ଆମେଜ୍ ପକ୍ଷରୁ ଇନଭର୍ଟର, ବ୍ୟାଟେରି ଓ ସୌର ଉତ୍ପାଦର ବ୍ୟାପକ ବର୍ଗମାଳା ଉନ୍ମୋଚିତ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଶକ୍ତି ସମାଧାନ ପ୍ରଦାନକାରୀ ବ୍ରାଣ୍ଡ୍ “ଆମେଜ୍‌” ପକ୍ଷରୁ ଇନଭର୍ଟର, ବ୍ୟାଟେରି ଓ ସୌର ଉତ୍ପାଦର ବ୍ୟାପକ ବର୍ଗମାଳାକୁ ଶୁଭାରମ୍ଭ କରାଯାଇଛି ଯାହା ଦୀର୍ଘକାଳୀନ ଓ ନିୟମିତ ବ୍ୟବଧାନରେ ହେଉଥିବା ବିଦ୍ୟୁତ କାଟ ସମୟରେ ଆଶ୍ୱସ୍ତି ପ୍ରଦାନ କରିବ । ସାରା ଦେଶରେ ଉପସ୍ଥିତିକୁ ବଢ଼ାଇବା ପାଇଁ କଂପାନି ପକ୍ଷରୁ କେତେକ ଅନଲାଇନ୍ ରିଟେଲ୍‌ରେ ଏହାକୁ ଉନ୍ମୋଚନ କରାଯିବ ଯାହା ଫଳରେ ଦେଶର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଥିବା ଗ୍ରାହକମାନଙ୍କ ପାଖରେ ଉତ୍ପାଦଗୁଡ଼ିକ ପହଂଚିପାରିବ ।
ନୂଆ ଉତ୍ପାଦଗୁଡ଼ିକର ଉନ୍ମୋଚନ ଅବସରରେ ତାରକା କ୍ରିକେଟର ବିରାଟ କୋହଲି ଯୋଗ ଦେଇଥିବା ବେଳେ ଲୁମିନସ ପାୱାର ଟେକ୍ନୋଲୋଜିସର ଏମ୍‌ଡି ଓ ସିଇଓ ପ୍ରୀତି ବଜାଜ, ବରିଷ୍ଠ ଭିପି ଓ ଷ୍ଟ୍ରାଟେଜି ମୁଖ୍ୟ, ଟ୍ରାନ୍ସଫର୍ମେସନ ଓ ମାର୍କେଟିଂ ଅଫିସର ନିଲୀମା ବୁରା, ବରିଷ୍ଠ ସଭାପତି ଓ କଂଟ୍ରି ମୁଖ୍ୟ-ଶକ୍ତି ସମାଧାନ ବ୍ୟବସାୟ ଅମିତ ଶୁକ୍ଳା ଓ ଉପ ସଭାପତି-ଆମେଜ୍ ଶକ୍ତି ସମାଧାନ ବ୍ୟବସାୟ ରାଜେଶ କାଲ୍‌ରା ଉପସ୍ଥିତ ଥିଲେ ।
ଲୁମିନସ୍ ପାୱାର ଟେକ୍ନୋଲୋଜିସ ସିଇଓ ଓ ଏମ୍‌ଡି ପ୍ରୀତି ବଜାଜ କହିଛନ୍ତି ଯେ, “ଆମେଜ ନିଜକୁ ଏକ ଉଚ୍ଚ ପ୍ରଦର୍ଶନକାରୀ, ଶକ୍ତି ମିତବ୍ୟୟୀ ଓ ଭରସାଯୋଗ୍ୟ ବ୍ରାଣ୍ଡ୍‌ରେ ପ୍ରତିଷ୍ଠିତ କରିପାରିଥିବା ବେଳେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସହିତ ଉଦୀୟମାନ ଭାରତର ସ୍ୱପ୍ନ ଓ ଅଭିଳାଷକୁ ପୂରଣ କରିବ । କ୍ରୟ ଶକ୍ତିରେ ବୃଦ୍ଧି ଯୋଗୁଁ ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ରିଟେଲ୍ ଓ ଶକ୍ତିର ପରର୍ବତୀ ଅଭିବୃଦ୍ଧି ଦେଖିବାକୁ ମିଳିଛି । ନବସୃଜନ, ନିରନ୍ତରତା ଓ ସମ୍ପ୍ରସାରଣ ଉପରେ ଗୁରୁତ୍ୱାରୋପ କରି ଆମେଜ୍ ଭାରତର ଶକ୍ତି ଦୃଶ୍ୟପଟ୍ଟକୁ ପ୍ରଭାବିତ କରିଛି ଏବଂ ଆମର ଲକ୍ଷ୍ୟ ହେଉଛି ଆସନ୍ତା ୩ ବର୍ଷରେ ଆମର ବଜାର ଅଂଶ ଓ ଗ୍ରାହକ ଟଚ୍‌ପଏଂଟ୍‌କୁ ଦ୍ୱିଗୁଣିତ କରିବା । ଏହି ବ୍ୟାପକ ବଂଟନ ନେଟ୍‌ୱର୍କକୁ ବ୍ୟବହାର କରିବା ସହିତ ଉଚ୍ଚ କ୍ଷମତାର ଇନଭର୍ଟର ଓ ସୌର ସମାଧାନ ଉପରେ ଗୁରୁତ୍ୱାରୋପ କରି ଆମେ ଆମ ଅଭିବୃଦ୍ଧିକୁ ଆହୁରି ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ ।’’
“ନେଟ୍ ଜିରୋ ଲକ୍ଷ୍ୟ ହାସଲ କରିବା ଲାଗି ଏକ ଦୀର୍ଘସ୍ଥାୟୀ ବିଦ୍ୟୁତ ଶକ୍ତି ନେଟ୍‌ୱର୍କ ଗଠନ କରିବା ପଥରେ ଭାରତ ରହିଛି । ଦୁନିଆରେ ଦୀର୍ଘସ୍ଥାୟୀ ଶକ୍ତି ଏକ ଆବଶ୍ୟକତାରେ ପରିଣତ ହୋଇଥିବା ବେଳେ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଗୃହ ନିର୍ମାତା ଓ କ୍ଷୁଦ୍ର ସଂସ୍ଥାଗୁଡ଼ିକ ଭଳି ବିବିଧ ପ୍ରକାର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଆମେଜ୍ ସୋଲାର ସଲ୍ୟୁସନ୍ସ ଗଠନ ହୋଇଛି । ନିଜର ଶକ୍ତି ବ୍ୟବହାରରେ ସଚେତନ ନିଷ୍ପତି ନେବା ଏବଂ ସେହି ସମୟରେ ସବୁଜ ଗ୍ରହ ପ୍ରତି ଅବଦାନ ପ୍ରଦାନ କରିବାରେ ସଶକ୍ତ କରିବ ବୋଲି ପ୍ରୀତି ବଜାଜ କହିଛନ୍ତି ।
ଆମେଜ୍‌ର ବ୍ରାଣ୍ଡ୍ ଆମ୍ବାସାଡର ବିରାଟ କୋହଲି କହିଛନ୍ତି ଯେ, “ଆମେଜ୍ ପରିବାରର ଅଂଶ ହୋଇଥିବାରୁ ମୁଁ ଅତ୍ୟନ୍ତ ଉଲ୍ଲସିତ । ଅଭିଳାଷ ଓ ଭରସା ହେଉଛି ଦୁଇଟି ଉପାଦାନ ଯାହାର ସମ୍ପର୍କ ବ୍ରାଣ୍ଡ୍ ଓ ମୋ ଭିତରେ ରହିଛି । ଭାବନା ହେଉଛି ଉତମ ପାଇଁ ସର୍ବଦା ଉଦ୍ୟମ କରିବା ଏବଂ ମୁଁ ଆଶା କରୁଛି ଯେ ଆମେଜ୍ ଭାରତୀୟ ଘର ଓ ବ୍ୟବସାୟକୁ ଭରସାଯୋଗ୍ୟ ଓ ପ୍ରଭାବଶାଳୀ ବିଦ୍ୟୁତ ବ୍ୟାକ୍‌-ଅପ୍ ଦେବା ଜାରି ରଖିବ ଯାହା ଫଳରେ ସେମାନେ ନିଜ ଅଭିଳାଷକୁ ନିରବଚ୍ଛିନ୍ନ ଢଙ୍ଗରେ ପୂରଣ କରିପାରିବେ ।’’

Share

Leave a Reply

Your email address will not be published. Required fields are marked *

seven + six =