କ୍ରୋମା ପକ୍ଷରୁ ଦୁର୍ଗାପୂଜା ପାଇଁ “ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ” ଅଫର

ଭୁବନେଶ୍ୱର: ଦୁର୍ଗାପୂଜା ପରିପ୍ରେକ୍ଷୀରେ ଟାଟାର କ୍ରୋମା ପକ୍ଷରୁ ଫେଷ୍ଟିଭାଲ୍ ଅଫ୍ ଡ୍ରିମ୍‌ସ ଅଫର ଘୋଷଣା କରାଯାଇଛି ଯାହା ଜରିଆରେ ଗ୍ରାହକମାନେ କ୍ରୋମା ଷ୍ଟୋର୍ ଓ ୱେବସାଇଟ୍‌ରୁ କିଣାକିଣି ବେଳେ ଲୋଭନୀୟ ଡିଲ୍ ଓ ଅଫର ପାଇପାରିବେ । ଏହି ଅଫରଗୁଡ଼ିକ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଗ୍ରାହକମାନଙ୍କ ପାଇଁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ । କ୍ରୋମାର ବିଶେଷଜ୍ଞମାନଙ୍କ ଠାରୁ ଉତ୍କୃଷ୍ଟ ଇଲେକ୍ଟ୍ରୋନିକ୍ସ ସପିଙ୍ଗ ଅନୁଭୂତି ହାସଲ କରିହେବ ।
ଏହି ଅଫର ସମୟରେ ଗ୍ରାହକମାନେ କିଛି ବ୍ୟାଙ୍କ କାର୍ଡ ଉପରେ ୧୦% ପର୍ଯ୍ୟନ୍ତ ତତ୍କାଳ ରିହାତି, ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଂଜ୍ ଲାଭ ଏବଂ ୨୪ ମାସ ପର୍ଯ୍ୟନ୍ତ ସୁଧ ମୁକ୍ତ ଇଏମ୍‌ଆଇ ସୁବିଧା ପାଇପାରିବେ । ଘର ପରିବାରର ସୁବିଧା ପାଇଁ କ୍ରୋମା ପକ୍ଷରୁ ମାସିକ ୧୪୯୯ ଟଙ୍କା କିସ୍ତିରେ ୫ ଷ୍ଟାର୍ ଫୁଲି ଅଟୋମେଟିକ୍ ଟପ୍ ଲୋଡ୍ ୱାସିଂ ମେସିନ୍ ପ୍ରଦାନ କରାଯାଉଛି ।
କ୍ରିକେଟ୍ ବିଶ୍ୱକପ୍ ମ୍ୟାଚ୍‌ଗୁଡ଼ିକୁ ଉପଭୋଗ କରିବା ପାଇଁ ଟିଭିକୁ ଅପ୍‌ଗ୍ରେଡ୍ କରିବାର ସୁବିଧା ମଧ୍ୟ ଏହି ଅଫର ପ୍ରଦାନ କରୁଛି । ୪କେ ଏଲ୍‌ଇଡି ଟିିଭି ଦାମ୍ ମାସିକ ୯୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୫୫ରୁ ୭୫ ଇଂଚ୍‌ର ଟିଭି ମାସିକ ୨୯୯୦ ଟଙ୍କା ଇଏମ୍‌ଆଇରେ ଉପଲବ୍ଧ ହେବ । ସ୍ମାର୍ଟ ଟିଭି ଉପରେ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ୍‌ବ୍ୟାକ୍ ମିଳିବ । ପୁରୁଣା ଟିଭି ବଦଳାଇ ଗ୍ରାହକମାନେ ତାହାର ୧୦୦ ଗୁଣା ଏକ୍ସଚେଂଜ୍ ଲାଭ ପାଇପାରିବେ ।
ଇନଭର୍ଟର ରେଫ୍ରିଜରେଟର ଦାମ୍ ୨୨,୯୯୦ ଟଙ୍କାରୁ ଆରମ୍ଭ ହୋଇଛି । ମାସିକ ୧୯୯୯ ଟଙ୍କା କିସ୍ତରେ ୫-ଷ୍ଟାର୍ ଏସି କିଣିହେବ । ପୁରୁଣା ଏସି ବଦଳାଇ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ହାସଲ କରିହେବ । ୫ଜି ଫୋନ୍‌ର ଦାମ୍ ୧୩,୪୯୯ ଟଙ୍କାରୁ ଆରମ୍ଭ ହୋଇଛି । ମାତ୍ର ୪୯ ଟଙ୍କାରେ ବ୍ଲୁ ଟୁଥ୍ କଲିଂ ଘଂଟା କିଣିବାର ସୁଯୋଗ ମିଳିବ । ଆଇଫୋନ୍ ୧୫କୁ ଗ୍ରାହକମାନେ ୨୨୪୬ ଟଙ୍କାର ମାସିକିଆ କିସ୍ତିରେ ୨୪ ମାସିଆ ଇଏମ୍‌ଆଇ ପ୍ଲାନ୍‌ରେ କିଣିପାରିବେ । ସ୍ମାର୍ଟୱାଚ୍‌ର ଦାମ୍ ୧୦୯୯ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ୨୮ ଲିଟର କନଭେନସନ ମାଇକ୍ରୋଧଭେନ୍ ଦାମ୍ ୧୧୯୯ ଟଙ୍କା ଇଏମ୍‌ଆଇରେ ଉପଲବ୍ଧ ହୋଇଛି । ୯୯୯ ଟଙ୍କାରୁ ଆରମ୍ଭ ହେଉଥିବାରୁ ଦାମ୍‌ରେ ସାଉଣ୍ଡ୍ ବାର୍ କିଣିହେବ ।
ମେକ୍‌ମାଇଁଟ୍ରିପ୍ ସହଯୋଗିତା କ୍ରୋମା ପକ୍ଷରୁ କ୍ରୋମା ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡର ଗ୍ରାହକମାନଙ୍କୁ ପ୍ରତି କାରବାର ଉପରେ ୫୦୦୦ ଟଙ୍କା ରିୱାର୍ଡ ଜିତିବାର ସୁଯୋଗ ପ୍ରଦାନ କରାଯାଉଉଛି । ପାଂଚ ଜଣ ଭାଗ୍ୟଶାଳୀ ବିଜେତା ଗୋଆରେ ୨ ଦିନ ୩ ରାତି କଟାଇବାର ସୁଯୋଗ ପାଇପାରିବେ । ଗୋଟିଏ ଦମ୍ପତି ମେଗା ପୁରସ୍କାର ଭାବେ ଗୋଆରେ ୩ ରାତି ୪ ଦିନ ରହଣୀ ପାଇଁ ବିମାନ ଓ ବ୍ରେକ୍‌ଫାଷ୍ଟ୍ ସହ ସୁବିଧା ପାଇପାରିବେ ।

Share

Leave a Reply

Your email address will not be published. Required fields are marked *

17 − 13 =