ମେଡି ଆସିଷ୍ଟ୍ ହେଲ୍‌ଥକେୟାର ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଜାନୁଆରି ୧୫ରେ ଖୋଲିବ

ଭୁବନେଶ୍ୱର: ମେଡି ଆସିଷ୍ଟ୍ ହେଲ୍‌ଥକେୟାର ସର୍ଭିସେସ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୪ ଜାନୁଆରି ୧୫ ସୋମବାର ଦିନ ଖୋଲିବ । ଏହି ଅଫର ୨୦୨୪ ଜାନୁଆରି ୧୭ ବୁଧବାର ବନ୍ଦ ହେବ । ଆଙ୍କର ନିବେଶକମାନେ ୨୦୨୪ ଜାନୁଆରି ୧୨, ଶୁକ୍ରବାର ଦିନ ବିଡ୍ ଦାଖଲ କରିପାରିବେ ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ୩୯୭ ଟଙ୍କାରୁ ୪୧୮ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ସର୍ବନିମ୍ନ ୩୫ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରାଯାଇପାରିବ ଏବଂ ଏହା ପରେ ୩୫ଟି ଲେଖାଏଁ ଇକ୍ୱିଟି ସେୟାର ଗୁଣିତକ ଭାବେ ଯୋଡ଼ାଯାଇପାରିବ ।
ଅଫର ଫର୍ ସେଲ୍‌ରେ ଡକ୍ଟର ବିକ୍ରମ ଜିତ ସିଂହ ଚଟ୍‌ୱାଲ୍ ୨,୫୩୯,୦୯୨ ଇକ୍ୱିଟି ସେୟାର, ମେଡିମ୍ୟାଟର ହେଲ୍‌ଥ ମ୍ୟାନେଜମେଂଟ୍ ପ୍ରାଇଭେଟ୍ ଲିମିଟେଡ୍ ୧୨,୪୬୮,୫୯୨ ଇକ୍ୱିଟି ସେୟାର, ବେସେମେର ହେଲ୍‌ଥ କ୍ୟାପିଟାଲ୍ ଏଲ୍‌ଏଲ୍‌ସି ୬,୬୦୬,୦୮୪ ଇକ୍ୱିଟି ସେୟାର, ଇନଭେଷ୍ଟକର୍ପ ପ୍ରାଇଭେଟ୍ ଇକ୍ୱିଟି ଫଣ୍ଡ୍ ୧୬,୨୭୫,୭୦୬ ଇକ୍ୱିଟି ସେୟାର, ବିବେକ ପଣ୍ଡିତ ୨୬,୩୮୨ ଇକ୍ୱିଟି ସେୟାର, ରାହୁଲ ଏମ୍ ଖାନ୍ନା ୨୨,୬୧୩ ଇକ୍ୱିଟି ସେୟାର, ଶଙ୍କର ରାଓ ପାଲେପୋ ୧୭,୩୩୭ ଇକ୍ୱିଟି ସେୟାର, ପ୍ରମୋଦ ମନୋହର ଆହୁଜା୧୭,୩୩୭ ଇକ୍ୱିଟି ସେୟାର କେଶବ ସଂଘି ୧୭,୩୭୭ ଇକ୍ୱିଟି ସେୟାର, ଅମିତ କୁମାର ଗଜେନ୍ଦ୍ର କୁମାର ପାଟ୍‌ନି ୧୩,୫୬୮ ଇକ୍ୱିଟି ସେୟାର, ଅରିହନ୍ତ ପାଟ୍‌ନି ୧୩,୫୬୮ ଇକ୍ୱିଟି ସେୟାର, ଜ୍ୟୋତି ଆହୁଜା ୫୨୭୬ ଇକ୍ୱିଟି ସେୟାର ଏବଂ ରଂଜନ ସୂରଜ ପ୍ରକାଶ ସଂଘି ୫୨୭୬ ଇକ୍ୱିଟି ସେୟାର ବିକ୍ରି କରିବେ ।
କଂପାନିର ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଲିମିଟେଡ୍ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଂଜ୍ ଇଣ୍ଡିଆ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ ।

ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍ ସିକ୍ୟୁରିଟିଜ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଏବଂ ଏସବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ୍ ।

Share

Leave a Reply

Your email address will not be published. Required fields are marked *

five × 2 =