Friday, October 30, 2026
Latestରାଜ୍ୟ

ସରିଗଲା ଐତିହାସିକ ବାଲିଯାତ୍ରା

ସରିଗଲା ଐତିହାସିକ ବାଲିଯାତ୍ରା । ଗଲା ଦଶ ଦିନ ଧରି ମହାନଦୀର ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗତକାଲି ଶେଷ ହୋଇଛି। ଶେଷ ଦିନ ରବିବାର ପଡ଼ିଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଛି। ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ ମୁହାଁ ହୋଇଥିଲେ। ୪ଟା ବେଳକୁ ଉଭୟ ମହାନଦୀ ଓ କାଠଯୋଡ଼ି ରିଂ-ବନ୍ଧ ଜାମ୍ ହୋଇ ଯାଇଥିଲା। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଥିବା ବେଳେ ଅନ୍ୟପଟେ ମେଳା ପଡ଼ିଆରେ ବେପାରୀ ବି ମାଲାମାଲ ହେଇଛନ୍ତି। ଖାସ୍ କରି ଓରମାସ୍ ଷ୍ଟଲରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଲୋକେ ବର୍ଷକ ପାଇଁ ଘରକରଣା ସାମଗ୍ରୀ କିଣିବା ସହ ଖାନାପିନା, ଦୋଳି ଖେଳରେ ବାଲିଯାତ୍ରାକୁ ମନ ଭରି ଉପଭୋଗ କରିଛନ୍ତି। ଦଶ ଦିନର ବାଲିଯାତ୍ରାରେ ପ୍ରାୟ ୧୦୦କୋଟି ଟଙ୍କାରୁ ଅଧିକ ବେପାର ହୋଇଥିବା ଆକଳନ କରାଯାଉଛି। ତେବେ ପ୍ରତ୍ୟେକ ଥର ବାଲିଯାତ୍ରା ୮ ଦିନ ହେଉଥିବା ସମୟରେ ଚଳିତ ବର୍ଷ ୧୦ ଦିନ ପାଇଁ ବାଲିଯାତ୍ରା ଅନୁଷ୍ଠିତ ହୋଇଥିଲା । ୨ ଦିନ ଅଧିକ ହେଉଥିବାରୁ ଲୋକମାନଙ୍କର ମଧ୍ୟ ପ୍ରବଳ ସମାଗମ ହୋଇଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

1 × 2 =