କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଆଇଆଇଏମ୍ ସମ୍ବଲପୁରରେ “ରଙ୍ଗବତୀ ସେଂଟର ଅଫ୍ ଏକ୍ସଲେନ୍ସ’ର ଉଦ୍‌ଘାଟନ ସହ ପ୍ୟାନ୍ ଆଇଆଇଏମ୍ ସମ୍ମିଳନୀର ଶୁଭାରମ୍ଭ

ଆଇଆଇଏମ୍ ସମ୍ବଲପୁରରେ ୪ ଦିନିଆ ନବମ ପ୍ୟାନ୍‌-ଆଇଆଇଏମ୍ ବିଶ୍ୱ ମ୍ୟାନେଜମେଂଟ୍ ସମ୍ମିଳନୀର ଶୁଭାରମ୍ଭ
ଆଇଆଇଏମ୍ ସମ୍ବଲପୁରରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହର ସ୍ୱତନ୍ତ୍ର ସ୍କ୍ରିନିଂ
ସମ୍ବଲପୁର: ଆଇଆଇଏମ୍ ସମ୍ବଲପୁରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା “ରଙ୍ଗବତୀ ସେଂଟର ଅଫ୍ ଏକ୍ସଲେନ୍ସ ଇନ୍ କଲ୍‌ଚରାଲ୍ ଆଣ୍ଡ୍ ସଷ୍ଟେନେବଲ୍ ମ୍ୟାନେଜମେଂଟ୍‌’କୁ ଉଦ୍‌ଘାଟନ କରିବା ସହିତ ନବମ ପ୍ୟାନ୍ ଆଇଆଇଏମ୍ ବିଶ୍ୱ ପରିଚାଳଚା ସମ୍ମିଳନୀର ଶୁଭାରମ୍ଭ ହୋଇଛି । ରଙ୍ଗବତୀ ସେଂଟର୍ ଅଫ୍ ଏକ୍ସଲେନ୍ସ ଇନ୍ କଲ୍‌ଚରାଲ୍ ଆଣ୍ଡ୍ ସଷ୍ଟେନେବଲ୍ ମ୍ୟାନେଜମେଂଟ୍‌କୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ନୃତ୍ୟ, ସ୍ମରଣୀୟ ଗୀତ, ପ୍ରକୃତି ପୂଜା ଓ ସମୃଦ୍ଧ ଖାଦ୍ୟ ସଂସ୍କୃତି ସମେତ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବା ପାଇଁ ଏହି କେନ୍ଦ୍ର ଏକ ହବ୍ ସାବ୍ୟସ୍ତ ହେବ । ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ଇତିହାସ ଉପରେ ଗବେଷଣା ସହ ବୟନଶିଳ୍ପ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯିବ ।’’
ଉଦଘାଟନୀ ଉତ୍ସବରେ ୟୁଏନ୍ ଗ୍ଲୋବାଲ୍ କମ୍ପ୍ୟାକ୍ଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ରତନେଶ ଝା, ନୂଆଦିଲ୍ଲୀର ଆଇଆଇପିଏ ଡିଜି ଏସ୍ ଏନ୍ ତ୍ରିପାଠୀ ଓ ଡେଲୋଇଟ୍‌ର ସିଇଓ ରୋମାଲ ସେଠୀ ଯୋଗ ଦେଇଥିଲେ । ଏହି ଅବସରରେ ଆଇଆଇଏମ୍ ଜମ୍ମୁର ନିର୍ଦେଶକ ପ୍ରଫେସର ବିଏସ୍ ସହାୟ; ଆଇଆଇଏମ କାଶୀପୁରର ନିର୍ଦ୍ଦେଶକ ପ୍ରଫେସର କୁଳଭୂଷଣ ବାଲୁନି; ଆଇଆଇଏମ୍ ନାଗପୁରର ନିର୍ଦ୍ଦେଶକ ପ୍ରଫେସର ଭୀମରାୟ ମେତ୍ରୀ ଏବଂ ଆଇଆଇଏମ୍ ତ୍ରିଚିର ନିର୍ଦ୍ଦେଶକ ପ୍ରଫେସର ପବନ କୁମାର ସିଂହ ଉପସ୍ଥିତ ଥିଲେ ।
ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ଡିଜିଟାଲାଇଜେସନ୍‌, ଡିକାର୍ବନାଇଜେସନ୍ ଏବଂ ବ୍ୟବସାୟର ଗଣତାନ୍ତ୍ରିକୀକରଣ ଭଳି ୩ଡି ପରିବର୍ତନ ଉପରେ ଆଲୋକପାତ କରିଥିଲେ । ସେ କହିଛନ୍ତି ଯେ ଦୁନିଆ ବଦଳୁଛି ଏବଂ ଡିଜିଟାଇଜେସନ୍ କାରଣରୁ ପରିବର୍ତନ, ଡିକାର୍ବନାଇଜେସନ୍ କାରଣରୁ ପରିବର୍ତନ ଏବଂ ବ୍ୟବସାୟର ଗଣତାନ୍ତ୍ରିକୀକରଣ କାରଣରୁ ପରିବର୍ତନ ହେଉଛି । ୟୁଆଇଡିଏଆଇ ଏବଂ ୟୁପିଆଇ ଭଳି ପଦକ୍ଷେପର ଉଦାହରଣ ଦେଇ ସେ ଡିଜିଟାଲ ବିପ୍ଳବରରେବିଶ୍ୱର ନେତୃତ୍ୱ ନେବାପାଇଁ ଭାରତର ସାମର୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ । ସେ କହିଛନ୍ତି ଯେ ଉପନିବେଶବାଦ ପୂର୍ବରୁ ବିଶ୍ୱ ଜିଡିପିରେ ୩୨% ଭାଗ ଭାରତର ଥିଲା । ଅଭିନବତା, ସ୍ଥାୟୀତା ଏବଂ ୩ଡି ଜରିଆରେ ଆମେ ତାହାକୁ ହାସଲ କରିପାରିବା । ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ଆଇଆଇଏମ୍ ସମ୍ବଲପୁରର ରଙ୍ଗବତୀ କେନ୍ଦ୍ରରେ ଏହି ଅଂଚଳର ଜୀବନ୍ତ କଳା ଓ ସଂସ୍କୃତିକୁ ପ୍ରଦର୍ଶିତ କରିବା ପାଇଁ ଏକ ଖୋଲା ଥିଏଟର ରହିବ । ଏହି ପ୍ରୟାସ ସ୍ଥାନୀୟ ସମୁଦାୟ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ଆଂଚଳିକ ବିକାଶ ଏବଂ ବିବିଧତାକୁ ଗ୍ରହଣ କରିବା ଓଂ ସ୍ମରଣ କରିବାର ମହତ୍ୱ ଉପରେ ଆଲୋକପାତ କରୁଛି ।’’
ମୁଖ୍ୟ ଅତିଥି ଭାବେ ଡେଲୋଇଟ୍ ଦକ୍ଷିଣ ଏସିଆର ସିଇଓ ରୋମାଲ ସେଟ୍ଟି ସହଯୋଗ, ସ୍ଥାୟୀତ୍ୱ ଏବଂ ଡିଜିଟାଲ ପ୍ରଶାସନ ଉପରେ ଗୁରୁତ୍ୱ ଦେଇ ଭାରତର ଅଭିବୃଦ୍ଧିର ବିଭିନ୍ନ ଦିଗରେ ନବସୃଜନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ପାୱାରପଏଂଟ୍ ଉପସ୍ଥାପନା ମାଧ୍ୟମରେ ଶ୍ରୀ ସେଟ୍ଟି