Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ସ୍ପର୍ଶ ସପ୍ତାହ ୨୦୨୬ର ଶୁଭାରମ୍ଭ, ବିଷୟବସ୍ତୁ ‘ଆକ୍ଟ ୱିଥ ସ୍ପିଡ’

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏହାର ପ୍ରମୁଖ ଗ୍ରାହକ ଅଭିଯାନ ‘ସ୍ପର୍ଶ ସପ୍ତାହ ୨୦୨୬’ ଘୋଷଣା କରାଯାଇଛି ଯାହା ଗ୍ରାହକ, କର୍ମଚାରୀ ଏବଂ ଦେଶର ଲିଡରମାନଙ୍କୁ ଏକତ୍ରୀତ କର ସମ୍ପର୍କକୁ ସୁଦୃଢ଼ କରିବା ସହିତ ଗ୍ରାହକଙ୍କ ସହ ବୁଝାମଣାକୁ ବଢ଼ାଇବ।
ଚଳିତ ବର୍ଷ ସେପ୍ଟମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଅଭିଯାନର ବିଷୟବସ୍ତୁ ରହିଛି ‘ଆକ୍ଟ ୱିଥ୍ ସ୍ପିଡ୍‌’ ଯାହା ଗ୍ରାହକଙ୍କ କଥା ଶୁଣିବା ଓ ସେମାନଙ୍କ ସୂଚନାକୁ ଦ୍ରୁତ ପଦକ୍ଷେପ ଓ ଉନ୍ନତ ଅନୁଭୂତିରେ ପରିଣତ କରିବାକୁ ବ୍ୟାଙ୍କର ପ୍ରତିବଦ୍ଧତାକୁ ତାହା ସୁଦୃଢ଼ କରୁଛି। ଚଳିତ ବର୍ଷ ଏହି ଅଭିଯାନର ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଉଛି ଯାହା ହେଉଛି ବ୍ୟାଙ୍କର ସର୍ବବୃହତ ଗ୍ରାହକ ସମ୍ପର୍କ ଓ କର୍ମଚାରୀ ସଂଗ୍ରହ ପ୍ଲାଟଫର୍ମ। ଆଗାମୀ ପାଂଚ ବର୍ଷରେ ଆକ୍ସିସ ବ୍ୟାଙ୍କ ନେଟୱର୍କ ଏହାର ବିଭିନ୍ନ ଟଚପଏଂଟ, କ୍ଷେତ୍ର, ଭୌଗୋଳିକ ଅଂଚଳ ଓ ଜୀବନ ସ୍ତରରେ ୨.୫ ଲକ୍ଷରୁ ଅଧିକ ଗ୍ରାହକଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛି।
ଚଳିତ ବର୍ଷ କାର୍ଯ୍ରକ୍ରମର ଏକ ମୁଖ୍ୟ ବିଶେଷତ୍ୱ ହେଉଛି କାଶ୍ମୀରରୁ କନ୍ୟାକୁମାରୀ ଓ କଛରୁ କୋହିମା ପର୍ଯ୍ୟନ୍ତ ସ୍ଥାନରୁ ୯୦ ଲିଡର ବ୍ୟାଙ୍କର ଶାଖା, ଏମଡବ୍ଲ୍ୟୁବିସି, ଋଣ କେନ୍ଦ୍ର, ଆକ୍ସିସ ଫୋନ ସ୍ଥଳ ଓ କାର୍ଯ୍ୟାଳୟଗୁଡ଼ିକରେ ଗ୍ରାହକ ଓ ସହଯୋଗୀମାନଙ୍କ ସହିତ ଭାବ ବିନିମୟ କରିବେ।
ଏ ସଂକ୍ରାନ୍ତରେ ଆକ୍ସିସ ବ୍ୟାଙ୍କର ଏମଡି ଓ ସିଇଓ ଅମିତାଭ ଚୌଧୁରୀ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କରେ ‘ସ୍ପର୍ଶ’ କେବଳ ଏକ ଗ୍ରାହକ ଯୋଗାଯୋଗ କାର୍ଯ୍ୟକ୍ରମ ନୁହେଁ। ଏହା ସମଗ୍ର ସଂସ୍ଥାରେ ଗ୍ରାହକ କେନ୍ଦ୍ରିକତାକୁ ସଂସ୍ଥାଗତ ରୂପ ଦେବାର ଏକ ମାଧ୍ୟମ। ବିଗତ ବର୍ଷଗୁଡ଼ିକରେ ସ୍ପର୍ଶ ଗ୍ରାହକଙ୍କ ମତାମତ ଓ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏକ ସେତୁ ସାଜିଛି ଯାହା ନିଶ୍ଚିତ କରୁଛି ଯେ, ଗ୍ରାହକଙ୍କ ପ୍ରତିକ୍ରିୟା ଆମର କାର୍ଯ୍ୟଶୈଳୀ, କର୍ମଚାରୀଙ୍କ ସଶକ୍ତିକରଣ ଓ ସେବାରେ ସୁଧାର ଆଣିବାରେ ସାହାଯ୍ୟ କରୁଛି। ଏହି ବର୍ଷର ବିଷୟବସ୍ତୁ ‘ଦ୍ରୁତତାର ସହ କାର୍ଯ୍ୟ କରନ୍ତୁ’ ଆମର ଏହି ବିଶ୍ୱାସକୁ ଦର୍ଶାଉଛି ଯେ ଗ୍ରାହକଙ୍କ କଥା ଶୁଣିବା କେବଳ ସେତିକିବେଳେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଯେତେବେଳେ ଏହା କାର୍ଯ୍ୟରେ ପରିଣତ ହୁଏ। ଏହି ସପ୍ତାହ ସାରା ଆମର ଟିମ୍ ସାରା ଦେଶରେ ଗ୍ରାହକମାନଙ୍କ ସହ ଯୋଡ଼ିହେବେ ଯାହାର ସରଳ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଗ୍ରାହକ ଯେପରି ଅନୁଭବ କରିବେ ଯେ ସେମାନଙ୍କ କଥା ଶୁଣାଯାଉଛି, ପ୍ରତ୍ୟେକ କର୍ମଚାରୀ ସଶକ୍ତ ଅନୁଭବ କରିବେ ଓ ପ୍ରତ୍ୟେକ ମତାମତ ଆମକୁ ଗ୍ରାହକଙ୍କୁ ଆହୁରି ଭଲ ଭାବରେ ସେବା ଯୋଗାଇବାରେ ସାହାଯ୍ୟ କରିବ।”
ଆକ୍ସିସ ବ୍ୟାଙ୍କ ପକ୍ଷରୁ ସ୍ପର୍ଶ ୱିକ ୨୦୨୬ରେ ଯୋଗ୍ୟ ଗ୍ରାହକମାନଙ୍କ ପାଇଁ ଅଟୋ ଓ ଦୁଇଚକିଆ ଫାଇନାନ୍ସିଂ ଯାତ୍ରା ଆରମ୍ଭ କରାଯିବ। ଏହି ସମ୍ପୂର୍ଣ୍ଣ ଡିଜିଟାଲ ଓ କାଗଜବିହୀନ ପ୍ରକ୍ରିୟାରେ ମାତ୍ର ୩୦ ମିନିଟରେ ଋଣ ମଂଜୁର କରାଯିବ। ବ୍ୟାଙ୍କରେ ଥିବା ଗ୍ରାହକ ଓ ନୂଆ ଗ୍ରାହକମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଗ୍ରାହକଙ୍କ ମତାମତ କିଭଳି ଅର୍ଥପୂର୍ଣ୍ଣ ନବସୃଜନକୁ ଆଗକୁ ବଢ଼ାଇବା, ସେବା ପହଂଚାଇବାକୁ ତ୍ୱରାନ୍ୱିତ କରିବା ଏବଂ ନିରବଚ୍ଛିନ୍ନ ଫାଇନାନ୍ସ ଅନୁଭୂତି ପ୍ରଦାନ କରିବାରେ ସହାୟକ ହୋଇଥାଏ ତାହା ଜଣାଉଛି।
ସ୍ପର୍ଶ ସପ୍ତାହ ୨୦୨୬ରେ ବରିଷ୍ଠ ନାଗରିକ ଓପନ ଡେଜ, ଏନଆରଆଇ ଯୋଗାଯୋଗ ଫୋରମ, ମହିଳା ଉଦ୍ୟୋଗୀ କନେକ୍ଟସ, ୱେଲଥ ଅନପ୍ଲଗଡ ବାର୍ତ୍ତାଳାପ, ଏମଏସଏମଇ ରାଉଣ୍ଡଟେବୁଲ, ଆପନା ଗାଓଁ ଆପନା ଦେଶ, ଟ୍ରାକ୍ଟର ‌ଋଣ କାର୍ନିଭାଲ, କର୍ପୋରେଟ ଓ ହୋଲସେଲ ବ୍ୟାଙ୍କିଂ ପାଇଁ ଢ଼ାଂଚାଗତ ଶୁଣିବା ଅଧିବେଶନ ଓ କୃତଜ୍ଞତା କାର୍ଯ୍ୟକ୍ରମ, ଥାଙ୍କଟନ, ଗ୍ରାହକ ପ୍ୟାନେଲ ଓ କୃତଜ୍ଞତା ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

Share

Leave a Reply

Your email address will not be published. Required fields are marked *

four × two =