Business

ପିରାମଲ୍ ଫାର୍ମା ପକ୍ଷରୁ ଲିଟିଲ୍‌ସ ବ୍ରାଣ୍ଡ୍ ପାଇଁ ୟାମି ଗୌତମଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି

ଭୁବନେଶ୍ୱର: ପିରାମଳ ଫାର୍ମା ଲିମିଟେଡ୍‌ର ଇଣ୍ଡିଆ କଂଜ୍ୟୁମର୍ ହେଲ୍‌ଥକେୟାର (ଆଇସିଏଚ୍‌) ପକ୍ଷରୁ କମ୍ପାନିର ବେବି କେୟାର ବ୍ରାଣ୍ଡ୍ ଲିଟିଲ୍‌ସ ପାଇଁ ଏହାର ନୂଆ ଅଭିଯାନ “ସ୍ୱିଚ୍ ଟୁ ସଫ୍ଟର’ ଘୋଷଣା କରାଯାଇଛି। ସେଥିରେ ବଲିଉଡ୍ ଅଭିନେତ୍ରୀ ୟାମି ଗୌତମଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଦେଖିବାକୁ ମିଳିବ ଏବଂ ସେ ଲିଟିଲ୍‌ସର ଫ୍ଲଫି ସଫ୍ଟ ଡାଏପର୍ ପ୍ୟାଂଟ୍‌କୁ ଉପସ୍ଥାପନ କରିବେ। ଏହି ପ୍ୟାଂଟ୍ ୧୨ ଘଂଟା ପର୍ଯ୍ୟନ୍ତ ସୁରକ୍ଷା ପ୍ରଦାନ କରିବ ଏବଂ ଆଂଟି ରାସ୍ ଫର୍ମୁଲାରେ ପ୍ରସ୍ତୁତ ଏହି ପ୍ୟାଂଟ୍‌ରେ ଓଦା ସୂଚକ ବ୍ୟବସ୍ଥା ରହିଛି ଯାହା ଶିଶୁକୁ ଚବିଶ ଘଂଟା ସୁରକ୍ଷା ପ୍ରଦାନ କରିବା ସହ କୋମଳ ରଖିବ।
ଯୁବ ମା’ମାନେ ଶିଶୁ ପାଇଁ କୌଣସି ଉତ୍ପାଦ ଚୟନ କରିବା ବେଳେ ନିଜେ ନିଷ୍ପତ୍ତି ନେବା ପରିବର୍ତ୍ତେ ନିଜ ପରିବାର, ବନ୍ଧୁ ଓ ସାମାଜିକ ସମ୍ପର୍କୀୟଙ୍କ ପାଖରେ ପହଂଚିଥାନ୍ତି। ଲିଟିଲ୍‌ସ ବ୍ରାଣ୍ଡ୍ ସେହି ଧାରଣାକୁ ବଦଳାଇ ସୂଚନା ଆଧାରରେ ନିଷ୍ପତି ଗ୍ରହଣ କରିବାରେ ମା’ମାନଙ୍କୁ ବିଶ୍ୱାସୀ କରିବାକୁ ଲକ୍ଷ୍ୟ ରଖିଛି । ୟାମି ଗୌତମଙ୍କୁ ନେଇ ପ୍ରସ୍ତୁତ “ସ୍ୱିଚ୍ ଟୁ ସଫ୍ଟର” ଅଭିଯାନ ଜରିଆରେ ବ୍ରାଣ୍ଡ୍ ସେହି ବାର୍ତାକୁ ଦୃଢ଼ ଭାବେ ପ୍ରଚାର କରୁଛନ୍ତିି। ଗ୍ରାହକମାନଙ୍କୁ ଉତ୍ପାଦ ମାନ ଉପରେ ପ୍ରତିଶ୍ରୁତି ପ୍ରଦାନ କରିବା ଲାଗି କମ୍ପାନି ପକ୍ଷରୁ ମନି ବ୍ୟାକ୍ ଗ୍ୟାରେଂଟି ପ୍ରଦାନ କରୁଛି।
