Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏଫଏଚଆରଏଆଇ ସହ ସହଯୋଗିତା

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଆତିଥେୟତା ଶିଳ୍ପର ସଂଘ ଭାରତୀୟ ହୋମକଟେଲ ପକ୍ଷରୁ ରେରୋସ୍ତାଁ ସଂଘର ମହାସଂଘ (ଏଫଏଚଆରଏଆଇ) ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରାଯାଇଛି। ଉଭୟ ଅନୁଷ୍ଠାନର ବରିଷ୍ଠ ପ୍ରତିନିଧିଙ୍କ ଉପସ୍ଥିତିରେ ଏହି ବୁଝାମଣା ହୋଇଥିଲା। ଏହା ଜରିଆରେ ସାରା ଦେଶରେ ଏଫଏଚଆରଏଆଇ ଅଧୀନରେ ଥିବା ଆତିଥେୟତା ଶିଳପର ସଂସ୍ଥାଗୁଡ଼ିକ ସହ ଆକ୍ସିସ ବାଙ୍କ ଏହାର ସମ୍ପର୍କ ଓ ସହଯୋଗିତା ସୁଦୃଢ଼ କରିପାରିବ।
ଏହି ବୁଝାମଣା ଅଧୀନରେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ପର୍ଯ୍ୟଟନ ଓ ଆତିଥେୟତା ଶିଳ୍ପର ସ୍ୱତନ୍ତ୍ର ବ୍ୟବସାୟ ଆବଶ୍ୟକତା ପୂରଣ କରୁଥିବା ବ୍ୟାଙ୍କିଂ ଓ କାରବାର ସମାଧାନ ପ୍ରଦାନ କରାଯିବ। ପିଓଏସ ଭଡ଼ାରେ ରିହାତି, ନଗଦ ପରିଚାଳନା ସେବା ଓ ପେମେଂଟ ସମାଧାନ ସେଟଅପ ଫି ଭଳି ସୁବିଧା ଥିବା ସ୍ୱତନ୍ତ୍ର ଚଳନ୍ତୀ ଖାତା ପ୍ରଦାନ କରାଯିବ। ଏଥି ବ୍ୟତୀତ ଏଫଏଚଆରଏଆଇ ସଦସ୍ୟମାନେ ସେମାନଙ୍କ ଯୋଗ୍ୟତା ଓ ବ୍ୟବସାୟ ଆବଶ୍ୟକତା ଅନୁସାରେ ଆର୍ôଥକ ସୁବିଧା ପାଇପାରିବେ।
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ ବ୍ୟାଙ୍କର କମର୍ସିଆଲ ବ୍ୟାଙ୍କିଂ ଗ୍ରୁପର ସଭାପତି ଓ ମୁଖ୍ୟ ବିଜୟ ସେଟ୍ଟି କହିଛନ୍ତି ଯେ, “ଆୟ ସ୍ତରରେ ବୃଦ୍ଧି, ଘରୋଇ ଗମନାଗମନ, ସରକାରଙ୍କ ଗୁରୁତ୍ୱ ଓ ଭିତିଭୂମିରେ ଉନ୍ନତି ପାଇଁ ଆତିଥେୟତା କ୍ଷେତ୍ରରେ ଚାହିଦା ବଜାୟ ରହିଛି। ଆକ୍ସିସ ବ୍ୟାଙ୍କରେ ଆମେ ଏକ ଅଧିକ ପରିସଂସ୍ଥାନ ଆଧାରିତ ଆଭିମୁଖ୍ୟ ଜରିଆରେ ଏହି କ୍ଷେତ୍ର ଉପରେ ଗୁରୁତ୍ୱକୁ ଗଭୀର କରିଛୁ। ଏଫଏଚଆରଏଆଇ ସହିତ ଆମର ସହଯୋଗିତା ଶିଳ୍ପ ସହିତ ଅଧିକ ଯୋଡ଼ି ହେବା ଏବଂ ଉପଯୋଗୀ ଓ କ୍ଷେତ୍ର ପାଇଁଆବଶ୍ୟକ ଆର୍ôଥକ ସମାଧାନ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଉଭୟ ପକ୍ଷ ପାଇଁଲାଭଦାୟକ ବିଷୟରେ ଭବିଷ୍ୟତରେ ଏଫଏଚଆରଏଆଇ ଜରିଆରେ ସମ୍ପର୍କକୁ ଅଧିକ ମଜଭୁତ କରିବାର ସୁଯୋଗକୁ ମଧ୍ୟ ଉଭୟ ଆକ୍ସିସ ବ୍ୟାଙ୍କ ଓ ଏଫଏଚଆରଏଆଇ ଅନୁସନ୍ଧାନ କରିବେ।”