ଚନ୍ଦ୍ରଯାନ, ମାଲକମ୍ ମ୍ୟାକ୍ଲିନ୍ ର କଂଟେନରାଇଜେସନ୍ ଏବଂ ସିଏଟ୍ ଭଳି ଭାରତୀୟ କଂପାନି ଗୁଡ଼ିକ ଲଜିଷ୍ଟିକ୍ ଶିଳ୍ପରେ ବିପ୍ଳବ ଆଣିବା ଭଳି ଉଦାହରଣ ଉପରେ ଆଲୋକପାତ କରି ଉଦ୍ଭାବନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟର ଆବଶ୍ୟକତା ଉପରେ କହିଥିଲେ । ସେ କହିଛନ୍ତି ଯେ ଅଭିବୃଦ୍ଧି, ପ୍ରଶାସନ ଏବଂ ସ୍ଥାୟୀତା ସମେତ ନବସୃଜନ ଏକ ବଡ଼ ବିଷୟ । ଶ୍ରୀ ସେଟ୍ଟି ଆପଲ ୱାଚ୍‌କୁ ସ୍ଥାୟିତ୍ୱ ପାଇଁ ଦୂରଦୃଷ୍ଟିସମ୍ପନ୍ନ ଯୋଜନାର ଏକ ଉଦାହରଣ ଏବଂ ପ୍ରତୀକ୍ଷା ସମୟ ହ୍ରାସ, ଇନ୍ଧନ ସଂଚୟ ଏବଂ ଦୁର୍ନୀତି ରୋକିବାରେ ଭାରତର ଫାସଟ୍ୟାଗ ଏବଂ ଜିଏସଟି କାର୍ଯ୍ୟକାରିତାର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରିଥିଲେ । ଏକାଧିକ ସମାଧାନ ଉଦ୍ଭାବନ କରିବା ପାଇଁ ବିଭିନ୍ନ ଦୃଷ୍ଟିକୋଣରୁ ସମସ୍ୟାକୁ ଦେଖି ସେଥିରୁ ଶିଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇଥିଲେ । ଦେଶରେ ପ୍ରଚୁର ସୁଯୋଗ ଉପରେ ଆଲୋକପାତ କରି ଯୁବପିଢ଼ି ଭାରତରେ ରହି ଏହାର ଅଭିବୃଦ୍ଧିରେ ଯୋଗଦାନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।’’
ସମ୍ମାନିତ ଅତିଥି ଭାବେ ନୂଆଦିଲ୍ଲୀର ଆଇଆଇପିଏ ଡିଜି ଶ୍ରୀ ଏସ୍ ଏନ୍ ତ୍ରିପାଠୀ ଦେଶରେ ଆଇଆଇଏମ୍ ଭୂମିକାର ପରିସର ଏବଂ ଭାରତୀୟ ମନ୍ତ୍ରଣାଳୟ ମଧ୍ୟରେ ଥିବା ବିଭିନ୍ନ ବିଭାଗ ଓ ସଂଗଠନ ଏବଂ ସରକାରଙ୍କ ମୌଳିକ ଢାଂଚାରେ ମାନସିକତା ପରିବର୍ତନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେ ଏକ ଉଦାହରଣ ଦେଇ କହିଛନ୍ତି ଯେ ୩୦ ନିୟୁତ ଲୋକ ଏହି ଦେଶକୁ ଶାସନ କରୁଛନ୍ତି ଏବଂ ଲାଇନମ୍ୟାନଙ୍କଠାରୁ ଆରମ୍ଭ କରି ଅଧ୍ୟକ୍ଷ ପର୍ଯ୍ୟନ୍ତ ତିନି କୋଟି ଅମଲା ଅଛନ୍ତି, ଯେଉଁମାନେ ସରକାରଙ୍କ ଅଂଶ ବିଶେଷ ଏବଂ ୨୧ଟି ଆଇଆଇଏମ୍ ସହିତ ସେମାନଙ୍କ ମାନସିକତା ପରିବର୍ତନ କରିବା ସହଜ କାମ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତର ଲୋକଙ୍କ ବିକାଶ ପାଇଁ ଆମକୁ କେବଳ ତଥ୍ୟ ଅପେକ୍ଷା ଅଧିକ ବୁଦ୍ଧିର ଆବଶ୍ୟକତା ରହିଛି ।
