ବଜାଜ୍ ଆଲିଆଞ୍ଜ୍ ଲାଇଫ୍ ପକ୍ଷରୁ ଓଡ଼ିଶାରେ ବୀମା ସାନ୍ଦ୍ରତାରେ ବୃଦ୍ଧି ପାଇଁ ବୀମା ପରାମର୍ଶଦାତାଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ବଜାଜ ଆଲିଆଞ୍ଜ ଲାଇଫ୍ ଇନସ୍ୟୁରାନ୍ସ ଭାରତ ଏବଂ ଓଡ଼ିଶାରେ ଜୀବନ ବୀମାକୁ ଏକ ବହୁମୁଖୀ ନିବେଶ ବିକଳ୍ପ ଭାବେ ସଚେତନ ଏବଂ ସରଳ କରିବା ପାଇଁ ବୀମା ପରାମର୍ଶଦାତା (ଆଇସି)ର ନେଟୱାର୍କକୁ ଉପଯୋଗ କରୁଛି । ସମଗ୍ର ଓଡ଼ିଶାରେ ୮,୫୦୦ରୁ ଅଧିକ ଏଜେଂଟ୍ ଏବଂ ୩୮ଟି କାର୍ଯ୍ୟାଳୟ ସହିତ ଦୃଢ଼ ଉପସ୍ଥିତି ରଖିଥିବା ବଜାଜ ଆଲିଆଞ୍ଜ ଲାଇଫ୍ ଏହି ଅଂଚଳରେ ବୀମା ଉପଲବ୍ଧତା ବୃଦ୍ଧି ପାଇଁ ସମର୍ପିତ । ବୀମା ଏଜେଂଟ୍ ଭାବରେ ପରିଚିତ ଆଇସିମାନେ ଗ୍ରାହକମାନଙ୍କ ସହିତ କଥାବାର୍ତା କରିବା ଏବଂ ସେମାନଙ୍କ ଜୀବନ ଲକ୍ଷ୍ୟ ସହିତ ଜଡ଼ିତ ଆର୍ôଥକ ନିଷ୍ପତି ନେବାରେ ସେମାନଙ୍କୁ ସାହାଯ୍ୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ।
ଆର୍ôଥକ ନିରାପତା ପାଇଁ ଜୀବନ ବୀମାର ଗୁରୁତ୍ୱ ବିଷୟରେ ବଢୁଥିବା ସଚେତନତା ସତ୍ୱେ ଓଡ଼ିଶା ସମେତ ସମଗ୍ର ଭାରତରେ ଏହାକୁ ବ୍ୟାପକ କରିବାରେ ଏକ ବଡ଼ ବ୍ୟବଧାନ ରହିଛି । ଭାରତୀୟ ବୀମା ନିୟାମକ ବିକାଶ କର୍ତୃପକ୍ଷଙ୍କ ୨୦୨୨-୨୩ର ବାର୍ଷିକ ରିପୋର୍ଟରୁ ଜଣାପଡିଛି ଯେ ଦେଶରେ ଜୀବନ ବୀମା ସାନ୍ଦ୍ରତା ୩ ପ୍ରତିଶତ ରହିଛି । ବିଶେଷ କରି ଅବହେଳିତ ଅଂଚଳରେ ଏହାର ଯଥେଷ୍ଟ ଅବ୍ୟବହୃତ ସମ୍ଭାବନା ରହିଛି । ଜର୍ଣ୍ଣାଲ ଅଫ୍ ଇନସ୍ୟୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଜାନୁଆରୀ-ମାର୍ଚ ୨୦୨୩) ଏହା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଜାତୀୟ ସ୍ତରରେ ବିକ୍ରି ହେଉଥିବା ମୋଟ ପଲିସିର ପ୍ରାୟ ୪.୭୧% ଓଡ଼ିଶାରେ ବିକ୍ରି ହେଉଛି । ପରିବାରର ଆର୍ôଥକ ସ୍ଥିତିକୁ ସୁରକ୍ଷିତ ରଖିବାରେ ବୀମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ରହିଥିବା ଜରୁରୀ ଆବଶ୍ୟକତା ଉପରେ ଏହା ଆଲୋକପାତ କରୁଛି ।
