ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ରୁଙ୍ଗଟା ଷ୍ଟିଲ୍‌ର ନୂଆ ଟିଭି ବିଜ୍ଞାପନ

ଭୁବନେଶ୍ୱର: ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଟିଏମ୍‌ଟି ବାର୍ ଓ ସମନ୍ୱିତ ଇସ୍ପାତ ଉତ୍ପାଦ ନିର୍ମାତା ରୁଙ୍ଗଟା ଷ୍ଟିଲ୍ ପକ୍ଷରୁ ବଲିଉଡ୍ ତାରକା ଦମ୍ପତି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କୁ ନେଇ ନୂଆ ଟିଭି ବିଜ୍ଞାପନ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ସେମାନେ ଜୀବନରେ ଦୃଢ଼ ବନ୍ଧନ ଉପରେ ଗୁରୁତ୍ୱାରୋପ କରୁଛନ୍ତି ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ସହ କ୍ରିକେଟ୍ ଋତୁ ପ୍ରତ୍ୟାବର୍ତନ କରିଥିବା ବେଳେ ରୁଙ୍ଗ୍‌ଟାର ଏହି ନୂଆ ଟିଭି ବିଜ୍ଞାପନରେ କ୍ରିକେଟ୍‌ରେ ପାର୍ଟନରସିପ୍ ଓ ପଡ଼ିଆ ଭିତରେ ଓ ପଡ଼ିଆ ବାହାର ବନ୍ଧନ ଭିତରେ ସମାନ୍ତରାଳ ତୁଳନା ପ୍ରଦାନ କରାଯାଇଛି । ସଫଳତା ହାସଲ କରିବା ଓ ବ୍ୟକ୍ତିଗତ ଓ ପେସାଦାର ଜୀବନରେ ସମ୍ପର୍କକୁ ସୁଦୃଢ଼ କରିବାର ମୂଲ୍ୟବୋଧରେ ଏକ ଦୃଢ଼ ସମ୍ପର୍କ କିଭଳି ଗୁରୁତ୍ୱପୂର୍ଣ୍ଣ ଭିନ୍ନତା ଆଣିଥାଏ ତାହା ଉପରେ ଆଲିଆ ଓ ରଣବୀରଙ୍କ କୌତୁକିଆ ଆଲୋଚନା ସହ ଏହି ଟିଭିସି ଆରମ୍ଭ ହୋଇଥିଲା ।
ଏହି ନୂଆ ଟିଭି ବିଜ୍ଞାପନ ସମ୍ପର୍କରେ ରୁଙ୍ଗଟା ଷ୍ଟିଲ୍‌ର ବରିଷ୍ଠ ପ୍ରବନ୍ଧକ ବିକ୍ରି ଓ ମାର୍କେଟିଂ ମୁଖ୍ୟ ଶ୍ରୀ ଅରବିନ୍ଦ କୁମାର କହିଛନ୍ତି ଯେ, “ନିଜ ପ୍ରତିଭା ଏବଂ ଦର୍ଶକଙ୍କ ସହ ଯୋଡ଼ି ହେବା ଦକ୍ଷତା ପାଇଁ ଉଭୟ ଆଲିଆ ଓ ରଣବୀର ପରିଚିତ । ଆମର ନୂଆ ଟିଭିସିରେ କ୍ରିକେଟ୍ ଋତୁର ଉତ୍ସାହ ଓ ଭାବାବେଗ ରହିଛି । ଆମେ ସେଭଳି ଭାବକୁ ବଜାୟ ରଖିବାକୁ ଚାହୁଛୁ ଏବଂ ଆଶା କରୁଛୁ ଯେ ଆମ ନୂଆ ଟିଭିସିକୁ ଗ୍ରାହକମାନେ ପସନ୍ଦ କରିବେ ଏବଂ ନିଜ ବ୍ୟକ୍ତିଗତ ଜୀବନ ସହିତ ତାହାକୁ ଯୋଡ଼ିପାରିବେ । ଏକ ସଂସ୍ଥା ଭାବେ ଆମେ ସର୍ବଦା ଅଭିନବ ଓ ଉନ୍ନତି ଆଣିବା ପାଇଁ ନୂଆ ପଥ ସନ୍ଧାନ କରୁଛୁ । ଆମର କିଛି ଯୋଜନା ରହିଛି ଯାହା ନିକଟ ଭବିଷ୍ୟତରେ ଘୋଷଣା ହେବ ।’’
ରୁଙ୍ଗଟାର ନୂଆ ଟିଭି ବିଜ୍ଞାପନରେ ରୁଙ୍ଗଟା ଷ୍ଟିଲ୍ ଉତ୍ପାଦର ଦୃଢତା ଼ଓ ଦୀର୍ଘସ୍ତାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଛି ଯାହା କଠିନ ପରିସ୍ଥିତିରେ ମଧ୍ୟ ବିଶ୍ୱାସ ଓ ପାରସ୍ପରିକ ସମ୍ମାନ ଉପରେ ପର୍ଯ୍ୟବେସିତ ରହିବ ।
ଗ୍ରାହକ ଓ ପ୍ରମୁଖ ଅଂଶୀଦାରମାନଙ୍କ ସହ ଯୋଡ଼ି ହେବା ଲାଗି ରୁଙ୍ଗଟା ଷ୍ଟିଲ୍‌ର ଜାରି ରହିଥିବା ଟିଭି ବିଜ୍ଞାପନର ଏକ ଅଂଶ ହେଉଛି ଏହି ନୂଆ ଟିଭି ବିଜ୍ଞାପନ । ଗୁଣାତ୍ମକ, ଦୀର୍ଘସ୍ଥାୟିତ୍ୱ ଓ ପ୍ରଦର୍ଶନ ପ୍ରତି ରୁଙ୍ଗଟା ଷ୍ଟିଲ୍‌ର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ ହେଉଛି ଆଲିଆ ଓ ରଣବୀରଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭି ବିଜ୍ଞାପନ ।
ଆଇଏସ୍ ୧୭୮୬ ଅନୁସାରେ ଏଫ୍‌ଇ୫୦୦, ଏଫ୍‌ଇ୫୦୦ଡି, ଏଫ୍‌ଇ୫୫୦, ଏଫ୍‌ଇ୫୫୦ଡି ଏବଂ ୬ରୁ ୪୦ ଏମ୍‌ଏମ୍‌ରେ ରୁଙ୍ଗଟା ଷ୍ଟିଲ୍ ଟିଏମ୍‌ଟି ବାର୍ ଆସୁଛି ।

Share

Leave a Reply

Your email address will not be published. Required fields are marked *

13 − 2 =