ଲାର୍ଜ ଓ ମିଡ୍‌କ୍ୟାପ୍ ବର୍ଗ ଆପଣଙ୍କ ପୋର୍ଟଫୋଲିଓର ସ୍ଥାୟିତ୍ୱ ଓ ଅଭିିବୃଦ୍ଧି ବଢ଼ାଇବ

ଭୁବନେଶ୍ୱର: ନିବେଶ କରିବା ଲାଗି ଆଜିର ନିବେଶକମାନଙ୍କ ପାଇଁ ବହୁ ପ୍ରକାର ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍ ରହିଛି । ନିଜର ବିପଦ ଗ୍ରହଣ କରିବାର କ୍ଷମତା ଓ ବ୍ୟକ୍ତିଗତ ଆଥିକ ଲକ୍ଷ୍ୟ ଆଧାରରେ ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍‌ରେ ନିବେଶ କରିବା ନିଷ୍ପତି ଗ୍ରହଣ କରାଯାଏ ।
ସେବି ପକ୍ଷରୁ ମ୍ୟୁଚୁଆଲ୍ ଫଣ୍ଡ୍ ସ୍କିମ୍‌ଗୁଡ଼ିକୁ ଯଥାକ୍ରମେ ଲାର୍ଜ କ୍ୟାପ୍‌, ମିଡ୍ କାପ୍‌, ସ୍ମଲ କ୍ୟାପ୍ ଓ ଲାର୍ଜ ଆଣ୍ଡ୍ ମିଡ୍‌କ୍ୟାପ୍ ବର୍ଗରେ ବିଭକ୍ତ କରାଯାଇଛି । ସ୍ଥିରତା ସହିତ ଯେଉଁମାନେ ଦୀର୍ଘମିଆଦୀ ଭିତିରେ ସଂପତି ସୃଷ୍ଟି କରିବାକୁ ଚାହୁଛନ୍ତି ସେମାନଙ୍କ ପାଇଁ ଲାର୍ଜ ଆଣ୍ଡ୍ ମିଡ୍ କ୍ୟାପ୍ ଏକ ପସନ୍ଦର ବର୍ଗ ଭାବେ ଉଭା ହୋଇଛି ।
ଲାର୍ଜ ଓ ମିଡ୍‌କ୍ୟାପ୍ ହେଉଛି ଏଭଳି ଏକ ବର୍ଗ ଯେଉଁଥିରେ ଉଭୟ ଲାର୍ଜ ଓ ମିଡ୍‌କ୍ୟାପ୍‌ରେ ନିବେଶ କରାଯାଏ । ଏଥିରେ ନିବେଶ ପାଇଁ ବଜାର ପୁଂଜି ଦୃଷ୍ଟିରୁ ଶ୍ରେଷ୍ଠ ୨୫୦ ଷ୍ଟକ ବିଚାରକୁ ନିଆଯାଏ । ଫଣ୍ଡ ମ୍ୟାନେଜର ଲାର୍ଜ କ୍ୟାପ୍ ଏବଂ ମିଡ୍ କ୍ୟାପ୍‌ରେ ୩୫ ପ୍ରତିଶତ ଲେଖାଏଁ ରାଶି ନିବେଶ କରିଥାନ୍ତି ।
ଟାଟା ଆସେଟ୍ ମ୍ୟାନେଜମେଂଟ୍‌ର ବରିଷ୍ଠ ଫଣ୍ଡ୍ ମ୍ୟାନେଜର ଚନ୍ଦ୍ରପ୍ରକାଶ ପଦିୟାର କହିଛନ୍ତି ଯେ, “ବଜାରରେ ଲାର୍ଜ କ୍ୟାପ୍ ଓ ମିଡ୍‌କ୍ୟାପ୍ ବର୍ଗରେ ପୁଂଜି ବଢ଼ାଇବା ଲାଗି ସୃଷ୍ଟି ହେଉଥିବା ସୁଯୋଗର ଲାଭକୁ ଟାଟା ଲାର୍ଜ ଓ ମିଡ୍ କ୍ୟାପ୍ ଫଣ୍ଡ୍‌ରେ ଗ୍ରହଣ କରାଯାଇଥାଏ । ଷ୍ଟକ ସଂଗ୍ରହକାରୀଙ୍କ ପସନ୍ଦ ଭାବେ ଉପସ୍ଥାପିତ ହୋଇଥିବା ଲାର୍ଜ ଆଣ୍ଡ୍ ମିଡ୍‌କ୍ୟାପ୍ ଫଣ୍ଡ୍ ଇକ୍ୱିଟି ବଜାରର ସୁଯୋଗକୁ ଚିହ୍ନଟ କରିବା ଲାଗି ବ୍ୟାପକ ଗବେଷଣା କରିଥାଏ । ସୁଧାର ହେଉଥିବା କଂପାନି କିମ୍ବା ମୂଳଦୁଆ ଉନ୍ନତ ହେଉଥିବା କଂପାନିଗୁଡ଼ିକରେ ସୁଯୋଗ ମିଳିଥାଏ ।’’
