ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ହୋଣ୍ଡା ମାନେସର ହାଫ୍ ମାରାଥନ୍‌-ସଡ଼କ ସୁରକ୍ଷା ପାଇଁ ଦୌଡ଼ର ଦ୍ୱିତୀୟ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର/ ଗୁରୁଗ୍ରାମ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ହୋଣ୍ଡା ମାନେସର ହାଫ୍ ମାରାଥନ-ସଡ଼କ ସୁରକ୍ଷା ପାଇଁ ଦୌଡ଼ର ଦ୍ୱିତୀୟ ସଂସ୍କରଣରକୁ ସଫଳତାର ସହ ଆୟୋଜନ କରାଯାଇଛି । ହରିୟାଣାର ଗୁରୁଗ୍ରାମ ସ୍ଥିତ ଆଇଏମ୍‌ଟି ମାନେସରରେ ଥିବା ଏଚ୍‌ଏମ୍‌ଏସ୍‌ଆଇର ଗ୍ଲୋବାଲ୍ ରିସୋର୍ସ ଫ୍ୟାକ୍ଟ୍ରିରୁ ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା । ୨୦୫୦ ସୁଦ୍ଧା ହୋଣ୍ଡା ଗାଡି଼଼ ଜଡ଼ିତ ଥିବା ଟ୍ରାଫିକ୍ ଦୁର୍ଘଟଣାକୁ ଶୂନ କରିବା ଲାଗି କମ୍ପାନି ରଖିଥିବା ଲକ୍ଷ୍ୟ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ।
ହୋଣ୍ଡା ମାନେସର ହାଫ୍ ମାରାଥନ୍‌ରେ ୬୦୦୦ରୁ ଅଧିକ ଧାବକ ଧାବିକା ଅଂଶଗ୍ରହଣ କରିଥିଲେ । ସେମାନେ ୫ କିମି, ୧୦ କିମି ଓ ୨୧.୧ କିମି ହାଫ୍ ମାରାଥନ୍ ଭଳି ତିନି ପ୍ରକାର ଦୌଡ଼ରେ ଭାଗ ନେଇଥିଲେ । ସମସ୍ତଙ୍କ ସୁବିଧାକୁ ନଜରରେ ରଖି ଆଇଏମଟି ମାନେସର ଅଂଚଳରେ ଦୌଡ଼ର ପଥ ପ୍ରସ୍ତୁତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବଲିଉଡ୍ ତାରକା ଜିମି ସେରଗିଲ୍ ସେଲିବ୍ରିଟି ଅତିଥି ଭାବେ ଭାଗ ନେଇଥିବା ବେଳେ ଅଂଶଗ୍ରହଣକାରୀମାନେ ଆକର୍ଷଣୀୟ ପୁରସ୍କାର ମଧ୍ୟ ଜିତିଛନ୍ତି । ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ହୋଣ୍ଡା ସାଇନ୍ ୧୦୦ ଏବଂ ଡିଓ ୧୧୦ ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଉଲ୍ଲେଖନୀୟ ସଫଳତା ପାଇଁ ନଗଦ ରାଶି ମଧ୍ୟ ପୁରସ୍କାର ଭାବେ ଦିଆଯାଇଛି । ଗ୍ରାଣ୍ଡ ପୁରସ୍କାର ଭାବେ ହୋଣ୍ଡା ସିବି୩୫୦ ପ୍ରଦାନ କରାଯାଇଛି ।
ସଡ଼କ ସୁରକ୍ଷା ଓ ଏକ ସୁସ୍ଥକର ସମାଜ ପାଇଁ ଏଚ୍‌ଏମ୍‌ଏସ୍‌ଆଇର ରହିଥିବା ପ୍ରତିବଦ୍ଧତାକୁ ହୋଣ୍ଡା ମାନେସର ହାଫ୍ ମାରାଥନ୍‌ର ସଫଳତା ଦର୍ଶାଉଛି । ଏଥିପାଇଁ ଏଚ୍‌ଏମ୍‌ଏସ୍‌ଆଇ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀ, ହରିୟାଣାର ସରକାରୀ କର୍ତୃପକ୍ଷ, ଆଇଏମ୍‌ଟି ମାନେସରର ଶିଳ୍ପ ସଂଘ ଓ ବିଭିନ୍ନ ଶିଳ୍ପକୁ ସହଯୋଗ ପାଇଁ କୃତଜ୍ଞତା ପ୍ରଦାନ କରାଯାଇଛି ।
ହୋଣ୍ଡା ମୋଟରସାଇକେଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ସୁତ୍ସୁମୁ ଓଟାନି କହିଛନ୍ତି ଯେ, “ହୋଣ୍ଡା ମାନେସର ହାଫ୍ ମାରାଥନ୍‌-ସଡ଼କ ସୁରକ୍ଷା ପାଇଁ ଦୌଡ଼ର ସଫଳ ଦ୍ୱିତୀୟ ସଂସ୍କରଣ ଆୟୋଜନ କରି ଆମେ ଆନନ୍ଦିତ । ଏହା କେବଳ ଏକ ଦୌଡ଼ ନୁହେଁ ବରଂ ସମସ୍ତଙ୍କ ପାଇଁ ସୁରକ୍ଷିତ ରାସ୍ତା ସୃଷ୍ଟି କରିବା ଦିଗରେ ଏକ ଆନ୍ଦୋଳନ ଥିଲା । ସଡ଼କ ସୁରକ୍ଷା ଉପରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ହୋଣ୍ଡା ପ୍ରତିଶ୍ରୁତିବଦ୍ଧ ଏବଂ ଏହି ମାରାଥନ୍ ସେହି ପ୍ରତିବଦ୍ଧତାର ପ୍ରମାଣ । ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ମୁଁ ସମସ୍ତ

ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଆସନ୍ତୁ ଆମେ ସମସ୍ତେ ଏକ ସୁରକ୍ଷିତ ଏବଂ ଅଧିକ ଦାୟିତ୍ୱବାନ ସମାଜ ଗଠନ ପାଇଁ ସଂକଳ୍ପ ନେବା ।’’

Share

Leave a Reply

Your email address will not be published. Required fields are marked *

one × 1 =