Business

ଟିଭିଏସ ଭିଏମଏସ ଓ ମୋଂଟ୍ରା ଇଲେକ୍ଟ୍ରି ଇଏମ ଆଣ୍ଡ ଏଚସିଭି ମଧ୍ୟରେ ସହଯୋଗିତା

ଭୁବନେଶ୍ୱର: ଭାରତର ସମ୍ପୂର୍ଣ୍ଣ ଇଲେକ୍ଟ୍ରିକ ବାଣିଜ୍ୟିକ ଯାନ ବ୍ରାଣ୍ଡ ମୋଂଟ୍ରା ଇଲେକ୍ଟ୍ରିକ (ଇଏମ ଆଣ୍ଡ ଏଚସିଭି ଡିଭିଜନ) ପକ୍ଷରୁ ଟିଭିଏସ ମୋବିଲିଟି ଗ୍ରୁପର ଟିଭିଏସ ଭେଇକିଲ ମୋବିଲିଟି ସଲ୍ୟୁସନ୍ସ (ଟିଭିଏସ ଭିଏମଏସ) ସହିତ ସହଯୋଗିତା ସ୍ଥାପନ କରାଯାଇଛି। ଟିଭିଏସ ଭିଏମଏସ ଏହାର ମାଲ ପରିଚାଳନାରେ ମୋଂଟ୍ରା ଇଲେକ୍ଟ୍ରିକର ରାଇନୋ ଇ-ଏମ ଆଣ୍ଡ ଏଚସିଭି ମୂତୟନ କରିବା ଲାଗି ଏହି ବୁଝାମଣା କରିଛି। ଏହି ବୁଝାମଣା ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ ଯେ ଦୀର୍ଘ ୭୦ ଦଶନ୍ଧି ଧରି ପାରମ୍ପରିକ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ପରିବହନରୁ ବାହାରକୁ ଆସି ଟିଭିଏସ ଭିଏମଏସ ଇଲେକ୍ଟ୍ରିକ ଟ୍ରକ ଗ୍ରହଣ କରିଛି।
ଏହି ବୁଝାମଣା ଅଧୀନରେ ୫୭ ମୋଂଟ୍ରା ଇଲେକ୍ଟ୍ରିକ ରାଇନୋ ୫୫୩୮ ଇଭି ୪ଞ୍ଚ୨ ଟିଟି ଇଲେକ୍ଟ୍ରିକ ବାଣିଜ୍ୟିକ ଟ୍ରକ ମାନେସରରୁ ବାହାରିଛି। ପ୍ରଥମ ପର୍ଯ୍ୟାୟରେ ସେଗୁଡ଼ିକୁ ଟିଭିଏସ ଭିଏମଏସ ତରଫରୁ ଛତିଶଗଡ଼ ରୁଟରେ ମୂତୟନ କରାଯିବ। ଏହି ଟ୍ରକଗୁଡ଼ିକ ୧୯୦ କିମି ବିଶିଷ୍ଟ ଦୂରତା ଅତିକ୍ରମ କରିବ। ଏହି ରୁଟରେ ଉତ୍ସର୍ଗୀକୃତ ଚାର୍ଜିଂ ଷ୍ଟେସନ ରହିବ ଯାହା ନିରବଚ୍ଛିନ୍ନ ପରିବହନକୁ ସୁନିଶ୍ଚିତ କରିବ।
ଏହି ଇଲେକ୍ଟ୍ରିକ ଟ୍ରକ ମୂତୟନ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ କାରଣ ଏହା ଦ୍ୱାରା କାର୍ବନ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ, ଡିଜେଲ ବ୍ୟବହାର କରିବ ଏବଂ ନିରନ୍ତର ପରିବହନର ପ୍ରସାର ହେବ। ମାଲ ପରିବହନକାରୀଙ୍କ ପରିଚାଳନା ଖର୍ଚ୍ଚ କମ କରିବା ଏବଂ ମୋଟ ମାଲିକାନା ଖର୍ଚ୍ଚ ହ୍ରାସ କରିବା ସହିତ ସିଧାସଳଖ ଭାବେ ନେଟ ଜିରୋ କାର୍ବନ ଏବଂ ସ୍ୱଚ୍ଛ ଶକ୍ତି ଲକ୍ଷ୍ୟ ପ୍ରତି ଅବଦାନ ପ୍ରଦାନ କରିବା ପାଇଁ ଏହି ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି।
