ଟିପି ଓଡ଼ିଶା ଡିସ୍‌କମ୍‌ର ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍‌’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ଶେଷ ଦିନ

ଚିତ୍ରକଳା, ସ୍କେଚ୍ ଏବଂ କବିତା, ପ୍ରବନ୍ଧ ଓ କାହାଣୀ ସମେତ ସାହିତ୍ୟିକ କଳାକୃତିରେ ୪୦୦ରୁ ଅଧିକ ପିଲାଙ୍କ ଆବେଦନ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗରେ ଗଠିତ ଟାଟା ପାୱାରର୍ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ଆୟୋଜିତ ‘ମାଇଁ ଓଡ଼ିଶା, ଇଣ୍ଡିଆଜ୍ ପ୍ରାଇଡ୍‌’ ପ୍ରତିଯୋଗିତାକୁ ବିପୁଳ ସମର୍ଥନ ମିଳିଛି । ଚିତ୍ରକଳା, ସ୍କେଚ୍ ଏବଂ କବିତା, ପ୍ରବନ୍ଧକ ଓ କାହାଣୀ ଭଳି ସାହିତ୍ୟିକ କଳାକୃତି ଭାବେ ଯୁବକଯୁବତୀମାନଙ୍କଠାରୁ ୪୦୦ରୁ ଅଧିକ ଆବେଦନ ଆସି ପହଂଚିଛି । ଏହି ପ୍ରତିଯୋଗିତା ହେଉଛି ଓଡ଼ିଶାର ସମୃଦ୍ଧ ଓ ବିବିଧ ସୌନ୍ଦର୍ଯ୍ୟକୁ ପାଳନ ଏବଂ ପ୍ରସାର କରିବା ଲାଗି ଏକ ସ୍ୱତନ୍ତ୍ର ଅଭିଯାନ । ଏହି ପ୍ରତିଯୋଗିତାରେ ବିଭିନ୍ନ କଳାତ୍ମକ ମାଧ୍ୟମ ଜରିଆରେ ନିଜ ସଂସ୍କୃତି ପ୍ରତି ଭଲ ପାଇବା ଏବଂ ଗର୍ବ ପରିପ୍ରକାଶ କରିବା ଲାଗି ପିଲାମାନଙ୍କୁ ଆହ୍ୱାନ ଦିଆଯାଇଛି ।
୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଆବେଦନ ପାଇଁ ଖୋଲାରହିଛି ଏବଂ ସ୍ୱତନ୍ତ୍ର କଳାକୃତି ଜରିଆରେ ନିଜ ପରିକଳ୍ପନାକୁ ପ୍ରକାଶ କରିବା ଲାଗି ଏଥିରେ ପିଲାମାନଙ୍କୁ ଉତ୍ସାହିତ କରାଯାଇଛି । ବିଶିଷ୍ଟ ବିଚାରକମାନଙ୍କ ଏକ କମିଟିକୁ ନେଇ ଆବେଦନଗୁଡ଼ିକୁ ଚୟନ କରାଯିବ ଏବଂ ଏକ ସମାରୋହରେ ବିଜେତାମାନଙ୍କ ନାମ ଘୋଷଣା କରାଯିବ ଯେଉଁଥିରେ ସେମାନଙ୍କ କଳାତ୍ମକ ଯୋଗଦାନକୁ ମାନ୍ୟତା ଏବଂ ପ୍ରଶଂସା କରିବାକୁ ଲକ୍ଷ୍ୟ ରଖାଯାଇଛି । କଂପାନିର ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜୟୀ ଆବେଦନଗୁଡ଼ିକ ସ୍ଥାପନ ପାଇବ ।
୮-୧୨ ଏବଂ ୧୩-୧୬ ବୟସ ବର୍ଗରେ ପ୍ରଥମ ପୁରସ୍କାର ଭାବେ ଟ୍ରଫି, ସ୍ୱର୍ଣ୍ଣ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ପ୍ରଦାନ କରାଯିବ । ସେହିପରି, ଦ୍ୱିତୀୟ ପୁରସ୍କାରରେ ରୌପ୍ୟ ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ଏବଂ ତୃତୀୟ ପୁରସ୍କାରରେ ତାମ୍ର ପଦକ ଓ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର ପ୍ରଦାନ କରାଯିବ । ଚୟନ କରାଯାଇଥିବା ଅନ୍ୟ ଶ୍ରେଷ୍ଠ ୨୦ ଜଣଙ୍କୁ ୨୦୦୦ ଟଙ୍କାର ଗିଫ୍ଟ ଭାଉଚର୍ ପ୍ରଦାନ କରାଯିବ । ସମସ୍ତ ଆବେଦନକାରୀଙ୍କୁ ଅଂଶଗ୍ରହଣ ସାର୍ଟିଫିକେଟ ଦିଆଯିବ ।
ପ୍ରତିଯୋଗୀମାନେ ସେମାନଙ୍କ ଆବେଦନକୁ ସିଧାସଳଖ ‘ମାଇଁ ଓଡ଼ିଶା ଇଣ୍ଡିଆଜ୍ ପ୍ରାଇଡ୍‌’ ପ୍ରତିଯୋଗିତାରେ ନିଜର ନାମ, ବୟସ, ଫୋନ୍ ନମ୍ବରକୁ ଫାଇଲ୍ ନାମ ଭାବେ ଲେଖି (ଉଦାହରଣ ତୁହିନା ମହାପାତ୍ର-୦୯-୯୮୧୯ଞ୍ଚଞ୍ଚଞ୍ଚଞ୍ଚ) ଲେଖି ର୍ବଗୀକୃତ ଫୋଲ୍‌ଡରରେ ପଠାଇପାରିବେ ।
ଅନ୍ୟଥା ସେମାନେ ନିଜ ଆବେଦନକୁ ଅଂଶଗ୍ରହଣର ବର୍ଗ, ନାମ, ବୟସ, ମୋବାଇଲ୍ ନମ୍ବର ଓ ସହର ନାମ ଲେଖି କ୍ଟ୍ରଷକ୍ଟଗ୍ଧକ୍ଟମକ୍ଟଦ୍ଭଗ୍ଧରଗ୍ଦଗ୍ଧ.ଗ୍ଧକ୍ଟ୍ରକ୍ଟୟସଗ୍ଦଷବଅଗ୍ଧବଗ୍ଧବକ୍ଟ୍ରକ୍ଟଙ୍ଗରକ୍ସ.ମକ୍ଟଜ୍ଞ ରେ ଇମେଲ୍ କରିପାରିବେ ।
ନିୟମ ଓ ସର୍ତାବଳି: ଷଗ୍ଧଗ୍ଧକ୍ଟ୍ରଗ୍ଦ://ଙ୍ଗଙ୍ଗଙ୍ଗ.ଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞ/ଗ୍ଧକ୍ଟ୍ରପକ୍ଟୟସଗ୍ଦଷବପଳସୟଗ୍ଦପମକ୍ଟଦ୍ଭଗ୍ଧରଗ୍ଦଗ୍ଧ
ଅଧିସୂଚନା: ଦାଖଲ ହୋଇଥିବା ଆବେଦନଗୁଡ଼ିକକୁ ନିଜ ଅନୁସାରେ ବ୍ୟବହାର କରିବାର ଅଧିକାର ଟାଟା ପାୱାର ପାଖରେ ରହିବ ।

Share

Leave a Reply

Your email address will not be published. Required fields are marked *

6 + three =