ଆକ୍ସିସ ବ୍ୟାଙ୍କର ନର୍ଥ ୩ ଉପସଭାପତି ଓ ଆଂଚଳିକ ଶାଖା ବ୍ୟାକିଂ ମୁଖ୍ୟ ଶ୍ରୀ ଶ୍ରୀକେଶ ପି କହିଛନ୍ତି ଯେ, “ଆଥିଥେୟତା ପରିସଂସ୍ଥାନରେ ବିଶେଷ କରି ଉତରପ୍ରଦେଶ ହୋଟେଲ, ବାଙ୍କେଟ ଅପରେଟର, କ୍ୟାଟରର ଓ ଆନୁଷଂଗିକ କ୍ଷେତ୍ରରେ ବ୍ୟାପକ ସୁଯୋଗ ପ୍ରଦାନ କରୁଛି। ଏଫଏଚଆରଏଆଇ ସହିତ ଏହି ସହଯୋଗିତା ଜରିଆରେ ବ୍ୟବସାୟ ସହିତ ସମ୍ପର୍କୁ ମଜଭୁତ କରିବାର ଏକ ସୁଯୋଗ ଆମେ ଦେଖୁଛୁ ଏବଂ ଏହି କ୍ଷେତ୍ର ସହିତ ନିରନ୍ତର ଯୋଗାଯୋଗରେ ରହି ଗଭୀର ସମ୍ପର୍କ ଗଢ଼ିବାକୁ ଚାହୁଛୁ।”
ଏଫଏଚଆରଏଆଇର ସଭାପତି ଶ୍ରୀ ସୁରେନ୍ଦ୍ର ଜୟସ୍ୱାଲ କହିଛନ୍ତି ଯେ, “ବ୍ୟାଙ୍କିଂ ଓ ଆତିଥେୟତା କ୍ଷେତ୍ର ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆକ୍ସିସ ବ୍ୟାଙ୍କ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ ଆନନ୍ଦିତ। ଶିଳ୍ପରେ ଉନ୍ନତି ଜାରି ରହିଥଇବା ବେଳେ ଉପଯୋଗୀ ଓ କ୍ଷେତ୍ର ଭିତିକ ଆର୍ôଥକ ସମାଧାନ ପାଇବା ଆମ ସଦସ୍ୟମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇରହିଛି। ଏହି ସହଯୋଗିତା ସାରା ଦେଶରେ ଆତିଥେୟତା ବ୍ୟବସାୟ ପାଇଁ ଅଧିକ ସଚେତନତା, ହାସଲ ଓ ଯୋଗାଯୋଗ ସୁଯୋଗ ପ୍ରଦାନ କରିବା ଆଶା କରାଯାଉଛି।”
ଏହି ସହଯୋଗିତାର ଅଂଶସ୍ୱରୂପ ଲକ୍ଷ୍ନୌରେ ଅନୁଷ୍ଠିତ ହେବାକୁ ଥିବା ଏଫଏଚଆରଏଆଇର ୱେଡିଂ ଆଣ୍ଡ ମାଇସ ଟୁରିଜିମ କନକ୍ଲେଭରେ ଆକ୍ସିସ ବ୍ୟାଙ୍କ ଅଂଶଗ୍ରହଣ କରି ଏହାର କ୍ଷେତ୍ର ଅଧାରିତ ସମାଧାନଗୁଡ଼ିକୁ ପ୍ରଦର୍ଶନ କରିବ।

Share

Leave a Reply

Your email address will not be published. Required fields are marked *

5 × five =