କ୍ରସ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଭାରି ବାଣିିଜ୍ୟିକ ଯାନ ଓ କୃଷି ଉପକରଣ ଲାଗି ପାର୍ଟସ୍ ଯୋଗାଣକାରୀ ସଂସ୍ଥା କ୍ରସ୍ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ) ଜରିଆରେ ପାଣ୍ଠି ଉଠାଣ ଲାଗି ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ଜାମସେଦପୁରର ଏହି କଂପାନି ଆଇପିଓ ଜରିଆରେ ୫୦୦ କୋଟି ଟଙ୍କା ହାସଲ କରିବ । ସେଥିରେ ୨୫୦ କୋଟି ଟଙ୍କାର ନୂଆ ସେୟାର ଜାରି କରାଯିବ ଏବଂ ଅଫର ଫର ସେଲ୍‌ରେ ପ୍ରତିଷ୍ଠାତାମାନେ ୨୫୦ କୋଟି ଟଙ୍କାର ସେୟାର ବିକ୍ରି କରିବେ । ଅଫର ଫର ସେଲ୍‌ରେ ସୁଧୀର ରାଏ ୧୬୮ କୋଟି ଟଙ୍କା ଏବଂ ଅନୀତା ରାଏ ୮୨ କୋଟି ଟଙ୍କାର ସେୟାର ବିକ୍ରି କରିବେ ।
ପ୍ରାକ୍‌-ଆଇପିଓ ପ୍ଲେସ୍‌ମେଂଟ୍‌ରେ କଂପାନି ୫୦ କୋଟି ଟଙ୍କାର ପ୍ରତିଭୂତି ଉପସ୍ଥାପନ କରିବ । ଯଦି ପ୍ରାକ୍‌-ଆଇପିଓ ଦାଖଲ କରାଯିବ ତେବେ ସେହି ଅନୁସାରେ ଅଫର ଫର ସେଲ୍ ପରିମାଣ ସମାନୁପାତିକ ଭିତିରେ ହ୍ରାସ ପାଇବ ।
କଂପାନିର ପ୍ରମୁଖ କ୍ଲାଏଂଟ୍‌ଙ୍କ ମଧ୍ୟରେ ରହିଛି ଅଶୋକ ଲେଲ୍ୟାଣ୍ଡ ଓ ଟାଟା ଇଂଟରନ୍ୟାସନାଲ୍ ଡିଏଲ୍‌ଟି ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅସଲି ଉପକରଣ ନିର୍ମାତା ରହିଛନ୍ତି । ଲିକ୍ସ ଫାଲୁନ୍ ଏବି ନାମକ ସ୍ୱିଡେନର ଏକ କଂପାନି ନୂଆ କ୍ଲାଏଂଟ ଭାବେ ଯୋଗଦେଇଛି ଏବଂ ଜାପାନର ଏକ କମର୍ସିଆଲ ଯାନ ଓଇଏମ ମଧ୍ୟ ସାମିଲ ହୋଇଛି ।
ଏହି ଇସ୍ୟୁରୁ ଯେଉଁ ପାଣ୍ଠି ମିଳିବ ଯେଉଁଥିରୁ ୭୦ କୋଟି ଟଙ୍କାକୁ କଂପାନି ନୂଆ ମେସିନ ଓ ଉପକରଣ କିଣିବା, ୯୦ କୋଟି ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାର ଋଣ ପରିଶୋଧ କରିବା, ୩୦ କୋଟି ଟଙ୍କାକୁ କାର୍ଯ୍ୟକାରୀ ପୁଂଜି ଆବଶ୍ୟକତା ପୂରଣ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ କାର୍ଯ୍ୟରେ ବ୍ୟବହାର କରାଯିବ ।
କଂପାନିର ପ୍ରମୋଟରମାନେ ହେଉଛନ୍ତି ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୁଧୀର ରାଏ, ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଅନିତା ରାଏ, ସୁମିତ ରାଏ ଓ ମୁଖ୍ୟ ବିତ ଅଧିକାରୀ କୁନାଲ ରାଏ ।
୨୦୨୨-୨୩ ଆର୍ଥିକ ବର୍ଷରେ କଂପାନି ପରିଚାଳନାରୁ ରାଜସ୍ୱ ୪୮୯ କୋଟି ଟଙ୍କା ଏବଂ ଟିକସ ପରବର୍ତୀ ଲାଭ ୩୧ କୋଟି ଟଙ୍କା ଥିଲା ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଇକ୍ୱିରିଅସ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ । ଇକ୍ୱିଟି ସେୟାରଗୁଡ଼ିକୁ ବିଏସଇ ଓ ଏନଏସଇରେ ତାଲିକାଭୁକ୍ତ କରିବାର ପ୍ରସ୍ତାବ ରହିଛି ।

Share

Leave a Reply

Your email address will not be published. Required fields are marked *

3 × 1 =