ବଜାଜ ଆଲିଆଞ୍ଜ ଲାଇଫ ଏହାର ଏଜେଂଟ୍‌ମାନଙ୍କ ବ୍ୟାପକ ନେଟୱାର୍କ ସହିତ ଏହି ବ୍ୟବଧାନକୁ ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏକ ଦୃଢ଼ ବିବିଧ ମାଧ୍ୟମର ବିତରଣ ବ୍ୟବସ୍ଥା, ଏକ ବିବିଧ ଏବଂ ଅଭିନବ ଉତ୍ପାଦ ବର୍ଗମାଳା ଏବଂ ଏକ ଚମତ୍କାର ଡିଜିଟାଲ ବ୍ୟବସ୍ଥା ରଖିଥିବା ଏହି କମ୍ପାନି ଓଡ଼ିଶା ଏବଂ ସମଗ୍ର ଭାରତରେ ଜୀବନ ବୀମା ପହଂଚାଇବାକୁ ତ୍ୱରାନ୍ୱିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ।
ଦେଶ ତଥା ଓଡ଼ିଶାରେ ବୀମା ସାନ୍ଦ୍ରତାରେ ଏଜେଂଟ୍‌ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବଜାଜ ଆଲିଆଞ୍ଜ ଲାଇଫର ମୁଖ୍ୟ ଏଜେନ୍ସି ଅଧିକାରୀ ସମୀର ଯୋଶୀ କହିଛନ୍ତି ଯେ, \”ଜୀବନ ବୀମାକୁ ପ୍ରାୟତଃ ଜଟିଳ ଭାବରେ ବିବେଚନା କରାଯାଏ ଏବଂ ଗ୍ରାହକମାନେ ସେମାନଙ୍କ ନିର୍ଦ୍ଦିଷ୍ଟ ଜୀବନ ଲକ୍ଷ୍ୟ ଆଧାରରେ ସଠିକ୍ ନିବେଶ ଚୟନ କରିବାରେ ମାର୍ଗଦର୍ଶନ କରିବା ପାଇଁ ଏଭଳି ଲୋକଙ୍କୁ ପସନ୍ଦ କରନ୍ତି ଯାହାଙ୍କ ଉପରେ ତାଙ୍କର ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ବୀମା ପରାମର୍ଶଦାତା କିମ୍ବା ଏଜେଂଟ୍‌ମାନେ ଅପରିହାର୍ଯ୍ୟ ଅଟନ୍ତି । ସେମାନେ ଗ୍ରାହକଙ୍କ ଆବଶ୍ୟକତାକୁ ବୁଝନ୍ତି ଏବଂ ଉପଯୁକ୍ତ ପରାମର୍ଶ ପ୍ରଦାନ କରନ୍ତି । ତେଣୁ ଗ୍ରାହକମାନଙ୍କୁ ସେମାନଙ୍କ ଜୀବନ ଲକ୍ଷ୍ୟକୁ ନିରବଚ୍ଛିନ୍ନ ଭାବରେ ହାସଲ କରିବାରେ ସାହାଯ୍ୟ କରିବା ପାଇଁ ଆବଶ୍ୟକ ଜ୍ଞାନ, ଅଭିନବ ଉତ୍ପାଦ ଏବଂ ପ୍ରକ୍ରିୟା ସହିତ ଆମର ଏଜେଂଟ୍‌ମାନଙ୍କୁ ସଶକ୍ତ କରିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଉଭୟ ଗ୍ରାହକ ଏବଂ ଏଜେଂଟ୍‌ମାନଙ୍କ ପାଇଁ ଲାଭଦାୟକ ଏକ ଅନୁକୂଳ ପରିବେଶ ସ୍ଥାପନ ପାଇଁ ଆମର ପ୍ରୟାସ ଦ୍ୱାରା ଆମେ ଉଭୟ ଜାତୀୟ ସ୍ତରରେ ଏବଂ ଓଡ଼ିଶାରେ ବୀମା ଉପଲବ୍ଧତା ବୃଦ୍ଧି କରିପାରିବୁ ବୋଲି ମୋର ବିଶ୍ୱାସ ରହିଛି ।’’
