ଆକ୍ସିସ ବ୍ୟାଙ୍କ ଏବଂ ଏୟାର ଇଣ୍ଡିଆ ମଧ୍ୟରେ କ୍ରେଡିଟ କାର୍ଡପଏଂଟ ରୂପାନ୍ତର ସହଯୋଗିତା

ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ଏବଂ ଭାରତର ଅଗ୍ରଣୀ ଏୟାରଲାଇନ ଏୟାର ଇଣ୍ଡିଆ ମଧ୍ୟରେ ଏକ ସହଯୋଗିତା ସ୍ଥାପନ କରାଯାଇଛି । ଏହା ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡ ଗ୍ରାହକମାନଙ୍କୁ ସେମାନଙ୍କର ଆକ୍ସିସ ଏଜ ରିୱାର୍ଡ ପଏଂଟ ବା ଏଜ୍ ମାଇଲ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ଣ୍ଣ ପଏଂଟକୁ ସ୍ଥାନାନ୍ତର କରିବା ସୁବିଧା ପ୍ରଦାନ କରିଛି ।
ପାଂଚଟି ମହାଦେଶରେ ବ୍ୟାପିଥିବା ଏୟାର ଇଣ୍ଡିଆର ବଢୁଥିବା ରୁଟ ନେଟୱାର୍କରେ କେବିନ ଅପଗ୍ରେଡ କିମ୍ବା ଆୱାର୍ଡ ଫ୍ଲାଇଟ ପାଇଁ ଆକ୍ସିସ ଏଜ ରିୱାର୍ଡ ପଏଂଟ ବା ଏଜ୍ ମାଇଲକୁ ଏୟାର ଇଣ୍ଡିଆ ଫ୍ଲାଇଂ ରିଟର୍ଣ୍ଣ ପଏଂଟରେ ରୂପାନ୍ତରିତ କରାଯାଇପାରିବ । ଗ୍ରାହକମାନେ ଏୟାର ଇଣ୍ଡିଆ ସହିତ ଫ୍ଲାଇଂ ରିଟର୍ଣ୍ଣର ଅନ୍ୟ ୨୫ଟି ପାର୍ଟନର ଏୟାରଲାଇନ୍ସରେ ମଧ୍ୟ ଆୱାର୍ଡ ଫ୍ଲାଇଟ୍ ରିଡିମ କରିପାରିବେ ।
ଆକ୍ସିସ ବ୍ୟାଙ୍କ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ନିମ୍ନଲିଖିତ ରହିଛି, ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ କାର୍ଡ ଟାଇପ୍ ମଧ୍ୟରୁ ବରଗଣ୍ଡି ପ୍ରାଇଭେଟ୍ ଓ ମ୍ୟାଗନସ୍ ଫର ବରଗଣ୍ଡି କ୍ରେଡିଟ କାର୍ଡର ଏଜଡ୍ ରିୱାର୍ଡ ପଏଂଟରୁ ଫ୍ଲାଇଂ ରିଟର୍ଣ୍ଣ ପଏଂଟ ରୂପାନ୍ତରଣ ହାର ୫ ଅନୁପାତ ୪ ରହିିଛିା ମ୍ୟାଗନସ୍ ଓ ରିଜର୍ଭ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୫ ଅନୁପାତ ୨ ରହିଛିା ସେହିପରି ଆଟଲାସ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧ ଅନୁପାତ ୨ ଏବଂ ସିଲେକ୍ଟ, ପ୍ରିଭିଲେଜ ଏଣ୍ଡ ରିୱାର୍ଡସ୍ କ୍ରେଡିଟ କାର୍ଡର ରୂପାନ୍ତରଣ ହାର ୧୦ ଅନୁପାତ ୧ ରହିଥିବାବେଳେ ଅନ୍ୟ ସିକୃତ କାର୍ଡସ୍ ଗୁଡିକର ରୂପାନ୍ତରଣ ହାର ୨୦ ଅନୁପାତ ୧ ରହିଛିା

Share

Leave a Reply

Your email address will not be published. Required fields are marked *

twenty + sixteen =