ଏହା ପୂର୍ବରୁ ଏକ ଡକ୍ଟରେଟ୍ କନସୋର୍ଟିୟମ୍‌ର ଆୟୋଜନ କରାଯାଇଥିଲା, ଯାହା ଉଦୀୟମାନ ବୁଦ୍ଧିଜୀବୀ ଏବଂ ଡକ୍ଟରେଟ୍ ପ୍ରାର୍ଥୀଙ୍କ ପାଇଁ ଏକ ଅମୂଲ୍ୟ ପ୍ଲାଟଫର୍ମ ପ୍ରମାଣିତ ହୋଇଥିଲା । ଆଇଆଇଏମ୍ ସମ୍ବଲପୁର ସମ୍ମିଳନୀ ଅଧ୍ୟକ୍ଷ ପ୍ରଫେସର ସୁଧେନ୍ଦର ଏଚ୍ ରାଓ ଧନ୍ୟବାଦ ଅର୍ପଣ କରି ଉଦ୍‌ଘାଟନୀ ଉତ୍ସବ ଶେଷ କରିଥିଲେ ।
ସୂଚନାଯୋଗ୍ୟ ଆଇଆଇଏମ୍ ସମ୍ବଲପୁରରେ ୨୦୨୪ ଜାନୁଆରୀ ୨୧, ରବିବାରରୁ ୨୪ ଜାନୁଆରି ବୁଧବାର ବୁଧବାର ପର୍ଯ୍ୟନ୍ତ ୪ ଦିନିଆ ନବମ ପାନ୍ ଆଇଆଇଏମ୍ ବିଶ୍ୱ ପରିଚାଳନା ସମ୍ମିଳନୀ (ଡବ୍ଲୁଏମସି) ଆୟୋଜନ କରାଯାଉଛି ଯାହାର ଶୀର୍ଷକ ରହିଛି “ଅନ୍ତର୍ଭୁକ୍ତ ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ଉଦ୍ୟୋଗୀ ଉଦ୍ଭାବନ ଏବଂ ଡିଜିଟାଲ ପ୍ରଶାସନ’ । ଏହି ହାଇବ୍ରିଡ୍ ସମ୍ମିଳନୀରେ ଆଇଆଇଏମ୍ ନିର୍ଦ୍ଦେଶକ ପ୍ୟାନେଲ, ସିଇଓ ପ୍ୟାନେଲ, ସିଏଚଓ ପ୍ୟାନେଲ, ଷ୍ଟାର୍ଟଅପ୍ ରାଉଣ୍ଡ ଟେବୁଲ ଆଲୋଚନା, ମାନ୍ୟତା ପ୍ୟାନେଲ, ସମ୍ପାଦକଙ୍କ ସହ ଆଲୋଚନା ଏବଂ ଗବେଷଣା ପତ୍ର ଉପସ୍ଥାପନା କାର୍ଯ୍ୟକ୍ରମଗୁଡ଼ିକ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ୨୧ଟି ଆଇଆଇଏମ୍‌ର ନିର୍ଦ୍ଦେଶକ ସାମିଲ ହେବେ । ଏହି କାର୍ଯ୍ୟକ୍ରମରେ ଭାରତ ତଥା ବିଶ୍ୱର ବିଭିନ୍ନ ଆଇଆଇଏମ, ଆଇଆଇଟି, ଏନଆଇଟି ଏବଂ ଅନ୍ୟାନ୍ୟ ସମ୍ମାନଜନକ ପରିଚାଳନା ଅନୁଷ୍ଠାନରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଏହି ସମ୍ମିଳନୀରେ ପାଖାପାଖି ୧୦୦୦ ଗବେଷଣା ପତ୍ର ଉପସ୍ଥାପନ କରାଯିବ ।

Share

Leave a Reply

Your email address will not be published. Required fields are marked *

11 − 1 =