ବଜାଜ ଆଲିଆଞ୍ଜ ଲାଇଫ – ଏଜେଂଟ୍‌ମାନଙ୍କ ପାଇଁ ଏକ ପସନ୍ଦର ଅଂଶୀଦାର
ବଜାଜ ଆଲିଆଞ୍ଜ ଲାଇଫର ଏଜେନ୍ସି ଚ୍ୟାନେଲ ଦେଶର ଅନ୍ୟତମ ବୃହତମ ଚ୍ୟାନେଲ ଏବଂ ୧୦୦% ଡିଜିଟାଲ ଏଜେନ୍ସି ଚ୍ୟାନେଲ ଭାବେ କାର୍ଯ୍ୟ କରୁଛି । ଏଜେଂଟ୍‌ମାନେ କମ୍ପାନିରେ ସାମିଲ ହେବା ପରଠାରୁ ହିଁ ଯେଭଳି ପ୍ରଯୁକ୍ତିର ଲାଭ ଉଠାଇପାରିବେ ତାହାକୁ ଏହି ଡିଜିଟାଲ ଆଭିମୁଖ୍ୟ ସୁନିଶ୍ଚିତ କରୁଛି । ଏହାବ୍ୟତୀତ ଉପକରଣ, ସମ୍ବଳ, ପ୍ରୋତ୍ସାହନ ଏବଂ ସ୍ୱୀକୃତି କାର୍ଯ୍ୟକ୍ରମ ମାଧ୍ୟମରେ ଏଜେଂଟ୍‌ମାନେ ସେମାନଙ୍କର ଅଗ୍ରଗତିକୁ ଜାଣିପାରିବେ ଏବଂ ଏକ ପ୍ରତିଯୋଗିତାମୂଳକ ଶିଳ୍ପରେ ଉତ୍କର୍ଷ ହାସଲ କରିପାରିବେ । ବଜାଜ ଆଲିଆଞ୍ଜ ଲାଇଫ୍ ଇନସ୍ୟୁରାନ୍ସ ଏକ ସମୃଦ୍ଧ ବ୍ୟବସ୍ଥା ସୃଷ୍ଟି କରିଛି ଯାହା ଏହାର ଏଜେଂଟ୍‌ମାନଙ୍କୁ ଉଭୟ ବୃତିିଗତ ଏବଂ ଆର୍ôଥକ ଭାବେ ବିକଶିତ ହେବାକୁ ସଶକ୍ତ କରୁଛି । କମ୍ପାନି ବିଭିନ୍ନ ପଦକ୍ଷେପ ଏବଂ ପ୍ରଯୁକ୍ତି ପ୍ଲାଟଫର୍ମ ମାଧ୍ୟମରେ ପ୍ରାରମ୍ଭିକ ଏଜେଂଟ୍ ପ୍ରଶିକ୍ଷଣକୁ ପ୍ରାଥମିକତା ଦେଉଛି ଯାହା ଏଜେଂଟ୍‌ମାନଙ୍କ ପସନ୍ଦର ଅଂଶୀଦାର ଭାବେ ନିଜ ଖ୍ୟାତିକୁ ସୁଦୃଢ଼ କରିପାରିଛି ।
ବଜାଜ ଆଲିଆଞ୍ଜ ଲାଇଫ – ଏକ ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି
ଜାନୁଆରୀ ୩୧, ୨୦୨୪ ସୁଦ୍ଧା ବଜାଜ ଆଲିଆଞ୍ଜ ଲାଇଫ୍ ୧୬,୭୯୦ କୋଟି ଟଙ୍କାର ମୋଟ ପ୍ରିମିୟମ୍ (ଜିଡବ୍ଲ୍ୟୁପି) ହାସଲ କରିଛି ଏବଂ ଏହାର ଅପରିଚାଳନା ଅଧୀନ ସଂପତି (ଏୟୁଏମ୍‌) ଏହି ଅବଧିରେ ଏକ ଲକ୍ଷ କୋଟି ଟଙ୍କାର ମାଇଲଖୁଂଟ ଅତିକ୍ରମ କରି ୧,୦୬,୮୫୮ କୋଟି