Thursday, October 29, 2026
କ୍ରୀଡା

କୁମାର ସଙ୍ଗାକାରାଙ୍କ ପରିବାର ସହିତ ଦୁର୍ବ୍ୟବହାର ଅଭିଯୋଗ

ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ରାଜସ୍ଥାନ ରୟାଲ୍ସ ମୁଖ୍ୟ କୋଚ୍ କୁମାର ସଙ୍ଗାକାରାଙ୍କ ପରିବାର ସହିତ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଆୟର୍ଲାଣ୍ଡର ଡବଲିନରେ ବିମାନବନ୍ଦରରେ ରାୟାନଏୟାର (Ryanair)ର ଗେଟ୍ କର୍ମଚାରୀମାନେ ତାଙ୍କ ପରିବାର ସହ ଭେଦ ଭାବପୂର୍ଣ୍ଣ ବ୍ୟବହାର କରିଥିବା ନେଇ ସଙ୍ଗାକାରା କହିଛନ୍ତି । ଏନେଇ ସଙ୍ଗାକାରା ଏକ୍ସରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସଙ୍ଗାକାର ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି ଯେ, ଡବଲିନରେ ରାୟାନଏୟାରର ଗେଟ୍ କର୍ମଚାରୀଙ୍କଠାରୁ ଅନ୍ୟ କେହି ଏଭଳି ଭେଦଭାବପୂର୍ଣ୍ଣ ବ୍ୟବହାରର ସମ୍ମୁଖୀନ ହୋଇଛନ୍ତି କି ? ମୁଁ ଓ ମୋ ପରିବାର ସହ ଏଭଳି ଘଟଣା ଘଟିଥିବା ଜାଣି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । କର୍ମଚାରୀମାନଙ୍କ କଥା କହିବା ଶୈଳୀ ଧମକ ଦେବା ଭଳି ଥିଲା । ଏହା ସହିତ ନିୟମାବଳୀକୁ ଠିକ୍ ଭାବେ ଲାଗୁ କରାଯାଇନଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ, କୌଣସି ଯାତ୍ରୀଙ୍କ ସହ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ । ଡବଲିନରେ ଏହା ତାଙ୍କର ପ୍ରଥମ ଖରାପ ଅନୁଭୂତି । ତେବେ ଏହି ଅଭିଯୋଗ ଉପରେ ରାୟାନଏୟାରର ପ୍ରତିକ୍ରିୟା ବିଷୟରେ ଜଣାପଡିନାହିଁ ।

କୁମାର ସଙ୍ଗାକାରା ନିଜ କ୍ୟାରିୟରରେ ୧୩୪ଟି ଟେଷ୍ଟ, ୪୦୪ଟି ଦିନିକିଆ ଓ ୫୬ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ୧୨,୪୦୦ ରନ୍ ଓ ଦିନିକିଆରେ ୧୪,୨୩୪ ରନ୍ ସଂଗ୍ରହ କରିଛନ୍ତି। ଟେଷ୍ଟରେ ୩୮ଟି ଓ ଦିନିକିଆରେ ୨୫ଟି ଶତକ ତାଙ୍କ ନାମରେ ରହିଛି । ଆଇପିଏଲରେ ସେ ପଞ୍ଜାବ କିଙ୍ଗ୍ସ, ଡେକାନ୍ ଚାର୍ଜର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି । ବର୍ତ୍ତମାନ ସେ ରାଜସ୍ଥାନ ରୟାଲ୍ସର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

five × one =