ଅଲ୍‌ଟିଗ୍ରିନ୍ ପକ୍ଷରୁ ଅଭିନବ ଆର୍ଥିକ ସମାଧାନ ପାଇଁ ଆକ୍ସିସ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଭାରତର ଅଗ୍ରଣୀ କମର୍ସିଆଲ୍ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଅଲ୍‌ଟିଗ୍ରିନ୍ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ସୁହାଇବା ଭଳି ସ୍ୱତନ୍ତ୍ର ଫାଇନାନ୍ସ ସୁବିଧା ପ୍ରଦାନ କରିବା ଲାଗି ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଗାଡ଼ି କିଣା ପ୍ରକ୍ରିୟାକୁ ସଂଗଠିତ ଓ ସରଳ କରିବା ଏବଂ ଇଲେକ୍ଟ୍ରିକ୍ ଯାନ ଆଡ଼କୁ ଅଗ୍ରସର ହୋଇ ସେମାନଙ୍କୁ ସଶସ୍ତ କରାଇବା ଅନୁସାରେ ଏହି ସହଯୋଗିତା ସ୍ଥାପନ କରାଯାଇଛି । ସାରା ଭାରତରେ ଥିବା ଅଲ୍‌ଟିଗ୍ରିନ୍‌ର ଗ୍ରାହକମାନେ ଏବେ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ଆର୍ଥିକ ଉତ୍ପାଦକୁ ହାସଲ କରିପାରିବେ ।

ଏହି ସହଯୋଗିତା ସମ୍ପର୍କରେ ଅଲ୍‌ଟିଗ୍ରିନ୍‌ର ସିଏଫ୍‌ଓ ଶ୍ରୀ ଶଳେନ୍ଦ୍ର ଗୁପ୍ତା କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କର ରିଟେଲ ଫାଇନାନ୍ସ ସୁବିଧାକୁ ଉପସ୍ଥାପନ କରିଥିବାରୁ ଆମେ ବହୁତ ଖୁସି । ଏବେ ଅଲ୍‌ଟିଗ୍ରିନ୍‌ର ଗ୍ରାହକମାନେ ଭାରତର ଅନ୍ୟତମ ବୃହତ ବ୍ୟାଙ୍କର ସୁରକ୍ଷିତ ଆର୍ଥିକ ସମାଧାନ ସେବାକୁ ହାସଲ କରିପାରିବେ । ଆମର ଉଲ୍ଲେଖନୀୟ ବିକ୍ରି ପରବର୍ତୀ ସେବା ଏବଂ ଆକ୍ସିସ୍ ବ୍ୟାଙ୍କର ଫାଇନାନ୍ସ ସେବାକୁ ନେଇ ଆମେ ଆମ ଗ୍ରାହକଙ୍କୁ ଉତ୍କର୍ଷ ପ୍ରଦାନ ଜାରି ରଖିବୁ ।’’

ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ରିଟେଲ୍ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀ ସୁମିତ ବାଲି କହିଛନ୍ତି ଯେ, “ଅଲ୍‌ଟିଗ୍ରିନ୍ ସହିତ ସହଯୋଗିତା ସ୍ଥାପନ କରି ଆମେ ବହୁତ ଖୁସି । ପରିବେଶ ଅନୁକୂଳ ଗମନାଗମନ ସମାଧାନର ପ୍ରସାର କରିବାର ମିଳିତ ଲକ୍ଷ୍ୟ ଆମର ରହିଛି । ଇଲେକ୍ଟ୍ରିକ୍ ଯାନ ପାଇଁ ଫାଇନାନ୍ସ ସୁବିଧା ପ୍ରଦାନ କରିବା ଉପରେ ଆମେ ଗୁରୁତ୍ୱ ଦେଉଥିବା ବେଳେ ଏହି ସହଯୋଗିତା ଜରିଆରେ ଆମେ ଆମର ଇଏସ୍‌ଜି ପ୍ରତିବଦ୍ଧତା ଆଡ଼କୁ ଆଉ କିଛି ପାଦ ଅଗ୍ରସର ହୋଇଛୁ । ଆମେ ଅଲ୍‌ଟିଗ୍ରିନ୍‌ର ଗ୍ରାହକମାନଙ୍କୁ ଉଭୟ ପାଇକାରୀ ଓ ଖୁଚୁରା କ୍ଷେତ୍ରରେ ସୁହାଇବା ଭଳି ଆର୍ଥିକ ସମାଧାନ ପ୍ରଦାନ ଜାରି ରଖିବୁ । ଆମର ଲକ୍ଷ୍ୟ ହେଉଛି ଇଲେକ୍ଟ୍ରିକ୍ ଯାନକୁ ସହଜରେ ଓ ଚିନ୍ତାମୁକ୍ତ ଭାବେ ସମସ୍ତ ଗ୍ରାହକଙ୍କ ନିକଟରେ ପହଂଚାଇବା ।’’

ଏହି ସ୍ୱତନ୍ତ୍ର ସହଯୋଗିତା ଓ ଗୁରୁତ୍ୱପୂର୍ଣ୍ଣ ପାଣ୍ଠି ବ୍ୟବସ୍ଥା ବଜାରରେ ବ୍ୟାପକ ଆଗ୍ରହ ସୃଷ୍ଟି କରିବ ।

Share

Leave a Reply

Your email address will not be published. Required fields are marked *

fifteen + 9 =