ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍‌ର ଚତୁର୍ଥ ପର୍ଯ୍ୟାୟରେ ହୋଣ୍ଡା ରେସିଂ ଇଣ୍ଡିଆର ଚାଳକ କେଭିନ୍ କ୍ୱିଂଟାଲ୍‌ଙ୍କ ଚମକ

ଭୁବନେଶ୍ୱର: ଚେନ୍ନାଇର ମାଡ୍ରାସ୍ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ୨୦୨୩ ଋତୁର ଚତୁର୍ଥ ପର୍ଯ୍ୟାୟ ରେସ୍ ଅନୁଷ୍ଠିତ ହୋଇଯାଇଛି । ଏହି ରେସ୍‌ରେ ନୂଆ ପିଢ଼ିର ଚାଳକମାନେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ମୋଟୋ ୩ ରେସିଂ ମେସିନ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ଏହି ମେସିନ୍‌କୁ ରେସିଂର ସ୍ତର ଆହୁରି ବଢ଼ାଇବା ଏବଂ ଚାଳକଙ୍କ ପ୍ରତିଦ୍ୱନ୍ଦ୍ୱିତାରେ ଉନ୍ନତି ଆଣିବା ଲାଗି ପ୍ରସ୍ତୁତ କରାଯାଇଛି ।
୨୦୨୩ ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସଏଫ୍‌୨୫୦ଆର୍‌ର ଚତୁର୍ଥ ପର୍ଯ୍ୟାୟରେ କେଭିନ୍ କ୍ୱିଂଟାଲ ପୁଣି ଥରେ ଟ୍ରାକ୍‌ରେ ସବୁଠୁ ଦ୍ରୁତତମ ଚାଳକ ଭାବେ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ୧୫:୦୬.୪୩୧ ସମୟ ଦେଇ କେଭିନ୍ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ୧୫:୨୨;୪୯୧ ସମୟ ନେଇ ମୋହସିନ୍ ପି. ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ମାତ୍ର ୦.୦୪୩ ସେକେଣ୍ଡ୍ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରୁ ବଂଚିତ ହୋଇଥିବା ରାହିଶ ଖତ୍ରି ତୃତୀୟ ସ୍ଥାନ ହାସଲ କରିଛନ୍ତି ।
ଛଅଟି ଲ୍ୟାପ୍ ବିଶିଷ୍ଟ ଦ୍ୱିତୀୟ ରେସ୍‌ରେ ସବୁଠ ଦ୍ରୁତତମ ଚାଳକ ଭାବେ ମୋଟ ୧୧:୨୦.୮୧୫ ସମୟ ନେଇ କେଭିନ୍ କ୍ୱିଂଟାଲ୍ ପ୍ରଥମ ସ୍ଥାନରେ ରହିଛନ୍ତି । ଆଇଡେମିସୁ ହୋଣ୍ଡା ଇଣ୍ଡିଆ ଟ୍ୟାଲେଂଟ୍ କପ୍ ଏନ୍‌ଏସ୍‌ଏଫ୍‌୨୫୦ଆର୍‌ର ଚତୁର୍ଥ ପର୍ଯ୍ୟାୟରେ ସେ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ମୋହସିନ ପି, ଜୋହାନ ରେଭିସ ଏମାନୁଏଲ୍ ଓ ରକ୍ଷୀତ ଡାଭେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏହି ରେସ୍‌ରେ ମୋହସିନ ପି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଜୋହାନ୍ ତୃତୀୟ ସ୍ଥାନରେ ରହିଥିଲେ ।
ଚାଳକମାନଙ୍କ ପ୍ରଦର୍ଶନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ସେଲ୍‌ସ ଆଣ୍ଡ୍ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ହୋଣ୍ଡାର ମେଂଟର ଓ ଅଭିଜ୍ଞ ଚାଳକଙ୍କ ମାର୍ଗଦର୍ଶନରେ ପ୍ରତି ପର୍ଯ୍ୟାୟରେ ଯୁବ ଚାଳକମାନଙ୍କ ମଧ୍ୟରେ ଉନ୍ନତି ପରିଲକ୍ଷିତ ହୋଇଛି । ଆଜି ରେସ୍ ଟ୍ରାକ୍‌ରେ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ସଂକଳ୍ପର ଏକ ନୂଆ ସ୍ତର ଦେଖିବାକୁ ମିଳିଥିଲା । କେଭିନଙ୍କ ପ୍ରଦର୍ଶନ ବେଶ ଚମତ୍କାର ଥିଲା ଏବଂ ସେ ଏହି ପର୍ଯ୍ୟାୟରେ ଦୁଇ ଥର ବିଜୟୀ ହୋଇଛନ୍ତି । ଏହି ପର୍ଯ୍ୟାୟ ଜୋହାନ ରେଭିସ୍ ଏମାନୁଏଲଙ୍କ ଭାଗ୍ୟ ଖୋଲି ଦେଇଥିବା ବେଳେ ନିଜ ଜୀବନର ପ୍ରଥମ ପୋଡିୟମ୍‌ରେ ପହଂଚିବା ଲାଗି ସେ କୌଣସି ଉଦ୍ୟମକୁ ଅଣଦେଖା କରିନଥିଲେ । ଆମେ ଏହି ଋତୁର ଚୂଡ଼ାନ୍ତ ପର୍ଯ୍ୟାୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଆମ ଚାଳକମାନେ ଉତମ ଫଳ ହାସଲ କରିବାକୁ ସଂକଳ୍ପବଦ୍ଧ ରହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

1 × two =