ଟାଟା ଷ୍ଟିଲ୍ କଳିଙ୍ଗନଗରରେ ବୃତିଗତ ସୁରକ୍ଷା ତଥା ମାନସିକ ସ୍ୱାସ୍ଥ୍ୟ କର୍ମଶାଳା ଉଦ୍‌ଘାଟିତ

କଳିଙ୍ଗନଗର: ବ୍ୟକ୍ତି ବିକାଶ କେନ୍ଦ୍ର (ବେଙ୍ଗାଲୁରୁ) ଦ୍ୱାରା ତିନିଦିନ ବ୍ୟାପୀ ବୃତିଗତ ସୁରକ୍ଷା ଏବଂ ମାନସିକ ସ୍ୱାସ୍ଥ୍ୟ କର୍ମଶାଳା କମ୍ପାନୀ ସ୍ଥିତ ପ୍ରକଳ୍ପ କେନ୍ଦ୍ର ଠାରେ ଅପ୍ରେଲ ୬ ତାରିଖରେ ଉଦ୍‌ଘାଟିତ ହୋଇଯାଇଛି ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫ୍ୟାକ୍ଟ୍ରି ଏବଂ ବଏଲରର ଉପନିର୍ଦ୍ଦେଶକ ଶ୍ରୀ ଉମେଶ ଚନ୍ଦ୍ର ସୁତାର ଯୋଗ ଦେଇ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ବୃତିିଗତ ସୁରକ୍ଷା ଉପରେ ଥିବା ପ୍ରଭାବ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗରର ପ୍ରୋଜେକ୍ଟ ଜେନେରାଲ ମ୍ୟାନେଜର ଅକ୍ଷୟ ଖୁଲାର, ପ୍ରୋଜେକ୍ଟ ସୁରକ୍ଷାର ମୁଖ୍ୟ ଅନିଲ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଟାଟା ଷ୍ଟିଲ୍ କଳିଙ୍ଗନଗରର ସୁରକ୍ଷା ଅଧିକାରୀ ବୁଲେନ୍ଦ୍ର ନାୟକ କର୍ମଶାଳାକୁ ପରିଚାଳନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 + 19 =