ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଇନ୍‌ଫିନିଟି ସଂଚୟ ଖାତାର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ସବ୍‌ସ୍କ୍ରିପସନ୍ ଭିତିକ ମଡେଲ୍‌କୁ ପସନ୍ଦ କରୁଥିବା ଡିଜିଟାଲ୍‌ପ୍ରେମୀ ଗ୍ରାହକମାନଙ୍କ ପାଇଁ ପ୍ରଥମ ଧରଣର ଇନଫିନିଟି ସଂଚୟ ଖାତାର ଶୁଭାରମ୍ଭ କରାଯାଇଛି । ଏହି ଅଭିନବ ସଂଚୟ ଖାତାରେ ଗ୍ରାହକମାନଙ୍କୁ ଅନେକ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଛି ଯେଉଁଥିରେ ସାମିଲ ରହିଛି ମାସିକ ହାରାହାରି ବାଲାନ୍ସ ଆବଶ୍ୟକତା ଛାଡ଼, ମାଗଣା ଡେବିଟ୍ କାର୍ଡ ଓ ମାସିକ ୧୫୦ ଟଙ୍କା କିମ୍ବା ବାର୍ଷିକ ୧୬୫୦ ଟଙ୍କାର ଫି’ ଦେଇ ସବୁ ପ୍ରକାର ଡୋମେଷ୍ଟିକ୍ ଚାର୍ଜ ଛାଡ଼ ସୁବିଧା ।
ବ୍ୟାଙ୍କ ଅନୁଭୂତିରେ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଏହି ନୂଆ ଭାରିଆଂଟ୍‌ର ଶୁଭାରମ୍ଭ କରାଯାଇଛି । ଭିଡିଓ କେୱାଇସି ପ୍ରକ୍ରିୟାରେ ଡିଜିଟାଲ୍ ମାଧ୍ୟମରେ ଗ୍ରାହକମାନେ ଏହି ଖାତା ଖୋଲିପାରିବେ । ଏଥିରେ ବ୍ୟାଙ୍କ ପକ୍ଷରୁ ଦୁଇ ପ୍ରକାର ସବ୍‌ସ୍କ୍ରିପ୍‌ସନ୍ ଭିତିକ ପ୍ଲାନ୍ ପ୍ରଦାନ କରାଯାଉଛି । ୧୫୦ ଟଙ୍କାର ମାସିକିଆ ଚାର୍ଜ (ଜିଏସ୍‌ଟି ସମେତ)ରେ ସର୍ବନିମ୍ନ ସବ୍‌ସ୍କ୍ରିପ୍‌ସନ୍ ଅବଧି ହେଉଛି ୬ ମାସ । ପ୍ରଥମ ୬ ମାସ ଶେଷ ହେବା ପରେ ୩୦ ଦିନିଆ ଭିତିକରେ ପ୍ଲାନ୍ ଚାଲୁ ରହିବ ଏବଂ ପ୍ରତି ୩୦ ଦିନରେ ଖାତାରୁ ୧୫୦ ଟଙ୍କା କଟିବ । ୧୬୫୦ ଟଙ୍କାର ବାର୍ଷିକ ପ୍ଲାନ (ଜିଏସ୍‌ଟି ସମେତ)ରେ ୩୬୦ ଦିନର ଅସୀମିତ ଲାଭ ମିଳିବ । ଏହି ଅବଧି ଶେଷ ହେବା ପରେ ପ୍ଲାନ୍ ସ୍ୱୟଂକ୍ରିୟ ଭାବେ ନବୀକରଣ ହୋଇଯିବ ।
