୍ ନୋ ମଇଦା ଚୋକୋକୁ ୨୫% ମାଣ୍ଡିଆ ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଯାହା ହେଉଛି ଏକ ରେଡି-ଟୁ-ଇଟ୍ ଜଳଖିଆ ଏବଂ ସ୍ନାକ୍ସ ଯାହା ଗ୍ରାହକଙ୍କୁ ସୁସ୍ୱାଦୁ ଉପାୟରେ ମିଲେଟ୍‌ର ଭଲ ଗୁଣ ପ୍ରଦାନ କରିବ ।
ଏହି ଅଭିଯାନ ଜରିଆରେ ଓଡ଼ିଶାର ୮ ଲକ୍ଷ ପରିବାରରେ ‘ଦେଶ ର ମିଲେଟ୍‌’ ପହଂଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଏହାର ପ୍ରସାର ଜରିଆରେ ପୁଷ୍ଟିକର ଓ ନିରନ୍ତର ଖାଦ୍ୟ ବିକଳ୍ପ ଆଡ଼କୁ ଲୋକମାନଙ୍କୁ ଅଗ୍ରସର କରାଇବାକୁ ଲକ୍ଷ୍ୟ ରହିଛି ।
ଏ ସଂକ୍ରାନ୍ତରେ ଟାଟା ସୌଲଫୁଲର ଏମ୍‌ଡି ଓ ସିଇଓ ପ୍ରଶାନ୍ତ ପରମେଶ୍ୱରନ କହିଛନ୍ତି ଯେ, “ଆମେ ପ୍ରଦାନ କରୁଥିବା ଉତ୍ପାଦର କେନ୍ଦ୍ରରେ ପ୍ରାଚୀନ ଶସ୍ୟ ମିଲେଟ୍ ରହିଥିବା ବେଳେ ଟାଟା ସୌଲଫୁଲରେ ଆମର ଲକ୍ଷ୍ୟ ହେଉଛି ଆପଣଙ୍କ ପାଇଁ ଉତମ ସ୍ନାକ୍ସ ଓ ସେରିଏଲ୍ ପ୍ରଦାନ କରିବା । ‘ପ୍ରଥମେ ସ୍ୱାଦ ଓ ପୁଷ୍ଟିକୁ ଆଗକୁ ବଢ଼ାଇବା’ ଦୃଷ୍ଟିକୋଣ ନେଇ ଆମ ଉତ୍ପାଦ ଆଜିକାଲିର ଗ୍ରାହକମାନଙ୍କ ସହିତ ବେଶ ଖାପଖାଉଛି । ଓଡ଼ିଶାର ଗ୍ରାହକମାନଙ୍କ ସହିତ ଆମ ବ୍ରାଣ୍ଡ୍‌ର ସମ୍ପର୍କ ଆହୁରି ବୃଦ୍ଧି ପାଇବ । ଆମ ସମସ୍ତ ଉତ୍ପାଦ ପୋର୍ଟଫୋଲିଓର ମୂଳ ଉପାଦାନ ହେଉଛି ମାଣ୍ଡିଆ ଯାହା ବହୁ ପିଢ଼ି ଧରି ପ୍ରତି ଓଡ଼ିଆଙ୍କ ଖାଦ୍ୟର ଏକ ଅଂଶ ହୋଇରହିଛି । ପ୍ରତି ପରିବାର ପାଖରେ ସୁଲଭ ମୂଲ୍ୟରେ ମିଲେଟ୍ ପହଂଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଓଡ଼ିଶାର ସବୁଠୁ ପସନ୍ଦର ଚା’ ବ୍ରାଣ୍ଡ୍ ଟାଟା ଟି ପ୍ରିମିୟମ୍ ସହ ସହଯୋଗିତା ଜରିଆରେ ଏହାର ପ୍ରଭାବକୁ ତ୍ୱରାନ୍ୱିତ କରିବାକୁ ଆମେ ଆଶା ରଖିଛୁ । ଏହି ସହଯୋଗିତା ଜରିଆରେ ଆମେ ସାରା ରାଜ୍ୟରେ ଥିବା ପରିବାରଗୁଡ଼ିକ ପାଖରେ ପହଂଚିପାରିବୁ ଏବଂ ମିଲେଟ୍ ବିପ୍ଳବକୁ ତ୍ୱରାନ୍ୱିତ କରିପାରିବୁ । ଏକାସଙ୍ଗେ ଓଡ଼ିଶାର ୮ ଲକ୍ଷ ପରିବାର ପାଖରେ ପହଂଚିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

5 + 7 =