Friday, October 30, 2026
Latestରାଜ୍ୟ

ରୋଷେୟା ଲୁଟିଲା ୧କିଲୋ ସୁନା

ଶେଷରେ ରୋଷେୟା ମାଲିକଙ୍କ ଘରୁ ୧କିଲୋ ସୁନା ସହ ୧୫ଲକ୍ଷ ଟଙ୍କା ନେଇ ଚଂମ୍ପଟ ମାରିବା ଘଟଣା ବ୍ରହ୍ମପୁର ଠାରୁ ଆରମ୍ଭ କାରି ରାଜସ୍ଥାନ ପର୍ଯ୍ୟନ୍ତ ଭିବିନ୍ନ ମହଲରେ ଚାଂଚଲ୍ୟ ଖେଳାଇ ଦେଇଛି । ବ୍ରହ୍ମପୁର ପୋଲିସ ଘଟଣାର ତଦନ୍ତ କରି ରୋଷେୟା ଶ୍ରବଣ କୁମାରକୁ ରାଜସ୍ଥାନରୁ ଗିରଫ କରିଛି । ତାଠାରୁ ୮ଲକ୍ଷ ୫୦ହଜାର ଟଙ୍କା ଓ ଅଧକିଲୋ ସୁନା ମଧ୍ୟ ଜବତ କରାଯାଇଛି । ବ୍ରହ୍ମପୁରକୁ ଆସାମୀ ଆସିବା ପରେ ତାଠାରୁ ଅବଶିଷ୍ଟ ସୁନା ଓ ଟଙ୍କା ସମ୍ପର୍କରେ ସୂଚନା ମିଳିବ । ରାଜସ୍ଥାନର ଜଣେ ସୁନା ବ୍ୟବସାୟୀ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ପାଟରା ସାହିରେ ରହି ସୁନା ବ୍ୟବସାୟ କରୁଥିଲେ ଏବଂ ରୋସେୟାକୁ ମଧ୍ୟ ରାଜସ୍ଥାନରୁ ସାଙ୍ଗରେ ଆଣି ଏଠାରେ ରହୁଥିଲେ ।

Share

Leave a Reply

Your email address will not be published. Required fields are marked *

20 − 8 =