ତନିଷ୍କ ବାଏ ରିଭା ପକ୍ଷରୁ ଛଅ ପ୍ରକାରର ଭାରତୀୟ ବଧୂଙ୍କ ପାଇଁ ସମ୍ପୂର୍ଣ୍ଣ ବାହାଘର ଗହଣା ସମ୍ଭାର “ୱେଡିଂ ସିଗ୍ନେଚର୍ସ’ର ଶୁଭାରମ୍ଭ
ତନିଷ୍କର ବିବାହ ଅଳଙ୍କାର କେନ୍ଦ୍ରିତ ସବ୍-ବ୍ରାଣ୍ଡ ରିଭାହ ପକ୍ଷରୁ ‘ୱେଡିଂ ସିଗ୍ନେଚର୍ସ’ ନାମରେ ନୂଆ କଲେକ୍ସନ୍ ଲଞ୍ଚ୍ କରାଯାଇଛି। ଏହି କଲେକ୍ସନ୍ରେ ଭାରତର ୬ଟି ପ୍ରମୁଖ ବିବାହ ପରମ୍ପରାକୁ ପ୍ରତିଫଳିତ କରୁଥିବା ସମ୍ପୂର୍ଣ୍ଣ ବ୍ରାଇଡାଲ୍ ଜୁଏଲେରୀ ଟ୍ରୁସୋ ରହିଛି। ଏଥିରେ ତାମିଲ, ତେଲୁଗୁ, ରାଜସ୍ଥାନୀ/ମାରୱାଡ଼ି, ଗୁଜରାଟୀ, ମରାଠୀ ଏବଂ ପାନ୍-ଇଣ୍ଡିଆ/ମେଟ୍ରୋ ଶୈଳୀ ସାମିଲ ହୋଇଛି। ଆଜିର ଆଧୁନିକ ଭାରତୀୟ କନ୍ୟା ନିଜ ସାଂସ୍କୃତିକ ମୂଳ ସହ ଯୋଡ଼ି ରହିଥିବା ସତ୍ତ୍ୱେ ନିଜସ୍ୱ ଅନନ୍ୟ ଶୈଳୀରେ ତାହାକୁ ପାଳନ କରୁଛନ୍ତି—ରିଭାହର ଏହି ଅନ୍ତର୍ଦୃଷ୍ଟିକୁ ଆଧାର କରି ଏହି କଲେକ୍ସନ୍ ପ୍ରସ୍ତୁତ କରାଯାଇଛି।
ବିବାହ ପୂର୍ବରୁ ୮ରୁ ୧୨ ମାସ ମଧ୍ୟରେ ଜଣେ କନ୍ୟା ବିବାହର ସ୍ଥାନ, ଭେନ୍ୟୁ, ବିଭିନ୍ନ ଉତ୍ସବ, ପୋଷାକ, ଫଟୋଗ୍ରାଫି, ସାଜସଜ୍ଜା, ସୌନ୍ଦର୍ଯ୍ୟସଜ୍ଜା ଓ ଅଳଙ୍କାର ଭଳି ବିଭିନ୍ନ ଦିଗରେ ନିଜ ପସନ୍ଦ ଚୟନ କରନ୍ତି। ଏହା ବ୍ରାଇଡାଲ୍ ଜୁଏଲେରୀ ଚୟନର ଧାରାକୁ ମଧ୍ୟ ବଦଳାଇଛି। ଏବେ ଗୋଟିଏ ମାତ୍ର ସେଟ୍ ଉପରେ ନିର୍ଭର ନକରି, ବିବାହର ପ୍ରତ୍ୟେକ ଅବସର ପାଇଁ ଅଲଗା ଅଲଗା ଅଳଙ୍କାର ବାଛିବା ପ୍ରତି ଆଧୁନିକ କନ୍ୟାମାନଙ୍କ ଆଗ୍ରହ ବଢ଼ିଛି। ଏହି ଧାରାକୁ ଦୃଷ୍ଟିରେ ରଖି ‘ୱେଡିଂ ସିଗ୍ନେଚର୍ସ’ରେ ବିବାହର ବିଭିନ୍ନ ଉତ୍ସବ ଓ ଅବସର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ସମ୍ପୂର୍ଣ୍ଣ ଜୁଏଲେରୀ ୱାର୍ଡରୋବ୍ ସାମିଲ କରାଯାଇଛି।
ପ୍ରତ୍ୟେକ କନ୍ୟାର ୁକ୍କୁ ତାଙ୍କ ନିଜସ୍ୱ ସ୍ୱତନ୍ତ୍ର ଗହଣା ଶୈଳୀ ମାଧ୍ୟମରେ ବିକଶିତ କରାଯାଇଛି। ମରାଠୀ ଟ୍ରୁସୋରେ ମଙ୍ଗଳସୂତ୍ର, ତୁଷି ନେକେଲେସ୍ ଏବ ବଜ୍ର ଟିକ ଚୋକର ଭଳି ମୁଖ୍ୟ ଉପାଦାନ ରହିଛି। ରାଜସ୍ଥାନୀ/ମାରୱାଡ଼ି ଟ୍ରୁସୋରେ ବୋର୍ଲା, ତେବତା, ଆଡ୍ ଓ ପାଂଚଲଡା ହାର ରହିଛି ଏବଂ ଗୁଜରାଟୀ ଟ୍ରୁସୋ ଚନ୍ଦନ ହାର, ଦୋଡି, ମୋର ଓ କେରୀ ଭଳି ଉପାଦାନ ରହିଛି। ତାମିଲ ଓ ତେଲୁଗୁ ଟ୍ରୁସୋଗୁଡ଼ିକ ସ୍ୱତନ୍ତ୍ର ଦକ୍ଷିଣ ଭାରତୀୟ ରୂପ ଓ ମନ୍ଦିରପ୍ରେରିତ ଡିଜାଇନ୍ ଶୈଳୀକୁ ପ୍ରଦର୍ଶିତ କରୁଛି। ପାନ୍-ଇଣ୍ଡିଆ/ମେଟ୍ରୋ ଟ୍ରୁସୋ ଏକାଧିକ ସାଂସ୍କୃତିକ ଓ ଶୈଳୀଗତ ପ୍ରଭାବ ଦ୍ୱାରା ପ୍ରଭାବିତ କନ୍ୟାମାନଙ୍କ ପାଇଁ ଏକ ଆଧୁନିକ ଅଭିବ୍ୟକ୍ତି ପ୍ରଦାନ କରୁଛି। ଏହି କଲେକ୍ସନ୍ ମାଧ୍ୟମରେ ରିଭାହ ଏହାର ଅଳଙ୍କାର ପରିସରକୁ ଆହୁରି ବ୍ୟାପକ କରିଛି। ଏଥିରେ କଲୀରା, ମାଥା ପଟ୍ଟି, ଭାଙ୍କି, ସୂର୍ଯ୍ୟ ଓ ଚନ୍ଦ୍ର, ନେଥି ଚୁଟ୍ଟି ଏବଂ ମଟ୍ଟଲ ଭଳି ପାରମ୍ପରିକ ଅଳଙ୍କାର ସହିତ ବିଭିନ୍ନ ଆଞ୍ଚଳିକ ଅଳଙ୍କାର ଶୈଳୀର ସମକାଳୀନ ରୂପକୁ ମଧ୍ୟ ସାମିଲ କରାଯାଇଛି।
ତାନିଷ୍କର ଡିଜାଇନ୍ ଏକ୍ସଲେନ୍ସ ସେଂଟର (ଟିଇସି) ଦ୍ୱାରା ବିକଶିତ ୱେଡିଂ ସିଗ୍ନେଚର୍ସ ଛଅଟି କନ୍ୟା ସମୁଦାୟରେ ଆଂଚଳିକ ବୁଝାମଣା, ଡିଜାଇନ୍ ଦକ୍ଷତା ଓ କାରିଗରୀକୁ ଏକତ୍ରୀତ କରିଛି।
ଏହି ସଂଗ୍ରହଟି “ଗୋଟିଏ ବାହାଘର. ଅନେକ କାହାଣୀ’ ଅଭିଯାନ ମାଧ୍ୟମରେ ଜୀବନ୍ତ ହୋଇଛି ଯାହା ଗନ୍ତବ୍ୟ ସ୍ଥଳ, ଫୋଟୋଗ୍ରାଫି ଓ ଫିଲ୍ମ ମାଧ୍ୟମରେ ଏହି ଚିନ୍ତାଧାରାକୁ ବ୍ୟାପକ ବିବାହ ପରିବେଶକୁ ସମ୍ପ୍ରସାରିତ କରିଛି। ବିଶିଷ୍ଟ ବିବାହ ଫୋଟୋଗ୍ରାଫର ଜୋସେଫ୍ ରାଧିକ ଜୟପୁରର ତାଜ ଜୟ ମହଲ ପ୍ୟାଲେସରେ ମନୋନିତ କନ୍ୟା ଲୁକ୍ଗୁଡ଼ିକୁ କ୍ୟାମେରାରେ କଏଦ କରିଛନ୍ତି। ବିଶିଷ୍ଟ ଫିଲ୍ମ ନିର୍ମାତା ସୁରିଜିତ୍ ସିରକାର ଆଂଚଳିକ ଫିଲ୍ମର ଏକ ଶୃଙ୍ଖଳା ମାଧ୍ୟମରେ ଏହି କାହାଣୀଗୁଡ଼ିକୁ ଜୀବନ୍ତ କରିଛନ୍ତି। ଦକ୍ଷିଣ ଭାରତୀୟ ବଜାର ପାଇଁ ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍ ରିଭାର ଚେହେରା ହୋଇଛନ୍ତି ଯିଏ ଏହି ଅଂଚଳର କନ୍ୟାମାନଙ୍କ ପାଇଁ ଅଭିଯାନକୁ ଜୀବନ୍ତ କରୁଛନ୍ତି। ଏହି ଅଭିଯାନ ଗହଣାକୁ ବିବାହର ପରିବେଶ, ପରମ୍ପରା ଓ କାହାଣୀ କହିବା ମଧ୍ୟରେ ସ୍ଥାନିତ କରୁଛି ଯାହା ଏହି ସଂଗ୍ରହ ଚାରିପାଖରେ ଉତ୍ସବର ଏକ ଜଡ଼ିତ ଅଭିବ୍ୟକ୍ତି ସୃଷ୍ଟି କରୁଛି।
ଏହି ଅବସରରେ ତନିଷ୍କର ଚିଫ୍ ମାର୍କେଟିଂ ଅଫିସର ଶ୍ରୀମତୀ ପେଲକି ସେରିଂ କହିଛନ୍ତି ଯେ,“ରିଭାହରେ ଆମର ବିଶ୍ୱାସ ଯେ, ପ୍ରତ୍ୟେକ କନ୍ୟା ନିଜ ବିବାହକୁ ନିଜସ୍ୱ ଢଙ୍ଗରେ ଗଢ଼ିଥାନ୍ତି। ଆଜିର କନ୍ୟାମାନେ ନିଜ ବିବାହର ପ୍ରତ୍ୟେକ ଦିଗକୁ ଅଧିକ ଚିନ୍ତାଶୀଳ ଭାବେ ଚୟନ କରୁଛନ୍ତି। ବିବାହର ସ୍ଥାନ ଓ ଉତ୍ସବଠାରୁ ଆରମ୍ଭ କରି ଫ୍ୟାଶନ୍, ଫଟୋଗ୍ରାଫି ଓ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ଚୟନ ତାଙ୍କ କଳ୍ପନାର ବିବାହ ଅନୁଭୂତିକୁ ଆକାର ଦେଇଥାଏ। ବ୍ରାଇଡାଲ୍ ଜୁଏଲେରୀ ପ୍ରତି ଆମର ଦୃଷ୍ଟିକୋଣରେ ମଧ୍ୟ ଏହି ପରିବର୍ତ୍ତନକୁ ପ୍ରତିଫଳିତ କରିବାକୁ ଆମେ ଚାହିଁଥିଲୁ।‘ୱେଡିଂ ସିଗ୍ନେଚର୍ସ’ରେ ଭାରତୀୟ ବିବାହର ୬ଟିି ସ୍ୱତନ୍ତ୍ର ବ୍ରାଇଡାଲ୍ ଲୁକ୍କୁ ନେଇ ସମ୍ପୂର୍ଣ୍ଣ ଜୁଏଲେରୀ ୱାର୍ଡରୋବ୍ ପ୍ରସ୍ତୁତ କରାଯାଇଛି। ବିବାହ ଯାତ୍ରାର ବିଭିନ୍ନ ଅବସର ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଅଳଙ୍କାର ଏଥିରେ ସାମିଲ ହୋଇଛି। ‘ୱାନ୍ ୱେଡିଂ ମେନିି ଷ୍ଟୋରିଜ୍।’ ମାଧ୍ୟମରେ ଆମେ ଏହି କଲେକ୍ସନ୍କୁ ଡେଷ୍ଟିନେସନ୍, ଫଟୋଗ୍ରାଫି ଓ ଫିଲ୍ମ ସହ ଯୋଡ଼ିଛୁ, ଯାହାଦ୍ୱାରା କନ୍ୟାକୁ କେନ୍ଦ୍ରରେ ରଖି ବିବାହର ଏକ ସମ୍ପୂର୍ଣ୍ଣ ଓ ସାମଗ୍ରିକ ଅଭିବ୍ୟକ୍ତି ସୃଷ୍ଟି ହୋଇପାରିବ।”
ଋିଭା ବାଏ ତନିଷ୍କର ୱେଡିଂ ସିଗ୍ନେଚର୍ସ ସଂଗ୍ରହ ତନିଷ୍କ ଷ୍ଟୋର ଓ ଅନଲାଇନ୍ରେ ଉପଲବ୍ଧହୋଇଛି।

