Business

ମହିନ୍ଦ୍ରା ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌: ଭାରତରେ ଲାଭଦାୟକ ପରିବହନର ନୂତନ ପରିଚୟ

  • “ପ୍ରଫିଟ୍ କା ରକେଟ୍‌’: ଭାରତର ପ୍ରଥମ ଭାରି ବ୍ୟବସାୟିକ ଯାନ ଯାହା ଆୟ ବୃଦ୍ଧି କରେ, ଉତ୍ପାଦନଶୀଳତା ବଢ଼ାଏ, ପରିଚାଳନା ଖର୍ଚ୍ଚ କମାଏ ଏବଂ ବୁଦ୍ଧିମତ୍ତାର ସହ ଅଧିକ ନିୟନ୍ତ୍ରଣ ପ୍ରଦାନ କରେ।
  • ନୂଆ ବେଞ୍ଚମାର୍କ: ଶିଳ୍ପରେ ପ୍ରଥମ ୪୮ ଘଣ୍ଟାର ଅପଟାଇମ୍ ଗ୍ୟାରେଣ୍ଟି ଏବଂ ୫ ବର୍ଷ ମଧ୍ୟରେ ଟ୍ରକ୍ ପିଛା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭ ପ୍ରଦାନ କରିବାର କ୍ଷମତା।
  • ବୁଦ୍ଧିମତ୍ତା ଉପଯୋଗୀ ଟ୍ରକ୍‌: ପେଟେଣ୍ଟେଡ୍ ଏଆଇ-ଚାଳିତ “ଆଇ-ଫ୍ୟୁଏଲ୍‌-ସ୍ମାର୍ଟ ଅଟୋ ଡ୍ରାଇଭ୍‌’ ମୋଡ୍‌, ଯାହା କ୍ରମାଗତ ଭାବରେ ସର୍ବାଧିକ ତେଲ ସଞ୍ଚୟ ପ୍ରଦାନ କରେ।
  • ଶକ୍ତିଶାଳୀ ଇଞ୍ଜିନ୍‌: ସମଗ୍ର ସିରିଜ୍ ମହିନ୍ଦ୍ରାର ପରବର୍ତ୍ତୀ ପିଢ଼ିର ୩୬୦ ଏଚପି ଏମପାୱାର ଇଞ୍ଜିନ୍ ଦ୍ୱାରା ଚାଳିତ, ଯାହା ସର୍ବୋତ୍ତମ ମାଇଲେଜ୍ ଏବଂ କାର୍ଯ୍ୟଦକ୍ଷତା ପାଇଁ ନିର୍ମିତ।
  • ଉନ୍ନତ ଟେଲିମାଟିକ୍ସ: ଆଇ-ମ୍ୟାକ୍ସ ୨.୦ ଆଡଭାନ୍ସଡ୍ ଫ୍ଲିଟ୍ ଟେଲିମାଟିକ୍ସ ସହିତ ଉପଲବ୍ଧ, ଯେଉଁଥିରେ ରିମୋଟ୍ ଇଗ୍ନିସନ୍ ଇନହିବିଟ୍ (ଇଞ୍ଜିନ୍ ଲକ୍‌) ଏବଂ ଏସି ବ୍ୟବହାର ନିୟନ୍ତ୍ରଣ ଭଳି ସୁବିଧା ରହିଛି।

