ନର୍ଦନ ଆର୍କ କ୍ୟାପିଟାଲ୍ ଲିମିଟେଡ୍ ପକ୍ଷରୁ ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆର୍ଥିକ ସେବା ପ୍ରଦାନକାରୀ ପ୍ଲାଟଫର୍ମ ନର୍ଦନ ଆର୍କ କ୍ୟାପିଟାଲ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଅଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
କମ୍ପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୫୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଥିବା ବେଳେ ଅଫର ଫର ସେଲ୍‌ରେ ୨୧,୦୫୨,୬୨୯ ଇକ୍ୱିଟି ସେୟାର ବିକ୍ରି କରିବ ।
ଭାରତରେ ସୁବିଧାରେ ଋଣ ପାଉନଥିବା ପରିବାର ଓ ବ୍ୟବସାୟର ବିବିଧ ଖୁଚୁରା ଋଣ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟ ରଖି ନର୍ଦନ ଆର୍କକୁ ସ୍ଥାପନ କରାଯାଇଛି । ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଫାଇନାନ୍ସ, ମାଇକ୍ରୋଫାଇନାନ୍ସ, ଗ୍ରାହକ ପାଇନାନ୍ସ, ଗାଡ଼ି ଫାଇନାନ୍ସ, ସୁଲଭ ବାସଗୃହ ଫାଇନାନ୍ସ ଏବଂ କୃଷି ଫାଇନାନ୍ସରେ ଏହାର ବିଶେଷତା ରହିଛି । ନର୍ଦନ ଆର୍କ ଏମ୍‌ଏସଏମ୍‌ଇ କ୍ଷେତ୍ରରେ ୧୩ ବର୍ଷ, ଏମ୍‌ଏଫ୍‌ଆଇରେ ୧୪ ବର୍ଷ ଏବଂ ଗ୍ରାହକ ଫାଇନାନ୍ସରେ ୮ ବର୍ଷ ଧରି କାର୍ଯ୍ୟ କରୁଛି ।
ଅପର ଫର ସେଲ୍‌ରେ ଲିପଫ୍ରଗ୍ ପାଇନାନ୍ସିଆଲ ଇନ୍‌କ୍ଲୁଜନ୍ ଇଣ୍ଡିଆ (୨) ଲିମିଟେଡ୍ ୪,୯୨୨,୯୪୯ ଇକ୍ୱିଟି ସେୟାର, ଆକିଅନ ଆଫ୍ରିକା-ଏସିଆ ଇନଭେଷ୍ଟମେଂଟ୍ କମ୍ପାନି ୧,୨୬୫,୪୭୬ ଇକ୍ୱିଟି ସେୟାର, ଅଗଷ୍ଟା ଇନଭେଷ୍ଟମେଂଟ୍‌-୨ ପିଟିଇ ୪,୨୫୪,୭୪୪ ଇକ୍ୱିଟି ସେୟାର, ଏଇଟ୍ ରୋଡ୍ ଇନଭେଷ୍ଟମେଂଟ୍‌ସ ମରିସସ୍ ୨ ଲିମିଟେଡ୍ ୨,୨୩୭,୦୩୦ ଇକ୍ୱିଟି ସେୟାର, ଦ୍ୱାରା ଟ୍ରଷ୍ଟ ୧,୬୩୧,୯୪୯ ଇକ୍ୱିଟି ସେୟାର, ୩୬୦ ୱାନ ସ୍ପେସିଆଲ ଅପର୍ଚୁନିଟିଜ୍ ଫଣ୍ଡ୍ ୫,୦୦୦,୦୦୦, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିିଟିଜ୍ ଫଣ୍ଡ୍‌-ସିରିଜ୍ ୨ ୧୦୭,୬୯୬ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟିଜ୍ ଫଣ୍ଡ୍‌-ସିରିଜ୍ ୩ ୪୭,୩୭୩ ଇକ୍ୱିଟି ସେୟାର, ୩୬୦ ୱାନ ସ୍ପେସିଆଲ ଅପର୍ଚୁନିଟିଜ୍ ଫଣ୍ଡ୍‌-ସିରିଜ୍ ୪ ୧୬୨,୮୧୭ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟିଜ ଫଣ୍ଡ୍‌-ସିରିଜ୍ ୫ ୧୩୩,୫୯୫ ଇକ୍ୱିଟି ସେୟାର, ୩୬୦ ୱାନ୍ ସ୍ପେସିଆଲ ଅପର୍ଚୁନିଟିଜ୍ ଫଣ୍ଡ-ସିରିଜ୍ ୬ ୫୪୮୧ ଇକ୍ୱିିଟି ସେୟାର, ୩୬- ୱାନ୍ ସ୍ପେସିଆଲ ଅପର୍ଚୁନିିଟିଜ୍ ଫଣ୍ଡ୍‌-ସିରିଜ୍‌-୭ ୧୩୨,୨୯୯ ଇକ୍ୱିଟି ସେୟାର ଓ ସୁମିତୋମୋ ମିତସୁଇ ବ୍ୟାଙ୍କିଙ୍ଗ ୧,୧୫୧,୨୨୦ ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ତାହାକୁ ନର୍ଦନ ଆର୍କ ଋଣ ପ୍ରଦାନ ଲାଗି ଭବିଷ୍ୟତର ପୁଞ୍ଜି ଆବଶ୍ୟକତା ପୂରଣ କରିବାରେ ବ୍ୟବହାର କରିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆଇସିଆଇସିଆଇ ସିକ୍ୟୁରିିଟିଜ୍ ଲିମିଟେଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

5 × 5 =