ସମସ୍ତ ଡୋମେଷ୍ଟିକ୍ ଚାର୍ଜକୁ ଉଚ୍ଛେଦ କରି ଗ୍ରାହକମାନଙ୍କୁ ଚିନ୍ତାମୁକ୍ତ ବ୍ୟାଙ୍କିଙ୍ଗ ଅନୁଭବ ପ୍ରଦାନ କରିବା ଲାଗି ଏହି ଅଭିନବ ବ୍ୟାଙ୍କିଙ୍ଗ ଉତ୍ପାଦର ବିକାଶ କରାଯାଇଛି । ସାରା ଦେଶରେ ଯେକୌଣସିି ଏଟିଏମ୍‌କୁ ଅସୀମିତ ସମୟ ବ୍ୟବହାର କରିବା, ନିଜ ବାଲାନ୍ସକୁ ଯେକୌଣସି ସ୍ତରର ରଖିବା ଏବଂ ଅତିରିକ୍ତ ଶୁଳ୍କ ବିଷୟରେ ଚିନ୍ତା ନକରିବା ଭଳି ସୁବିଧା ପ୍ରଦାନ କରି ଏହି ଉତ୍ପାଦ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍‌ରେ ସ୍ୱଚ୍ଛତାର ପରିଭାଷା ବଦଳାଇଛି । ଏହା ଗ୍ରାହକମାନଙ୍କୁ ପ୍ରକୃତ ସ୍ୱାଧୀନତା ଓ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ଅନୁଭୂତି ପ୍ରଦାନ କରିବ । ଆକ୍ସିସ୍ ବ୍ୟାଙ୍କ ଗ୍ରାବ୍ ଡିଲ୍ ପ୍ଲାଟଫର୍ମରେ ଗ୍ରାହକମାନେ କ୍ୟାସ୍‌ବ୍ୟାକ୍ ପାଇପାରିବେ ଯେଉଁଥିରେ ଆମାଜନ, ଫ୍ଲିପ୍‌କାର୍ଟ ଓ ମିନ୍ତ୍ରା ଭଳି ୩୦ରୁ ଅଧିକ ସହଯୋଗୀ ରହିଛନ୍ତି । ଇ-ଡେବିଟ୍ କାର୍ଡ ବ୍ୟବହାର ଉପରେ ଗ୍ରାହକମାନେ ୍ସ୧% କ୍ୟାସ୍‌ବ୍ୟାକ୍ ଓ ଡେବିଟ୍ କାର୍ଡକୁ ବ୍ୟବହାର କରିବାର ୩୦ ଦିନ ଭିତରେ ୫୦୦ ଟଙ୍କାର ଗ୍ରାବ୍ ଡିଲ୍ ଭାଉଚର, ଇଜି ଡାଇନ୍‌ରେ ୫୦୦ ଟଙ୍କା ଉପରେ ୧୫% ରିହାତି ପାଇପାରିବେ ।
ଏ ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ମୁଖ୍ୟ-ବ୍ରାଂଚ୍ ବ୍ୟାଙ୍କିଙ୍ଗ, ରିଟେଲ୍ ଲାଏବିଲିଟି ଆଣ୍ଡ୍ ପ୍ରଡକ୍ଟସ୍ ରବି ନାରାୟଣନ କହିଛନ୍ତି ଯେ, “ଗ୍ରାହକ ସଂପୃକ୍ତିର ନୂଆ ବିଷୟରେ ଡିଜିଟାଲ୍ ବ୍ୟାଙ୍କିଙ୍ଗରେ ଉନ୍ନତି ଆଣିବା ପାଇଁ ସେମାନଙ୍କ ଜୀବନରେ ଆମେ ନିର୍ବାହ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାର ପରିଭାଷାକୁ ବଦଳାଇବା ପାଇଁ ଆମେ ସର୍ବଦା ନବସୃଜନଭିତିକ ମଡେଲ୍ ଉପରେ କାର୍ଯ୍ୟ କରୁଛୁ । ସବ୍‌ସ୍କ୍ରିପ୍‌ସନ୍‌ଭିତିକ ମଡେଲ୍‌ର ନୀତିକୁ ଗ୍ରହଣ କରି ଆଜିର ଗ୍ରାହକମାନଙ୍କ ଉଦୀୟମାନର ପସନ୍ଦ ଓ ଆଶା ଅନୁସାରେ ସେମାନଙ୍କୁ ରୂପାନ୍ତର ବ୍ୟାଙ୍କିଙ୍ଗ ଅନୁଭବ ପ୍ରଦାନ କରିବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

Share

Leave a Reply

Your email address will not be published. Required fields are marked *

eighteen + 20 =