ଭୁବନେଶ୍ୱର/ କେନ୍ଦୁଝର: ମହିନ୍ଦ୍ରା ଗ୍ରୁପର ଅଂଶବିଶେଷ ମହିନ୍ଦ୍ରା ଟ୍ରକ୍ ଆଣ୍ଡ୍ ବସ୍ ଆଜି ସମ୍ପୂର୍ଣ୍ଣ ନୂତନ “ବ୍ଲେଜୋ ଆଇ-ଟିଆରକେ ଟ୍ରକ୍‌’ ଲଞ୍ଚ କରିଛି। ଏହା ଏକ ନୂତନ ପିଢ଼ିର ହେଭି କମର୍ସିଆଲ୍ ଟ୍ରକ୍‌, ଯାହା ପରିବହନକାରୀ ଏବଂ ଫ୍ଲିଟ୍ ମାଲିକମାନଙ୍କ ପାଇଁ ଏକମାତ୍ର ପ୍ରତିଶ୍ରୁତି “ପ୍ରଫିଟ୍ କା ରକେଟ୍‌’ ଆଧାରରେ ନିର୍ମିତ। କେବଳ ଗୋଟିଏ ଟ୍ରକ୍ ବଦଳରେ ଏକ ସମ୍ପୂର୍ଣ୍ଣ ବ୍ୟବସାୟିକ ସମାଧାନ ଭାବରେ ନିର୍ମିତ ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ସର୍ବୋତ୍ତମ ମାଇଲେଜ୍‌, ଉଚ୍ଚ କାର୍ଯ୍ୟଦକ୍ଷତା, ବୁଦ୍ଧିମାନ କନେକ୍ଟେଡ୍ ଟେକ୍ନୋଲୋଜି ଏବଂ ଅପଟାଇମ୍ ଗ୍ୟାରେଣ୍ଟିକୁ ନେଇ ସଂଗଠିତ। ଏହା ଗ୍ରାହକଙ୍କୁ ଆୟ ବୃଦ୍ଧି, ଉତ୍ପାଦନଶୀଳତା ବୃଦ୍ଧି, ପରିଚାଳନା ଖର୍ଚ୍ଚ ହ୍ରାସ ଏବଂ ସେମାନଙ୍କ ଫ୍ଲିଟ୍ ଉପରେ ଅଧିକ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ।
ଏହି ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ତିନୋଟି ଶକ୍ତିଶାଳୀ ଗ୍ରାହକ ପ୍ରତିଶ୍ରୁତି ଉପରେ ଆଧାରିତ:
ଅର୍ଣ୍ଣ ମୋର (ଅଧିକ ରୋଜଗାର): ୧୦% ପର୍ଯ୍ୟନ୍ତ ଅଧିକ ମାଇଲେଜ୍ ପ୍ରଦାନ କରୁଥିବା ବ୍ଲେଜୋ ଆଇ-ଟ୍ରକରେ ଏଆଇ-ଚାଳିତ ଆଇ-ଫ୍ୟୁଏଲ୍‌-ସ୍ମାର୍ଟ ଅଟୋ ଡ୍ରାଇଭ୍ ମୋଡ୍‌, ଟର୍ବୋମ୍ୟାକ୍ସ ଟର୍ବୋଚାର୍ଜର, ଅପ୍ଟିଫ୍ୟୁଏଲ୍ ଏୟାର କମ୍ପ୍ରେସର ଏବଂ ଅନ୍ୟାନ୍ୟ ହାର୍ଡୱେର୍ ଓ ସଫ୍ଟୱେର୍ ଇନୋଭେସନ୍ ଅନ୍ତର୍ଭୁକ୍ତ। ଏହି ସଞ୍ଚୟ ୫ ବର୍ଷରେ ଟ୍ରକ୍ ପିଛା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଲାଭରେ ପରିଣତ ହୋଇପାରିବ।
ରନ୍ ମୋର (ଅଧିକ ପରିବହନ): ସମଗ୍ର ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ସିରିଜ୍‌‌ରେ ମହିନ୍ଦ୍ରାର ବିଶ୍ୱସ୍ତ ୩୬୦ ଏଚପି ଏମପାୱାର ଇଞ୍ଜିନ୍ ରହିଛି, ଯାହା ଦୃଢ଼ କାର୍ଯ୍ୟଦକ୍ଷତା, ଉଚ୍ଚ ନିର୍ଭରଯୋଗ୍ୟତା ଏବଂ ଅଧିକ ଉତ୍ପାଦନଶୀଳତା ଦିଏ। କମ୍ଫିମ୍ୟାକ୍ସ ସସପେନ୍ସନ୍ ସିଟ୍‌, ଇଜି-କ୍ରୁଜ୍ କ୍ରୁଜ୍ କଣ୍ଟ୍ରୋଲ୍‌, ମାଇକ୍ ସହିତ ବ୍ଲୁଟୁଥ୍ ମ୍ୟୁଜିକ୍ ସିଷ୍ଟମ୍ ଏବଂ ପ୍ରଶସ୍ତ ଏସି କ୍ୟାବିନ୍ ଦ୍ୱାରା ଚାଳକଙ୍କ ଆରାମ ବୃଦ୍ଧି ପାଏ। ଗାଡ଼ିର ଉପଲବ୍ଧତା ବୃଦ୍ଧି ଏବଂ ଖର୍ଚ୍ଚ ହ୍ରାସ ପାଇଁ ମହିନ୍ଦ୍ରାର ୪୮ ଘଣ୍ଟାର ଅପଟାଇମ୍ ଗ୍ୟାରେଣ୍ଟି ରହିଛି; ଗାଡ଼ି ୪୮ ଘଣ୍ଟା ମଧ୍ୟରେ ରାସ୍ତାକୁ ନଫେରିଲେ ଗ୍ରାହକ ଦୈନିକ ୧୦,୦୦୦ ଟଙ୍କା ଅନକମ୍ପା ରାଶି ପାଇବେ। ଜାତୀୟ ରାଜପଥରେ ୭୫ କିମି ଏବଂ ରାଜ୍ୟ ରାଜପଥରେ ୫୦ କି.ମି. ମଧ୍ୟରେ ମହିନ୍ଦ୍ରା କ୍ୱିକ୍ ସର୍ଭିସ୍ ପଏଣ୍ଟ (ଏମକ୍ୟୁଏସପି) ଉପଲବ୍ଧ। ଏହାସହ ୨୫୦ଟି ଜରୁରୀ ପାର୍ଟସ୍ ୨୪ ଘଣ୍ଟା ମଧ୍ୟରେ ନମିଳିଲେ ତାହା ମାଗଣାରେ ଯୋଗାଇ ଦିଆଯିବ।
କଣ୍ଟ୍ରୋଲ୍ ମୋର (ଅଧିକ ନିୟନ୍ତ୍ରଣ): ବ୍ଲେଜୋ ଆଇ-ଟ୍ରକରେ ଆଇ-ମ୍ୟାକ୍ସ ୨.୦ କନେକ୍ଟେଡ୍ ଭେହିକିଲ୍ ପ୍ଲାଟଫର୍ମ ରହିଛି। ଏହା ରିଅଲ-ଟାଇମ୍ ଗାଡ଼ି ସୂଚନା, ପ୍ରିଡିକ୍ଟିଭ୍ ଡାଇଗ୍ନୋଷ୍ଟିକ୍ସ, ଡ୍ରାଇଭର ବ୍ୟବହାର ଅନୁଧ୍ୟାନ ଏବଂ ସର୍ଭିସ୍ ମ୍ୟାନେଜମେଣ୍ଟ ପ୍ରଦାନ କରେ। ଗ୍ରାହକଙ୍କ ପାଇଁ ଦୀର୍ଘକାଳୀନ ଏମକେୟାର୍ ଏଏମସି ଏବଂ ଏକ୍ସଟେଣ୍ଡେଡ୍ ୱାରେଣ୍ଟି ଯୋଜନା ଉପଲବ୍ଧ। ନୂତନ ନାଓ ୨୪ଙ୍ଘ୭ ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାହକ ସର୍ଭିସ୍ ଅନୁରୋଧ, ବ୍ରେକଡାଉନ୍ ଭ୍ୟାନ୍ ଲାଇଭ୍ ଲୋକେସନ୍‌, ସ୍ପେୟାର ପାର୍ଟସ୍ ଅର୍ଡର ଏବଂ ସେବା ଇତିହାସ ନିଜ ମୋବାଇଲରୁ ନିୟନ୍ତ୍ରଣ କରିପାରିବେ।
ଇଣ୍ଟେଲିକୋର୍ ଡିଜାଇନ୍ : ବ୍ଲେଜୋ ଆଇ-ଟ୍ରକର ଡିଜାଇନ୍ ମହିନ୍ଦ୍ରାର “ଇଣ୍ଟେଲିକୋ’ର୍ ଡିଜାଇନ୍ ର ପ୍ରଥମ ଉତ୍ପାଦ। ଏହାର ଓସାରିଆ ଗ୍ରିଲ୍ ଏବଂ ହାଇ-ପରଫରମାନ୍ସ ହେଡଲ୍ୟାମ୍ପ ଗାଡ଼ିକୁ ମଜବୁତ୍ ଲୁକ୍ ଦିଏ। କ୍ୟାବିନ୍‌‌ଟି ଚାଳକଙ୍କ ପାଇଁ ଏକ ସୁବିଧାଜନକ ଅଫିସ୍ ଭାବରେ ନିର୍ମିତ। ଏହି ସିରିଜ୍ ସ୍କାଇଲାଇନ୍ ବ୍ଲୁ ରଙ୍ଗ ସହିତ ମୋଟ ୩ଟି ରଙ୍ଗରେ ଉପଲବ୍ଧ ହେବ।
