Business

ଟିପିସିଓଡିଏଲ୍‌ କାର୍ଯ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ; ସବୁଜ ଶକ୍ତିକୁ ଆଗକୁ ବଢାଇବା ଦିଗରେ କାର୍ଯ୍ୟ କରୁଥିବା ସୋଲାର୍ ୱାରିୟର୍ସ ମାନେ ହେଲେ ସମ୍ମାନିତ

ଟାଟା ପାୱାର୍ ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ଭୁବନେଶ୍ୱରସ୍ଥିତ କର୍ପୋରେଟ୍ କାର୍ଯ୍ୟାଳୟ ପରିସରେ ଦେଶଭକ୍ତି ଓ ଉତ୍ସାହର ସହିତ ୮୦ତମ ସ୍ୱାଧୀନତା ଦିବସ ପାଳନ କରିଛି।

ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ବିଜନେସ୍‌ର ମୁଖ୍ୟ ତଥା ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ୍ ଏସ୍. କାଲେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି କାର୍ଯ୍ୟକ୍ରମର କମ୍ପାନୀର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।

ଏହି ଅବସରରେ ଶ୍ରୀ କାଲେ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିଥିଲେ। ସ୍ୱାଧୀନତା ଆନ୍ଦୋଳନର ଆଦର୍ଶକୁ ଆପଣାଇ ଏକ ଶକ୍ତିଶାଳୀ, ସମୃଦ୍ଧ ଓ ଦୀର୍ଘସ୍ଥାୟୀ ଭାରତ ଗଠନ ଦିଗରେ ସମସ୍ତେ କାର୍ଯ୍ୟ କରିବାକୁ ସେ ଉପସ୍ଥିତ କର୍ମଚାରୀଙ୍କୁ ଆହ୍ବାନ ଦେଇଥିଲେ।

କାର୍ଯ୍ୟକ୍ରମ ଶେଷରେ ଟିପିସିଓଡିଏଲ୍ ପକ୍ଷରୁ ‘ସୋଲାର ୱାରିୟର୍ସ’ମାନଙ୍କୁ ସମ୍ମାନିତ କରାଯାଇଥିଲା। ଯେଉଁଥିରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର କାର୍ଯ୍ୟାନ୍ୱୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ଉପଭୋକ୍ତା, ସୋଲାର ଭେଣ୍ଡର ଓ ଅନ୍ୟ ଅଂଶୀଦାରମାନେ ସାମିଲ ଥିଲେ।

ଏହି ସମ୍ମାନ ମାଧ୍ୟମରେ ଟିପିସିଓଡିଏଲ୍ ଉପଭୋକ୍ତାମାନଙ୍କୁ ସଶକ୍ତ କରିବା, ସୋଲାର ଭେଣ୍ଡର୍ ମାନଙ୍କ ସହ ସହଯୋଗକୁ ଦୃଢ଼ କରିବା ଏବଂ ରାଜ୍ୟରେ ନବୀକରଣୀୟ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ସରକାରଙ୍କ ଦୃଷ୍ଟିକୋଣକୁ ସମର୍ଥନ କରିବା ପ୍ରତି ନିଜର ପ୍ରତିବଦ୍ଧତା ପ୍ରକାଶ କରିଛି।
ସ୍ୱଚ୍ଛ, ସବୁଜ ଓ ଶକ୍ତି ସୁରକ୍ଷିତ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ନୂତନ ସଂକଳ୍ପ ସହିତ ସ୍ୱାଧୀନତା ଦିବସ ଉତ୍ସବ ଶେଷ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

9 + 2 =