Business

ଏୟାର ଇଣ୍ଡିଆରୁ ପୁଂଜି ପ୍ରତ୍ୟାହାରକୁ ଝଟକା

ଭୁବନେଶ୍ବର () କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ଏୟାର ଇଣ୍ଡିଆ ଉଡ଼ାଣ କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରି ପାଇଁ ହୋଇଥିବା ଟେଣ୍ଡର ଆହ୍ବାନରେ କୌଣସି କମ୍ପାନୀ ବା ବ୍ୟକ୍ତିବିଶେଷ ଆଗ୍ରହ ପ୍ରକାଶ କରିନାହାଁନ୍ତି  । ଫଳରେ ବର୍ଷ ଶେଷ ସୁଦ୍ଧା ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ଯୋଜନା ଫସର ଫାଟିଛି । ଏଥିରୁ କେନ୍ଦ୍ର ସରକାର ୨୫ ହଜାର କୋଟି ଟଙ୍କା ଅର୍ଥ ରାଜସ୍ବ ଫେରିପାଇବାକୁ ଆଶା ରଖିଥିଲେ।

ଦେଶର ଏକମାତ୍ର ସରକାରୀ ବେସାମରିକ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆର ଏବେକାର ଋଣ ପରିମାଣ ୩୩ହଜାର ୩୯୨ କୋଟି ଟଙ୍କା ରହିଛି । ଯେଉଁ କମ୍ପାନୀ ଏହାକୁ କିଣିଥାଆନ୍ତା ସେ ଏହି ଋଣଭାରକୁ ନିଜ ମୁଣ୍ଡ ଉପରକୁ ନେବା ପାଇଁ ନିୟମ ରହିଥିଲା । ହେଲେ ଏଥିପ୍ରତି ଅନାଗ୍ରହ ହେବାରୁ ମନ୍ତ୍ରିମଣ୍ଡଳ ଗୋଷ୍ଠି ତଥା ସ୍ବତନ୍ତ୍ର କ୍ଷମତା ଅଧିକାରୀ ଅଫିସରମାନେ ଏନେଇ ପୁଣିଥରେ ଆଲୋଚନା କରିବେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ଟ୍ବିଟର ଯୋଗେ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏବେ ଏହି ବିକ୍ରିୟ ପ୍ରକ୍ରିୟାକୁ ସାମୟିକ ବନ୍ଦ କରାଯାଇଛି । ସରକାର ଘୋଷଣା କରିଥିବା ସର୍ତ୍ତାବଳୀ ପ୍ରତି କେହି ଆଗ୍ରହ ପ୍ରକାଶ କରି ନଥିବାରୁ ଏବେ ଏଥିପାଇଁ ପୁନର୍ବିଚାର ହେବ ବୋଲି ସିଭିଲ୍‍ ଆଭିଏସନ୍‍ ସଚିବ ଆରଏନ୍‍ ଚୌବେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × one =