ଆର୍‌ଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନ୍ସ ପ୍ଲେସ୍‌ମେଂଟ୍ ଜରିଆରେ ୯୦୦ କୋଟିର ପାଣ୍ଠି ହାସଲ

ଭୁବନେଶ୍ୱର: ଭାରତରେ ରିଫ୍ରାକ୍ଟରି ବ୍ୟବସାୟର ଅନ୍ୟତମ ଅଗ୍ରଣୀ ସଂସ୍ଥା ଆର୍‌ଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସଫଳତାର ସହ କ୍ୱାଲିଫାଏଡ୍ ଇନଷ୍ଟିଚ୍ୟୁସନ୍‌ସ ପ୍ଲେସ୍‌ମେଂଟ୍ (କ୍ୟୁଆଇପି) ଜରିଆରେ ୯୦୦ କୋଟି ଟଙ୍କା ହାସଲ କରାଯାଇଛି । କଂପାନି ପକ୍ଷରୁ ଏଥିପାଇଁ ସେୟାର ପିଛା ୫୭୨.୭୦ ଟଙ୍କା ହିସାବରେ ୧୫,୭୧୫,୦୩୪ ଇକ୍ୱିଟି ସେୟାର ଜାରି କରାଯିବ ।
କୁୃ୍ୟଆଇପି ଜରିଆରେ ଜାରି କରାଯିବାକୁ ଥିବା ସେୟାରଗୁଡ଼ିକ ୨୦୨୩ ଏପ୍ରିଲ୍ ମାସରୁ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍ ଓ ବମ୍ବେ ଷ୍ଟକ ଏକ୍ସଚେଂଜ୍‌ରେ କାରବାର ହେବ ।
କଂପାନିର ମାଲିକାନା ସଂସ୍ଥା ଆର୍‌ଏଚ୍‌ଆଇ ମ୍ୟାଗ୍ନେସିତା ଏନ୍‌ଭି ମଧ୍ୟ ୨୦୦ କୋଟି ଟଙ୍କାର ପ୍ରିଫରେନ୍ସିଆଲ୍ ଇସ୍ୟୁ ଜରିଆରେ ନୂତନ ସେୟାର ସବ୍‌ସ୍କ୍ରାଇବ୍ କରିବାକୁ ଆଶା ରଖିଛି । ତେବେ ଏଥିପାଇଁ ଆର୍‌ଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆର ବୋର୍ଡ ଓ ଅଂଶଧନକାରୀମାନଙ୍କ ଅନୁମତି ଦରକାର ।
ଏହି କ୍ୟୁଆଇପି ଓ ପ୍ରିଫରେନ୍ସିଆଲ୍ ଇସ୍ୟୁ ପରେ ଆର୍‌ଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆରେ ଗ୍ରୁପ୍‌ର ଅଂଶଧନ ପାଖାପାଖି ୫୬% ରହିଛି ।
ସଫଳତାର ସହ ଇକ୍ୱିଟି ସେୟାର ଜାରି କରିବା ପରେ ଆରଏଚ୍‌ଆଇ ମ୍ୟାଗ୍ନେସିତା ଇଣ୍ଡିଆ ଲିମିଟେଡ୍‌ର ଏମ୍‌ଡି ଓ ସିଇଓ ପରମୋଦ ସାଗର କହିଛନ୍ତି ଯେ, ଏହି କାରବାର ଆମ କଂପାନିର ବ୍ୟବସାୟ ଓ ଆର୍ଥିକ ମଡେଲ୍ ଉପରେ ଉଚ୍ଚ ମାନର ଆନ୍ତର୍ଜାତିକ ଓ ସ୍ଥାନୀୟ ସଂସ୍ଥାଗତ ନିବେଶକମାନଙ୍କ ଭରସାକୁ ପ୍ରଦର୍ଶିତ କରୁଛି । କ୍ୟୁଆଇପିକୁ ମିଳିଥିବା ରାଶିକୁ ଆମ ପରିଚାଳନାର ଆଧୁନିକରଣ ଓ ଅଧିଗ୍ରହଣ ଜରିଆରେ ନୂଆ ଅଭିବୃଦ୍ଧିରେ ବ୍ୟବହାର କରାଯିବ ଯାହା ଭାରତର ଓ ପଶ୍ଚିମ ଏସିଆ ଅଂଚଳରେ ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି ବଜାରରେ ରହିଥିବା ସୁଯୋଗକୁ ହାସଲ କରିବାରେ ଆମ ପାଇଁ ସହାୟକ ହେବ । ଆମେ କଂପାନିର ସମସ୍ତ ଅଂଶଧନକାରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ଯେଉଁମାନଙ୍କ ଭରସା ଓ ବିଶ୍ୱାସ ଆମକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି ।’’
ଏହି କ୍ୟୁଆଇପିର ଏକମାତ୍ର ବୁକ୍ ରନର୍ ହେଉଛନ୍ତି ଏଚ୍‌ଏସ୍‌ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟ୍‌ସ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

sixteen + seventeen =