ଲଞ୍ଚ ଅବସରରେ ମହିନ୍ଦ୍ରା ଗ୍ରୁପର ପ୍ରେସିଡେଣ୍ଟ (ଟ୍ରକ୍ସ ଏଣ୍ଡ ବସେସ୍‌) ଶ୍ରୀ ବିନୋଦ ସାହାଏ କହିଛନ୍ତି ଯେ, “ଭାରତର ମାଲ ପରିବହନ କ୍ଷେତ୍ର ନୂତନ ଯୁଗରେ ପ୍ରବେଶ କରୁଛି, ଯେଉଁଠାରେ ପ୍ରଯୁକ୍ତି ଓ ଦକ୍ଷତା ହିଁ ପ୍ରତିଯୋଗିତା ନିର୍ଦ୍ଧାରଣ କରିବ। ବ୍ଲେଜୋ ଆଇ-ଟିଆରକେ ଟ୍ରକ୍ ପ୍ରକୃତରେ “ପ୍ରଫିଟ୍ କା ରକେଟ୍‌’ ଯାହା ୫ ବର୍ଷରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଧିକ ଲାଭ ଦେବ।”
ବୈଷୟିକ ବିବରଣୀ:
ଚା ୩୬୦ ଏଚପି ଏମପାୱାର ଇଞ୍ଜିନ୍‌: ୭.୨ ଲିଟର ଇଞ୍ଜିନ୍ ୧୧୦୦ ରୁ ୧୭୦୦ ଆରପିଏମ୍ ମଧ୍ୟରେ ୧୧୦୦ ଏନଏମ ଟର୍କ ପ୍ରଦାନ କରେ, ଯାହା ଗିୟର ବଦଳାଇବା କମାଏ ଏବଂ ମାଇଲେଜ୍ ବଢ଼ାଏ।
ଚା ଟର୍ବୋମ୍ୟାକ୍ସ: ଇଞ୍ଜିନରେ ବାୟୁ ପ୍ରବାହ ବଢ଼ାଇ କମ୍ ଆରପିଏମ୍‌‌ରେ ଅଧିକ ଟର୍କ ଏବଂ ଉତ୍ତମ ମାଇଲେଜ୍ ପ୍ରଦାନ କରେ।
ଚା ଅପ୍ଟିଫ୍ୟୁଏଲ୍‌: ଆବଶ୍ୟକତା ନଥିବା ସମୟରେ ଏୟାର କମ୍ପ୍ରେସରକୁ ଅଟୋମେଟିକ୍ ବନ୍ଦ କରି ଇଞ୍ଜିନ୍ ଶକ୍ତି ବଞ୍ଚାଏ।
ଚା ଏଆଇ-ଚାଳିତ ଆଇ-ଫ୍ୟୁଏଲ୍‌-ସ୍ମାର୍ଟ: ରାସ୍ତାର ଢାଲ ଓ ଓଜନ ଅନୁସାରେ ସ୍ୱୟଂଚାଳିତ ଭାବେ ସର୍ବୋତ୍ତମ ଡ୍ରାଇଭିଂ ମୋଡ୍ ବାଛିଥାଏ।
ଚା ଆଇ-ମ୍ୟାକ୍ସ ୨.୦ ଫିଚର୍ସ: ରିମୋଟ୍ ଏସି ମ୍ୟାନେଜମେଣ୍ଟ, ରିମୋଟ୍ ଭେହିକିଲ୍ କ୍ରାଙ୍କ ଇନହିବିଟ୍ (ଇଞ୍ଜିନ୍ ଲକ୍‌), ଏୟାର ଫିଲ୍ଟର ସଫେଇ ଆଲର୍ଟ, ଡିପିଏଫ୍ ଆଲର୍ଟ, ଡିଷ୍ଟାନ୍ସ-ଟୁ-ଏମ୍ପଟି (ଡିଟିଇ) ମନିଟରିଂ, ଫ୍ଲିଟସେନ୍ସ ରିପୋର୍ଟ, ସ୍କୋରମ୍ୟାକ୍ସ ଡ୍ରାଇଭର ଆନାଲିଟିକ୍ସ ଏବଂ କ୍ୟାମେରା ଆଧାରିତ ଡ୍ରାଇଭର ମନିଟରିଂ ସିଷ୍ଟମ୍ (ଡିଏମଏସ୍‌)।
ଚା ଅନ୍ୟାନ୍ୟ ସୁବିଧା: କମ୍ଫିମ୍ୟାକ୍ସ ସସପେନ୍ସନ୍ ସିଟ୍‌, ଇଜି-କ୍ରୁଜ୍ କ୍ରୁଜ୍ କଣ୍ଟ୍ରୋଲ୍‌, ୪୩୦ ଏମଏମ ହେଭି ଡ୍ୟୁଟି କ୍ଲଚ୍‌, ବ୍ଲୁଟୁଥ୍ ଏସି କ୍ୟାବିନ୍‌, ୨୪/୭ ଆପ୍‌, ଏବଂ ମାଇଲେଜ୍ ବୃଦ୍ଧି ପାଇଁ ଏରୋକିଟ୍‌-ରେଡି ଡିଜାଇନ୍‌।

Share

Leave a Reply

Your email address will not be published. Required fields are marked *

seven − 3 =