ପିରାମଳ କଞ୍ଜ୍ୟୁମର୍ ହେଲ୍ଥକେୟାରର ସିଇଓ ସାଇ ରମଣା ପୋନୁଗୋଟି କହିଛନ୍ତି ଯେ, “ସହରୀକରଣ ବୃଦ୍ଧି, ବିଶ୍ୱସ୍ତରୀୟ ଧାରା ସଂସ୍ପର୍ଶରେ ଆସିବା, ଶିଶୁ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ବିଷୟରେ ସଚେତନତା ବୃଦ୍ଧି ପାଇବା ସହିତ ଶିଶୁ ଯତ୍ନ ଉତ୍ପାଦ ପାଇଁ ଭାରତରେ ନୂତନ ମା’ମାନଙ୍କ ଆଶା ଯଥେଷ୍ଟ ବୃଦ୍ଧି ପାଇଛି। ଆଜିକାଲି ନୂଆ ମା’ ମାନେ ଏପରି ଏକ ଡାଇପର ଚାହୁଁଛନ୍ତି ଯାହା କେବଳ ତରଳ ଜିନିଷକୁ ଶୋଷିନେବା ସହିତ କୋମଳତା ମଧ୍ୟ ପ୍ରଦାନ କରୁଥିବା ଯାହା ଶିଶୁର କୋମଳ ତ୍ୱଚାକୁ ସୁରକ୍ଷିତ ରଖିବ। ଏହି ଆବଶ୍ୟକତାକୁ ଆରାମ, ସୁରକ୍ଷା ଏବଂ ଅଭିନବତା ସହିତ ପୂରଣ କରିବା ପାଇଁ ଲିଟିଲସ୍ ଫ୍ଲଫି ସଫ୍ଟ ଡାଇପର ପ୍ୟାଂଟକୁ ପ୍ରସ୍ତୁତ କରାଯାଇଛି।”
ଲିଟଲ୍‌ସ୍ ସହ ଏହି ସମ୍ପର୍କ ବିଷୟରେ ୟାମି ଗୌତମ କହିଛନ୍ତି, “ଜଣେ ନୂଆ ମା’ ଭାବରେ ମୁଁ ଲିଟିଲ୍‌ସ ସହିତ ଭାଗିଦାରୀ କରି ଅତ୍ୟନ୍ତ ଖୁସି। ଏହା ଏକ ବ୍ରାଣ୍ଡ ଯାହା ଉଭୟ ଶିଶୁ ଏବଂ ମା’ଙ୍କ ଆବଶ୍ୟକତାକୁ ପ୍ରକୃତରେ ବୁଝିଛି। ମାତୃତ୍ୱ ଏକ ସୁନ୍ଦର ତଥା ଚ୍ୟାଲେଞ୍ଜିଂ ଯାତ୍ରା ଏବଂ ମୋ ପାଖରେ ଲିଟିଲ୍‌ସ ରହିବା ଏହାକୁ ସହଜ କରିଛି। ଲିଟିଲ୍‌ସ ଫ୍ଲୁଫି ସଫ୍ଟ ଡାଇପର ପ୍ୟାଂଟସ୍‌ର ଉନ୍ମୋଚନ ଶିଶୁମାନଙ୍କ ପାଇଁ କୋମଳତା ଅନୁଭୂତିକୁ ସମୃଦ୍ଧ କରି ଚରମ ଆରାମ ପାଇଁ ସେମାନଙ୍କ ପ୍ରତିବଦ୍ଧତାର ଉଦାହରଣ ଦେଇଛି। ଆରାମ ଉପରେ ଗୁରୁତ୍ୱ ମୋ ଶିଶୁକୁ ଆରାମ ଦେବାରେ ସାହାଯ୍ୟ କରିଛି ଯାହା ମୋତେ କମ୍ ଚାପରେ ମାତୃତ୍ୱ ଉପଭୋଗ କରିବାକୁ ଅନୁମତି ଦେଇଛି।”

Share

Leave a Reply

Your email address will not be published. Required fields are marked *

five × one =