ନେଫ୍ରୋପ୍ଲସ ସଫଳତାର ସହ ଡାଇଏଲିସିସ ରୋଗୀଙ୍କ ପାଇଁ ଏକ ଚିତ୍ତାକର୍ଷକ ଏବଂ ଜ୍ଞାନବର୍ଦ୍ଧକ କାର୍ଯ୍ୟକ୍ରମ -‘ଆଶାଏଁ’ ସମାପନ କରିଛି

100+ ରୋଗୀ ଏବଂ ସେମାନଙ୍କ ପରିବାର ଏହି ଶକ୍ତି ଏବଂ ଆଶାର ଉତ୍ସବ ଉପଭୋଗ କରିଥିଲେ, ନେଫ୍ରୋଲୋଜି ବିଶେଷଜ୍ଞଙ୍କ ମାର୍ଗଦର୍ଶନରେ ଖେଳ ଏବଂ ଶିକ୍ଷଣ ଅଧିବେଶନରେ ନିୟୋଜିତ ହୋଇଥିଲେ ଏବଂ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ

ଭୁବନେଶ୍ୱର: ଭାରତର ଡାଇଏଲିସିସ କେନ୍ଦ୍ରର ଅଗ୍ରଣୀ ନେଟୱର୍କ ତଥା ଡାଇଏଲିସିସ ସେବା ଶୁଶ୍ରୂଷାରେ ବିପ୍ଳବ ଆଣିବାରେ ଅଗ୍ରଗାମୀ ନେଫ୍ରୋପ୍ଲସ 17 ଜୁଲାଇରେ ଭୁବନେଶ୍ୱରର ହୋଟେଲ ଶୀତଲ’ରେ ଏହାର ବିଶାଳ କାର୍ଯ୍ୟକ୍ରମ ‘ଆଶାଏଁ’ର ଆୟୋଜନ କରିଥିଲା । ଡାଇଏଲିସିସ ରୋଗୀଙ୍କୁ ଖୁସିବାସୀ ଏବଂ ଆଶାବାଦୀ ଜୀବନଯାପନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପୁରା ଦିନ ଚାଲିଥିବା ଏହି ମନୋରଞ୍ଜନ ସହ ଶୈକ୍ଷିକ କାର୍ଯ୍ୟକ୍ରମ ‘ଆଶାଏଁ’ର ଏହି ସଂସ୍କରଣରେ ରୋଗୀ ଏବଂ ସେମାନଙ୍କର ସେବା ଶୁଶ୍ରୂଷା କରୁଥିବା ବ୍ୟକ୍ତି ଶାନ୍ତିରେ ନିଶ୍ଵାସ ମାରିଥିଲେ । ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ଡାଇଏଲିସିସ ରୋଗୀ ଏବଂ ସେମାନଙ୍କର ପ୍ରିୟଜନଙ୍କୁ ଡାଇଏଲିସିସ ଯତ୍ନ ଏବଂ ନିଦାନ ପରବର୍ତ୍ତୀ ଏକ ସାଧାରଣ ଜୀବନ ଜାପାନର ଜଟିଳତା ବିଷୟରେ ଶିକ୍ଷିତ କରିଥିଲା ।


100ରୁ ଅଧିକ ଡାଇଏଲିସିସ ରୋଗୀ, ସେମାନଙ୍କର ସେବା ଶୁଶ୍ରୂଷାକାରୀ ଏବଂ ପ୍ରିୟଜନଙ୍କୁ ନେଇ ‘ଆଶାଏଁ’ ଆୟୋଜନ ହୋଇଥିଲା । ଉପସ୍ଥିତ ବ୍ୟକ୍ତିମାନେ ଏହି ସୁଯୋଗକୁ ଅନ୍ୟ ଡାଇଏଲିସିସ ରୋଗୀଙ୍କ ସହ ଯୋଡି ହେବା, ସେମାନଙ୍କ ଆହ୍ଵାନ ବାଣ୍ଟିବା ଏବଂ ଆଜୀବନ ବନ୍ଧୁତା ସୃଷ୍ଟି କରିବା ପାଇଁ ବ୍ୟବହାର କରିଥିଲେ । ନେଫ୍ରୋଲୋଜି କ୍ଷେତ୍ରରେ କିଛି ମହାନ ପ୍ରତିଭାଙ୍କ ସହିତ ଯୋଗାଯୋଗ କରିବା ଏବଂ ଡାୟେଲିସିସ ଯତ୍ନ ବିଷୟରେ ବୁଝାବୁଝି କରିବାର ସୁଯୋଗ ମଧ୍ୟ ‘ଆଶାଏଁ’ ଉପସ୍ଥିତ ଲୋକଙ୍କୁ ପ୍ରଦାନ କରିଥିଲା । ଡାଇଏଲିସିସ ରୋଗୀମାନେ ଆଗକୁ ଆସି ଗୀତ-ଅନୁମାନ-କରିବା ଏବଂ ପପ ସଂସ୍କୃତି କୁଇଜ ଭଳି ଖେଳରେ ପ୍ରଦର୍ଶନ କରିବାକୁ ଉତ୍ସାହିତ ହେବା ପାଇଁ କାର୍ଯ୍ୟକ୍ରମରେ ଚିତ୍ତାକର୍ଷକ ଅଧିବେଶନ ହୋଇଥିଲା ।


