ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ୨୦୨୩ ହର୍ନେଟ୍ ୨.୦ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ହର୍ନେଟ୍ ୨.୦କୁ ଉନ୍ମୋଚନ କରାଯାଇଛି । ଆନ୍ତର୍ଜାତିକ ଷ୍ଟ୍ରିଟ୍ ଫାଇଟର୍ ଭାବେ ପ୍ରସ୍ତୁତ କରାଯାଇଥିବା ହର୍ନେଟ୍ ୨.୦ ହେଉଛି ହୋଣ୍ଡା ରେସିଂରେ ରୂପାନ୍ତରିତ ଡିଏନ୍‌ଏ ରହିଛି ଯାହାର ଏକ୍ସ ସୋ’ରୁମ୍ ଦାମ୍ (ଏକ୍ସ-ସୋ’ରୁମ୍‌, ଦିଲ୍ଲୀ) ୧,୩୯,୦୦୦ ଟଙ୍କା ରହିଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ, ସଭାପତି ଓ ସିଇଓ ଶ୍ରୀ ସୁସ୍ତୁମି ଓଟାନି କହିଛନ୍ତି ଯେ, “ସରକାରଙ୍କ ନିୟମ ଅନୁସାରେ ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ଦ୍ରୁତ ଗତିରେ କାର୍ଯ୍ୟ କରୁଛି । ଆମେ ଆଜି ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ହର୍ନେଟ୍ ୨.୦ର ଶୁଭାରମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ହାସଲ କରିଛୁ । ୨୦୨୦ ଶୁଭାରମ୍ଭ ପରଠାରୁ ହର୍ନେଟ୍ ୨.୦ ବିପୁଳ ସମର୍ଥନ ହାସଲ କରିଛି ଏବଂ ଆମର ବିଶ୍ୱାସ ରହିଛି ଯେ ଏହା ବଜାରରେ ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।”
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ନୂଆ ହର୍ନେଟ୍ ୨.୦କୁ ଶୁଭାରମ୍ଭ କରି ଆମେ ବେଶ ଉଲ୍ଲସିତ । ନୂଆ ପିଢ଼ିର ଗ୍ରାହକମାନଙ୍କ ସ୍ୱପ୍ନ ଓ ମୋଟରସାଇକଲ୍ ଚଲାଇବା ଲାଗି ତାଙ୍କ ଅଭିଳାଷରେ ଅନୁପ୍ରାଣିତ ହୋଇ ହୋଣ୍ଡାର ରେସିଂ ଡିଏନ୍‌ଏର ରୂପାନ୍ତରଣରେ ତାହା ଏକ ଷ୍ଟ୍ରିଟ୍ ରାଇଡିଂରେ ପରିଣତ ହୋଇଛି । ଉନ୍ନତ ସୁବିଧା ସୁଯୋଗ ଓ ରୋମାଂଚକ ପ୍ରଦର୍ଶନ ସହିତ ନୂଆ ହର୍ନେଟ୍ ୨.୦ ଷ୍ଟ୍ରିଟ୍ ଫାଇଟର ଯେଉଁ ଯୁବ ମୋଟରସାଇକଲ୍ ପ୍ରେମୀଙ୍କ ପାଇଁ ଏକ ଉପଯୁକ୍ତ ମୋଟରସାଇକଲ୍ ଯେଉଁମାନେ ସ୍ୱପ୍ନରେ ଉଡ଼ିବାକୁ ଚାହୁଛନ୍ତି ।”
ଆକର୍ଷଣୀୟ ନୂଆ ଗ୍ରାଫିକ୍ ଓ ବିଶାଳ ଟାଙ୍କିର ଡିଜାଇନ୍ ମୋଟରସାଇକଲ୍‌କୁ ଏକ ଭିନ୍ନ ଆକାର ପ୍ରଦାନ କରିଛି । ଏଥିରେ ଥିବା ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଏଲ୍‌ଇଡି ୱିଙ୍କର, ଏକ୍ସ-ଆକାରର ଏଲ୍‌ଇଡି ଟେଲ୍ ଲ୍ୟାମ୍ପ୍‌, ପ୍ରିମିୟମ୍ ଛୋଟ ମଫଲର, ଆଲୟ ହ୍ୱିଲ୍ ଓ ସ୍ପ୍ଲିଟ୍ ସିଟ୍ ଗାଡ଼ିକୁ ଆକର୍ଷଣୀୟ ଆନ୍ତର୍ଜାତିକ ଷ୍ଟାଇଲ୍ ପ୍ରଦାନ କରୁଛି ।
ନୂଆ ୨୦୨୩ ହର୍ନେଟ୍ ୨.୦ରେ ଶକ୍ତିଶାଳୀ ୧୮୪.୪୦ ସିସି, ୪ ଷ୍ଟ୍ରୋକ୍‌, ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି । ଚାଳକଙ୍କ ସୁରକ୍ଷା ଓ ସହଜ ଗିୟର ସିଫ୍ଟ ପାଇଁ ନୂଆ ଆସିଷ୍ଟ୍ ଓ ସ୍ଲିପର କ୍ଲଚ୍ ରହିଥିବା ବେଳେ ଅପ୍‌-ସାଇଡ୍ ଡାଉନ୍ ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ୍ ଇନଷ୍ଟ୍ରୁମେଂଟ୍ ପ୍ୟାନେଲ୍‌, ପେଟାଲ ଡିସ୍କ ବ୍ରେକ୍ ଓ ସିଙ୍ଗଲ-ଚ୍ୟାନେଲ୍ ଏବିଏସ୍ ରହିଛି । ଏହାର ଏରୋ ଡାଇନାମିକ୍ ଡିଜାଇନ୍ ଗାଡ଼ିକୁ ସହଜରେ ଚଲାଇବାରେ ସହାୟକ ହେଉଛି । ନୂଆ ହର୍ନେଟ୍ ୨.୦ ଉପରେ ୧୦ ବର୍ଷର ୱାରେଂଟି (୩ ବର୍ଷ+ ୭ ବର୍ଷ ବିକଳ୍ପ) ପ୍ରଦାନ କରାଯାଉଛି । ଏହାର ଏକ୍ସ ସୋ’ରୁମ୍ ଦାମ୍ (ଦିଲ୍ଲୀ, ଏକ୍ସ ସୋ’ରୁମ୍‌) ୧,୩୯,୦୦୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

four × 5 =