ନୂଆ ଆୟକର ସଂଗ୍ରହ ପୋର୍ଟାଲ୍ (ଟିଆଇଏନ୍ ୨.୦)ରେ ଡିସିବି ବ୍ୟାଙ୍କ୍ ଲାଇଭ୍‌

ଭୁବନେଶ୍ୱର: ନୂଆ ପିଢ଼ିର ଘରୋଇ ବ୍ୟାଙ୍କ୍ ଡିସିବି ବ୍ୟାଙ୍କ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସଫଳତାର ସହ ଭାରତ ସରକାରଙ୍କ ଅୟକର ଟିକସ ସଂଗ୍ରହ ପୋର୍ଟାଲ୍ (ଟିଆଇଏନ୍ ୨.୦)ରେ ଏକ ନୂଆ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବ୍ୟବସ୍ଥାକୁ ସମନ୍ୱିତ କରିଛି । ଏହି ସମନ୍ୱୟ ଦ୍ୱାରା ଟିକସଦାତାମାନେ ସୁବିଧାରେ ଗୋଟିଏ ପ୍ଲାଟଫର୍ମରେ ଉଭୟ ଟିକସ ପଇଠ କରିପାରିବେ ଏବଂ ଟିକସ ରିଟର୍ଣ୍ଣର ଇ-ଫାଇଲିଂ କରିପାରିବେ ।
ଡିସିବି ବ୍ୟାଙ୍କର ଗ୍ରାହକମାନେ ତିନିଟି ପ୍ରମୁଖ ମାଧ୍ୟମ ଯଥା ବ୍ୟକ୍ତିଗତ ଓ ବ୍ୟବସାୟ ଇଟଂରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ କିମ୍ବା ଡିସିବି ବ୍ୟାଙ୍କ ଶାଖା ପରିଦର୍ଶନ କରି କିମ୍ବା ନଗଦ ରାଶି, ଚେକ୍ ଓ ଡିମାଣ୍ଡ୍ ଡ୍ରାଫ୍ଟ ଜରିଆରେ ନିରବଚ୍ଛିନ୍ନ ଭାବେ ପ୍ରତ୍ୟକ୍ଷ ଟିକସ ପ୍ରଦାନ କରିପାରିବେ ।
ଆୟକର ବିଭାଗର ଇ-ଫାଇଲିଂ ପୋର୍ଟାଲ୍‌ରେ ଏକ ଆକାଉଂଟ୍ ଖୋଲି ଗ୍ରାହକମାନେ ଟିକସ ସଂଗ୍ରହ ପ୍ଲାଟଫର୍ମକୁ ବ୍ୟବହାର କରିପାରିବେ ଯାହା ସେମାନଙ୍କୁ ମାତ୍ର କିଛି କ୍ଲିକ୍‌ରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ନିଜ ଟିକସ ପଇଠ କରିବା ଲାଗି ଏକ ଚାଲାଣ ରେଫରେନ୍ସ ନମ୍ବର ଓ ପାନ୍‌/ ଟାନ୍ ବିବରଣୀ ହାସଲ କରିପାରିବେ । ଚାଲାଣ ରେଫରେନ୍ସ ନମ୍ବରକୁ ବ୍ୟବହାର କରି ସ୍ୱୀକୃତିପ୍ରାପ୍ତ ଚ୍ୟାନେଲ୍‌କୁ ପେମେଂଟ୍ ପାଇଁ ବ୍ୟବହାର କରିହେବ ।
ଡିସିବି ବ୍ୟାଙ୍କର ରିଟେଲ୍ ବ୍ୟାଙ୍କିଙ୍ଗ ମୁଖ୍ୟ ପ୍ରବୀଣ କୁଟ୍ଟି କହିଛନ୍ତି ଯେ, “ଡିସିବି ବ୍ୟାଙ୍କ ପକ୍ଷରୁ ଟିକସଦାତାମାନଙ୍କୁ ଏକ ଶୀଘ୍ର, ସୁରକ୍ଷିତ ଓ ପ୍ରଭାବୀ ପ୍ରତ୍ୟକ୍ଷ ଟିକସ ପଇଠ ସୁବିଧା ପ୍ରଦାନ କରାଯାଉଛି । ଏହି ଅନଲାଇନ୍ ବ୍ୟବସ୍ଥା ସୁବିଧାଜନକ ହୋଇଥିବା ବେଳେ ଟିକସଦାତାମାନଙ୍କୁ ନିଜ ଘରୁ କିମ୍ବା ଅଫିସରେ ଆରାମରେ ରହି ସମୟ ଓ ଖର୍ଚ୍ଚ ସଂଚୟ କରି ପେମେଂଟ୍ ଦାଖଲ କରିବାରେ ଟିକସଦାତାଙ୍କୁ ସକ୍ଷମ କରୁଛି । ଏହି ପ୍ରକ୍ରିୟାରେ ସାମିଲ ରହିଛି ତତ୍କାଳ ପେମେଂଟ୍ ଆକନଲେଜ୍‌ମେଂଟ୍ ଓ ଚାଲାଣ ରସିଦ୍ ଓ ଏଥିପାଇଁ କୌଣସି ଶୁଳ୍କ ଗଣିବାକୁ ପଡ଼ିବନି । ଏହି ଉଦ୍ୟମରେ ସହଯୋଗ ପାଇଁ ଭାରତ ସରକାରଙ୍କ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ନିକଟରେ ଆମେ କୃତଜ୍ଞ ।’’

Share

Leave a Reply

Your email address will not be published. Required fields are marked *

19 − 2 =