ନେଫ୍ରୋପ୍ଲସ’ର ସହ-ପ୍ରତିଷ୍ଠାତା ଶ୍ରୀ କମଲ ଡି ଶାହା ଏହି ରୋମାଞ୍ଚକ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା ଜଣାଇଥିଲେ ଏବଂ ଟିପ୍ପଣୀ କରିଥିଲେ, “ଡାଇଏଲିସିସ’ର ଯାତ୍ରା ବ୍ୟଥାଦାୟକ ଲାଗୁଥିଲେ ହେଁ ଏହା ଜଣଙ୍କର ଜୀବନକୁ ଅଟକାଇ ଦିଏ ନାହିଁ । ଡାଇଏଲିସିସ ରୋଗୀଙ୍କୁ ଡାଇଏଲିସିସ ଯତ୍ନରେ ସେମାନଙ୍କର ପୂର୍ବକଳ୍ପିତ ଧାରଣା ପଛରେ ଛାଡି ନେଫ୍ରୋପ୍ଲସ ସମ୍ପ୍ରଦାୟ ସହିତ ହାତ ମିଳାଇବାକୁ ଉତ୍ସାହିତ କରିବା ପାଇଁ ନେଫ୍ରୋପ୍ଲସ ଉତ୍ସର୍ଗୀକୃତ । ଆମ ଅତିଥି ଏବଂ ସେମାନଙ୍କ ପ୍ରିୟଜନଙ୍କ ମଧ୍ୟରେ ସମ୍ପ୍ରଦାୟ ଏବଂ ଭ୍ରାତୃଭାବର ଭାବନାକୁ ସ୍ଥାପନ କରିବା ପାଇଁ ଆଶାଏଁ ଏକ ପ୍ରୟାସ ଅଟେ । ବିଗତ କିଛି ବର୍ଷ ଧରି ଆଶାଏଁ’ରେ ଏହି ଭାବନାକୁ ସାକାର ହେଉଥିବାର ଦେଖିବା ଏକ ଗୌରବର ବିଷୟ ।”


ଡା. ଶ୍ରୀକାନ୍ତ ବେହେରା (ଭାସ୍କୁଲର ସର୍ଜନ) ଏବଂ ଡା. ବିଶ୍ୱରଜନ ମହାନ୍ତିଙ୍କ (ନେଫ୍ରୋଲୋଜିଷ୍ଟ – ପରାମର୍ଶଦାତା) ଭଳି ନେଫ୍ରୋଲୋଜି କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଡାକ୍ତରୀ ବିଶେଷଜ୍ଞ ତଥା ଅଗ୍ରଗାମୀଙ୍କ ଉପସ୍ଥିତି ଏହି ଉତ୍ସବର ମହତ୍ଵ ବଢାଇଥିଲା ଏବଂ ଉପସ୍ଥିତ ଲୋକଙ୍କୁ ବୃକକ ଯତ୍ନ, ସୁସ୍ଥତା ଏବଂ ଚିକିତ୍ସା ବିକଳ୍ପ ଉପରେ ମାର୍ଗଦର୍ଶନ ମିଳିଥିଲା । ସମସ୍ତ ବିଷୟ ବିବେଚିତ କଲେ ଆଶାଏଁ’ର ଏହି ସଂସ୍କରଣ ଉପସ୍ଥିତ ବ୍ୟକ୍ତିମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକୀୟ, ଲାଭଦାୟକ ହୋଇଥିବା ଏବଂ ଭାରତୀୟ ଡାଇଏଲିସିସ-ଯତ୍ନ ଉଦ୍ୟୋଗ ପାଇଁ ଏକ ବିଜୟ ବୋଲି ପ୍ରମାଣିତ ହୋଇଥିଲା ।


ନେଫ୍ରୋପ୍ଲସ ବିଷୟରେ: ନେଫ୍ରୋପ୍ଲସ ଭାରତର 28ଟି ରାଜ୍ୟର 182ରୁ ଅଧିକ ସିଟିରେ 305 ଡାଇଏଲିସିସ କେନ୍ଦ୍ର ପରିଚାଳନା କରିଥାଏ ଏବଂ ଏହାର ଗୁଣାତ୍ମକ ଡାଇଏଲିସିସ ଏବଂ ଅତିଥି-କୈନ୍ଦ୍ରିକତା ପାଇଁ ଏହା ଜଣାଶୁଣା । ସାରା ବିଶ୍ୱରେ ଡାଇଏଲିସିସ’ରେ ବଞ୍ଚିଥିବା ଲୋକଙ୍କୁ ଦୀର୍ଘ, ଖୁସି ଏବଂ ଉତ୍ପାଦନକାରୀ ଜୀବନଯାପନ କରିବାରେ ସକ୍ଷମ କରିବା ଦର୍ଶନ ସହିତ କମ୍ପାନୀ 13 ବର୍ଷ ପୂର୍ବେ ପ୍ରତିଷ୍ଠିତ ହୋଇଥିଲା । କମ୍ପାନୀ ମାସକୁ 18,000+ ରୋଗୀଙ୍କ ଚିକିତ୍ସା କରେ ଏବଂ ଆଜି ପର୍ଯ୍ୟନ୍ତ 60+ ଲକ୍ଷ ଚିକିତ୍ସା କରିସାରିଛି ।
ଅଧିକ ସୂଚନା ପାଇଁ: https://www.nephroplus.com/

Share

Leave a Reply

Your email address will not be published. Required fields are marked *

18 − seven =