ଯେଉଁଠାରେ ସୁଯୋଗ ରହିଥାଏ ଲାର୍ଜ ଆଣ୍ଡ୍ ମିଡ୍‌କ୍ୟାପ୍ ଫଣ୍ଡ୍‌ରେ ସେହିଠାରେ ନିବେଶ କରାଯାଏ । ସୁଲଭ ମୂଲ୍ୟରେ ଅଭିବୃଦ୍ଧି (ଜିଏଆରପି) ନିବେଶ ଦର୍ଶନ ଦୃଷ୍ଟିକୋଣକୁ ବ୍ୟବହାର କରି ଷ୍ଟକ ଚୟନ କରାଯାଉଥିବା ବେଳେ ତାହାକୁ ବେଶ ପାରଦର୍ଶୀ ଢଙ୍ଗରେ ପରିଚାଳନା କରାଯାଏ । ଜିଏଆର୍‌ପି କ୍ଷେତ୍ରରେ ଉଚ୍ଚ ଗୁଣାତ୍ମକ ମାନର ଷ୍ଟକ୍ ଚୟନ କରାଯାଉଥିବା ବେଳେ ତାହା ସୁଲଭ ମୂଲ୍ୟରେ କିଣାଯାଇଥିବାକୁ ସୁନିଶ୍ଚିତ କରାଯାଏ । ନିର୍ଦ୍ଦିଷ୍ଟ ଷ୍ଟକ ଚୟନ କରିବା ବେଳେ ଅଭିବୃଦ୍ଧିର ଶ୍ରେଷ୍ଠ ଦିଗ ଏବଂ ମୂଲ୍ୟାଙ୍କନ ନିବେଶର ମିଶ୍ରଣ ବିଚାରକୁ ନିଆଯାଏ । ଜିଏଆର୍‌ପି ନିବେଶ ଦର୍ଶନକୁ ଗ୍ରହଣ କରିବାର ସାମଗ୍ରିକ ଉଦ୍ଦେଶ୍ୟ ହେଉଛି ସେଭଳି କଂପାନି ଚିହ୍ନଟ କରିବା ଯାହା ହାରାହାରିଠାରୁ ଅଧିକ ରାଜସ୍ୱ ଓ ଅଭିବୃଦ୍ଧି ପ୍ରଦାନ କରିବ ଯାହା ସୁଲଭ ମୂଲ୍ୟରେ ଟ୍ରେଡିଂ ହେଉଥିବ ।’’
ଲାର୍ଜ ଆଣ୍ଡ୍ ମିଡ୍‌କ୍ୟାପ୍ ବର୍ଗରେ ନିବେଶ କରିବାର ଲାଭଗୁଡ଼ିକ ହେଉଛି ବିବିଧତା, ସ୍ଥିରତା ଓ ଅଭିବୃଦ୍ଧି ସମ୍ଭାବନା । ଆପଣଙ୍କ ନିବେଶ ଲାର୍ଜ ଓ ମିଡ୍‌କ୍ୟାପ୍‌ରେ ବ୍ୟାପକ ଭାବେ ନିବେଶ ହୋଇଥିବାରୁ ବିପଦ ଓ ଅସ୍ଥିରତା କମିଥାଏ । ଲାର୍ଜ କ୍ୟାପ୍ ଷ୍ଟକ୍ ଯୋଗୁଁ ପୋର୍ଟଫୋଲିଓରେ ସ୍ଥିରତା ବଜାୟ ରହିଥାଏ । ମିଡ୍ କ୍ୟାପ୍ ଷ୍ଟକ୍‌ଗୁଡ଼ିକ ହେଉଛି ଅଧିକ ଅଭିବୃଦ୍ଧି ସମ୍ଭାବନା ଥିବା ଷ୍ଟକ୍ ଏବଂ ତାହା ଅଧିକ ରିଟର୍ଣ୍ଣ ପ୍ରଦାନ କରିଥାଏ ।

Share

Leave a Reply

Your email address will not be published. Required fields are marked *

thirteen + thirteen =