ରୋମାଂଚକର ଗେମିଂ ଅନୁଭବ ପାଇଁ ସୋନିର ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍ ଉନ୍ମୋଚନ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିିରିଜ୍‌କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ୪କେ ଅଲ୍‌ଟ୍ରା ଏଚ୍‌ଡି ଏଲ୍‌ଇଡି ଡିସ୍‌ପ୍ଲେ ରହିଛି । ଏହି ପରବର୍ତି ପିଢ଼ିର ଟିଭିଗୁଡ଼ିକ ବ୍ୟକ୍ତିଗତ ସୁହାଇବା ଭଳି ଏବଂ ବାସ୍ତବ ଜୀବନ ସଦୃଶ ଟିଭି ଦେଖିବା ଅନୁଭୂତି ପ୍ରଦାନ କରୁଛି । ବ୍ରାଭିଆ ଏକ୍ସ୍‌୭୫ଏଲ୍ ସହିତ ଦର୍ଶକମାନେ ବାସ୍ତବ ମନୋରଂଜନ ଦୁନିଆରେ ପ୍ରବେଶ କରିପାରିବେ ଏବଂ ରୋମାଂଚକ ଗେମ୍‌, ସିନେମା ଆଦିକୁ ସୁନ୍ଦର ରଙ୍ଗ ଏବଂ ଅତୁଳନୀୟ ୪କେ ସ୍ପଷ୍ଟତା ସହିତ ସ୍ପଷ୍ଟ ଓ ପ୍ରାକୃତିକ ସ୍ୱର ସହ ଦେଖିପାରିବେ ।
ନୂଆ ବ୍ରାଭିଆ ଏକ୍ସ୭୫ଏଲ୍ ଟିଭି ସିରିଜ୍‌ରେ ରହିଛି ଏକ୍ସ୧ ୪କେ ପ୍ରୋସେସର ଓ ଲାଇଭ୍ କଲର ଟେକ୍ନୋଲୋଜି ଯାହା ସୁନ୍ଦର ରଙ୍ଗ, କଂଟ୍ରାଷ୍ଟ୍ ଓ ସୂକ୍ଷ୍ମ ବିବରଣୀର ଅନୁଭବ ପ୍ରଦାନ କରିବ । ଏକ୍‌୍ସ-ରିଅଲିଟି ପିଆର୍‌ଓ ଏବଂ ମୋସନ ଫ୍ଲୋ ଏକ୍ସଆର୍ ଅନୁଭବ ସହ ଚମତ୍କାର ୪କେ ଛବି ମାନ ଟିଭି ଦେଖିବା ଅନୁଭବକୁ ଅଧିକ ସ୍ପଷ୍ଟ ଓ ଆରାମଦାୟକ କରିପାରିବ ।
ପଂଚି ବାସ୍‌, ଶକ୍ତିଶାଳୀ ଓ ପ୍ରାକୃତିକ ଶବ୍ଦ ଏବଂ ଡଲ୍‌ବି ଅଡିଓ ତଥା କ୍ଲିୟର୍ ଫେଜ୍ ପ୍ରଯୁକ୍ତି ସହିତ ଏକ ବିଲୀନ ହୋଇଯିବା ଭଳି ଟିଭି ଦେଖିବା ଅନୁଭବକୁ ଏହି ଟିଭି ଜରିଆରେ ହାସଲ କରିହେବ । ଏକ୍ସ୭୫ଏଲ୍ ସିରିଜ୍ ଗୁଗୁଲ୍ ଟିଭିରେ ସ୍ମାର୍ଟ ବ୍ୟବହାରକାରୀ ଅନୁଭୂତି ପ୍ରଦାନ କରୁଛି ଯାହା ଜରିଆରେ ଦର୍ଶକମାନେ ୧୦,୦୦୦ରୁ ଅଧିକ ଆପ୍ ଓ ଗେମ୍‌ସ ସହିତ, ୭୦୦,୦୦୦ରୁ ଅଧିକ ସିନେମା ଓ ଟିଭି ସିରିଜ୍ ଦେଖିପାରିବେ । ଏହା ଆପଲ୍ ଏୟାରପ୍ଲେ ଓ ହୋମ୍ କିଟ୍‌ରେ ମଧ୍ୟ କାର୍ଯ୍ୟ କରିବ ।
ବ୍ରାଭିଆ ଏକ୍ସ୍‌୭୫ଏଲ୍ ଟିଭିରେ ରହିଛି ପିଏସ୍‌୫ ଯାହା ଏହାର ଅଟୋ ଏଚ୍‌ଡିଆର୍ ଟୋନ୍ ମ୍ୟାପିଂ ଓ ଅଟୋ ଜିନିୟର ପିକ୍‌ଚର ମୋଡ୍ ଜରିଆରେ ଆପଣଙ୍କ ମେଗିଂ ଅନୁଭୂତିକୁ ବଦଳାଇପାରିବ । ଅଟୋ ଲୋ ଲାଟେନ୍‌ସି ମୋଡ୍ (ଏଏଲ୍‌ଏଲ୍‌ଏମ୍‌) ସହିତ ଏଚ୍‌ଡିଏମ୍‌ଆଇ ୨.୧ କମ୍ପାଟିବିଲିଟି ଗେମିଂ ପାଇଁ ସହାୟକ ହେବ ।
ସ୍ୱର ଜରିଆରେ ପରିଚାଳିତ ରିମୋଟ୍ ମାଧ୍ୟମରେ ଆପଣମାନେ ଟିଭି ସହିତ ବାର୍ତାଳାପ କରିପାରିବେ ଏବଂ ଟିଭିରେ ନିଜର ଲୋକପ୍ରିୟ ସୋ’ ଓ ସିନେମା ଦେଖିପାରିବେ । ଏକ୍ସଆର୍ ପ୍ରୋଟେକ୍ସନ୍ ପିଆର୍‌ଓ ଥିବାରୁ ଏହା ଅତ୍ୟନ୍ତ ଜଟିଳ ସ୍ଥିତିରେ ମଧ୍ୟ ବହୁତ ଭଲ ଭାବେ କାର୍ଯ୍ୟ କରିବ । ସୁନ୍ଦର ମନୋରଂଜନ ଅନୁଭୂତି ପ୍ରଦାନ କରିବା ଲାଗି ଏଥିରେ ପତଳା ବେଜେଲ୍ ଓ ସ୍ଲିକ୍ ସ୍ମାର୍ଟ ରିମୋଟ୍ ରହିଛି । ୨୦୨୩ ଏପ୍ରିଲ୍ ୨୪ଠାରୁ ଉପଲବ୍ଧ ହେବାକୁ ଥିବା ଏହି ସିରିଜ୍‌ର ଟିଭି ଦାମ୍ ୬୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି । ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଦୋକାନ ଓ ଇ-କମର୍ସ ପୋର୍ଟାଲ୍‌ରୁ ଏହି ଟିଭି କିଣିହେବ ।

Share

Leave a Reply

Your email address will not be published. Required fields are marked *

fifteen + six =