ଟଙ୍କାରେ ପହଂଚିିଛି । ୫୧୩ଟି ଶାଖା, ୧,୪୫,୦ରୁ ଅଧିକ ଏଜେଂଟ୍ ଏବଂ ୮୨ଟି ସଂସ୍ଥାଗତ ଅଂଶୀଦାରଙ୍କୁ ନେଇ ଗଠିତ ଏହାର ବ୍ୟାପକ ବିତରଣ ନେଟୱାର୍କ ମାଧ୍ୟମରେ କମ୍ପାନି ଦେଶବ୍ୟାପୀ ଏକ ଦୃଢ଼ ଉପସ୍ଥିତି ରଖୁଛି । ଗ୍ରାହକମାନେ ହ୍ୱାଟ୍‌ସଆପ୍ ଏବଂ କମ୍ପାନିର ଉତ୍ସର୍ଗୀକୃତ୍ ଆପ୍ ସମେତ ବିଭିନ୍ନ ଡିଜିଟାଲ ସେବା ମାଧ୍ୟମରେ କମ୍ପାନି ସହିତ ଯୋଗାଯୋଗ କରିପାରିବେ ।
ବଜାଜ ଆଲିଆଞ୍ଜ ଲାଇଫର ଉତ୍ପାଦ ଗୁରୁତ୍ୱ:
ବିତରକମାନଙ୍କୁ ସଶକ୍ତ କରିବା:
ବିଭିନ୍ନ ବର୍ଗର ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାରର ଉତ୍ପାଦ ଉନ୍ମୋଚନ ସୁନିଶ୍ଚିତ କରିବା ।
ୟୁଲିପ୍‌, ଗ୍ୟାରେଂଟେଡ୍ ଉତ୍ପାଦ ଏବଂ ପାରମ୍ପରିକ ଉତ୍ପାଦ ମଧ୍ୟରେ ଏକ ସନ୍ତୁଳିତ ଉତ୍ପାଦ ମିଶ୍ରଣ ବଜାୟ ରଖିବା
ଆର୍ôଥକ ବର୍ଷ ୨୦୨୩-୨୪ରେ ନିକଟରେ ଉତ୍ପାଦ ଉନ୍ମୋଚନ:
ବଜାଜ ଆଲିଆଞ୍ଜ ଲାଇଫ୍ ଆସ୍ୟୁରଡ୍ ୱେଲ୍‌ଥ ଗୋଲ୍ ପ୍ଲାଟିନମ୍ – ଏକ ନନ-ଲିଙ୍କ୍‌, ନନ୍‌-ପାର୍ଟିସିପେଟୋରି ବ୍ୟକ୍ତିଗତ ଜୀବନ ବୀମା ଏବଂ ଶୀଘ୍ର ଆୟ ସୁନିଶ୍ଚିତ କରୁଥିବା ସଂଚୟ ଯୋଜନା ।
ପ୍ରଥମ ଚମତ୍କାର ଜୀବନ ବୀମା ଯୋଜନା, ବଜାଜ ଆଲିଆଞ୍ଜ ଲାଇଫ୍ ଏସ୍ ଏକ ନନ୍‌-ଲିଙ୍କ, ପାର୍ଟିସିପେଟୋରି, ବ୍ୟକ୍ତିଗତ ଜୀବନ ବୀମା ସଂଚୟ ଯୋଜନା ।
ବଜାଜ ଆଲିଆଞ୍ଜ ଲାଇଫ୍ ଏସ୍ ଆୟ ବଢ଼ାଉଛି-ଏକ ଅନନ୍ୟ ନନ୍‌-ଲିଙ୍କ୍‌, ପାର୍ଟିସିପେଟୋରି, ବ୍ୟକ୍ତିଗତ ଜୀବନ ବୀମା ସଂଚୟ ଯୋଜନା ଯାହା ବ୍ୟୟ ବୃଦ୍ଧି ସତ୍ୱେ ଭବିଷ୍ୟତ ପାଇଁ ଆର୍ôଥକ ସ୍ଥିରତା ବୃଦ୍ଧି କରିବା ଲାଗି ପ୍ରସ୍ତୁତ କରାଯାଇଛି ।
ଭାରତର ପ୍ରଥମ ଡାଇବେଟିକ୍ ଟର୍ମ ପ୍ଲାନ୍ ଯାହା ପ୍ରାକ୍‌-ମଧୁମେହ ରୋଗୀ ଏବଂ ଟାଇପ୍ -୨ ମଧୁମେହ ରୋଗୀଙ୍କୁ ବୀମା ସୁରକ୍ଷା ପାଇବାରେ ସାହାଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

2 × 3 =