ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ୨୦୨୨ ଡିସେମ୍ବରରେ ୨୫୦,୧୭୧ ଗାଡ଼ି ବିକ୍ରି

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ସକାରାତ୍ମକ ଢଙ୍ଗରେ ୨୦୨୨ ବର୍ଷକୁ ଶେଷ କରିଛି । କଂପାନି ପକ୍ଷରୁ ୨୦୨୨ ଡିସେମ୍ବର ବିକ୍ରି ତଥ୍ୟକୁ ଘୋଷଣା କରାଯାଇଛି । ଏହି ମାସରେ କଂପାନିର ବିକ୍ରି ୨୫୦,୧୭୧ଟି ଗାଡ଼ି ରହିଛି । ସେଥିରେ ଦେଶ ଭିତରେ କଂପାନି ୨୩୩,୧୫୧ଟି ଗାଡ଼ି ବିକ୍ରି କରିଥିବା ବେଳେ ୧୭,୦୨୦ଟି ଗାଡ଼ି ରପ୍ତାନି କରିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶ ଭିତର ବିକ୍ରିରେ କଂପାନି ଗତବର୍ଷ ତୁଳନାରେ ୧୧ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ୨୦୨୧ ଡିସେମ୍ବରରେ କଂପାନି ୨୧୦,୬୩୮ଟି ଗାଡ଼ି ବିକ୍ରି କରିଥିଲା ।
ଏଚ୍‌ଏମ୍‌ଏସ୍‌ଆଇର ପ୍ରଦର୍ଶନ ସମ୍ପର୍କରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ପରିଚାଳନା ନିର୍ଦେଶକ, ସଭାପତି ଓ ସିଇଓ ଶ୍ରୀ ଆତସୁସି ଓଗାତା କହିଛନ୍ତି ଯେ, “ପୂର୍ବ ମାସ ଏବଂ ବର୍ଷକୁ ବର୍ଷ ତୁଳନାରେ ବଜାରରେ ଦ୍ରୁତ ଧାରା ଦେଖିବାକୁ ମିଳିଛି । ସୁସ୍ଥକର ଉତ୍ସବ ଋତୁ, ଭଲ ମୌସୁମୀ ବର୍ଷା ଏବଂ ବ୍ୟକ୍ତିଗତ ଗମନାଗମନ ଯାନ ଚାହିଦାରେ ବୃଦ୍ଧି ଯୋଗୁ ଗ୍ରାହକମାନଙ୍କ ପ୍ରବେଶ ଓ ଅନୁସନ୍ଧାନରେ ବୃଦ୍ଧି ହୋଇଛି । ଆମର ସମଗ୍ର ନେଟୱର୍କ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଗ୍ରାହକମାନଙ୍କ ସହ ଯୋଡ଼ିହୋଇରହିଛି ଯେଉଁଥି ପାଇଁ ଆଗାମୀ ଦିନରେ ଅଭିବୃଦ୍ଧି ଜାରି ରହିବ । ୨୦୨୩ରେ ପ୍ରବେଶ କରୁଥିବା ବେଳେ ଅର୍ଥନୀତି ଓ ଭିତିଭୂମିରେ ଉନ୍ନତି ଉପରେ ଗୁରୁତ୍ୱ ଜାରି ରହିଥିବାରୁ ଗ୍ରାକମାନଙ୍କ ମନୋବଳରେ ଆହୁରି ଉନ୍ନତି ହେବ ଓ ବୃଦ୍ଧି ଧାରା ଆଗକୁ ଜାରି ରହିବ ବୋଲି ଆମେ ଆଶା କରୁଛୁ ।’’
୨୦୨୨ କ୍ୟାଲେଣ୍ଡର ବର୍ଷରେ କଂପାନି ପକ୍ଷରୁ ଡିଓ ସ୍ପୋର୍ଟସ୍ ଏଡିସନ୍‌, ହୋଣ୍ଡା ସାଇନ ସେଲିବ୍ରେସନ ଏଡିସନ ଓ ୨୦୨୨ ଆକ୍ଟିଭା ପ୍ରିମିୟମ୍ ଏଡିସନ୍‌କୁ ଉନ୍ମୋଚନ କରାଯାଇଥିଲା । ଏହି ବର୍ଷ ହୋଣ୍ଡା ସାଇନ୍‌ର ବିକ୍ରି ୧ କୋଟି ଟପିଥିଲା । ପୂର୍ବାଚଂଳରେ ଗ୍ରାଜିଆ ବିକ୍ରି ୨ ଲକ୍ଷ ଅତିକ୍ରମ କରିଛି । ବଡ଼ ବାଇକ୍ ମଧ୍ୟରେ କଂପାନି ଆଫ୍ରିକା ଟ୍ୱିନ, ୨୦୨୨ ସିବି୩୦୦ଆର୍ ଓ ସିବିଆର୍‌୬୫୦ଆର୍‌କୁ ଉନ୍ମୋଚନ କରିବା ସହ ସ୍ପୋର୍ଟି ସିବି୩୦୦ଏଫ୍‌କୁ ମଧ୍ୟ ଉନ୍ମୋଚନ କରିଥିଲା । ୩୧ଟି ନୂଆ ସହରରେ କଂପାନି ଏହାର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ଆରମ୍ଭ କରିଥିଲା । ସଡ଼କ ସୁରକ୍ଷା ଓ ମୋଟରସ୍ପୋର୍ଟସ୍ ଉପରେ ମଧ୍ୟ କଂପାନି ବହୁତ ଭଲ କାମ କରିବା ସହ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Share

Leave a Reply

Your email address will not be published. Required fields are marked *

4 × three =