ଗାଡ଼ିର ପରିବହନକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ମୋଂଟ୍ରା ଇଲେକ୍ଟ୍ରିକର ସିଇଓ (ଇଏମ ଆଣ୍ଡଏଚସିଭି ଡିଭିଜନ) ଶ୍ରୀ ନବନୀତ ସେଠୀ ଓ ଚିଫ ବିଜନେସ ଅଫିସର ଶ୍ରୀ ପି ଭି ସତ୍ୟନାରାୟଣ, ଟିଭିଏସ ଭିଏମଏସ ତରଫରୁ ସିଇଓ ଶ୍ରୀ ମଧୁ ରଘୁନାଥ ଓ ଇଭି ବ୍ୟବସାୟ ମୁଖ୍ୟ ଶ୍ରୀ କେ ରମେଶ ଉପସ୍ଥିତ ଥିଲେ।
ମୋଂଟ୍ରା ଇଲେକ୍ଟ୍ରିକ୍ର ପରିଚାଳନା ନିର୍ଦ୍ଦେଶକ ଜଲଜ ଗୁପ୍ତା କହିଛନ୍ତି ଯେ, “ଟିଭିଏସ୍‌‌ ଭିଏମ୍‌‌ଏସ୍ ଭଳି ସାତ ଦଶନ୍ଧିର ଅଭିଜ୍ଞତା ଥିବା ଏକ ସହଯୋଗୀ ଆମର ଇଲେକ୍ଟ୍ରିକ୍ ଟ୍ରକ୍‌‌ଗୁଡ଼ିକୁ ପ୍ରତ୍ୟକ୍ଷ ମାଲ୍‌‌ ପରିବହନ କାର୍ଯ୍ୟରେ ନିୟୋଜିତ କରିବା ହିଁ ଭାରତର ଲଜିଷ୍ଟିକ୍ସ ଶିଳ୍ପ ଆବଶ୍ୟକ କରୁଥିବା ସଠିକ୍ ପ୍ରମାଣ। ଏହା ଏକ ପ୍ରମାଣ ଯେ ଆମର ପ୍ରଯୁକ୍ତିବିଦ୍ୟା ବାଣିଜ୍ୟିକ ସ୍ତର ପାଇଁ ପ୍ରସ୍ତୁତ। ଏହା ମଧ୍ୟ ଏହି ବଜାରର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ଷମ ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରସ୍ତୁତ କରାଯାଇଥିବା ଉତ୍ପାଦଗୁଡ଼ିକ ସହିତ ଆମେ ମେଂଟ୍ରୋ ଇଲେକ୍ଟ୍ରିକ୍‌‌ରେ ଗଢ଼ିଥିବା ଗଭୀରତାକୁ ପ୍ରତିଫଳିତ କରୁଛି। ଆମ ଟିମ୍ ଟିଭିଏସ ଭିଏମଏସ ସହିତ କାର୍ଯ୍ୟପ୍ରଣାଳୀର ଯୋଜନା କରିବା, ସେମାନଙ୍କର ସଠିକ୍ ରୁଟ୍‌‌ଗୁଡ଼ିକରେ ଚାର୍ଜିଂ ବ୍ୟବସ୍ଥା ସ୍ଥାପନ କରିବା ପାଇଁ କାମ କରିଛି ଏବଂ ଆମର ଟେଲିମାଟିକ୍ସ ପ୍ଲାଟଫର୍ମ ଫ୍ଲିଟ୍ ଚାଲିବା ସହିତ ପ୍ରଦର୍ଶନକୁ ସୁଧାରିବାରେ ସାହାଯ୍ୟ କରୁଛି। କାଗଜପତ୍ରରେ କାମ କରୁଥିବା ଟ୍ରକ୍ ଓ ରାସ୍ତାରେ କାମ କରୁଥିବା ଫ୍ଲିଟ୍ ମଧ୍ୟରେ ଏହା ହିଁ ପାର୍ଥକ୍ୟ।”
ମେଂଟ୍ରୋ ଇଲେକ୍ଟ୍ରିକ୍ (ଇଏମ ଆଣ୍ଡ ଏଚସିଭି ବିଭାଗ)ର ସିଇଓ ଶ୍ରୀ ନବନୀତ ସେଠୀ କହିଛନ୍ତି ଯେ, “ବର୍ଷ ବର୍ଷ ଧରି ଭାରୀ ଓ ନିରନ୍ତର ପରିବହନ ଉପରେ ଆଧାରିତ ଶିଳ୍ପଗୁଡ଼ିକ, ଯାହାର ଏକ ମୁଖ୍ୟ ଉଦାହରଣ ହେଉଛି ଇସ୍ପାତ, ଇଲେକ୍ଟ୍ରିକ୍ ଭାରି ବାଣିଜ୍ୟିକ ଯାନଗୁଡ଼ିକ ପ୍ରକୃତରେ କ୍ରମାଗତ ଭାରୀ- ମାଲ୍‌‌ ପରିବହନ ସମ୍ଭାଳି ପାରିବେ କି ନାହିଁ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ ସେହି ସନ୍ଦେହ ଏହି କ୍ଷେତ୍ରଟି କେତେ ଧୀରେ ଧୀରେ ବିଦ୍ୟୁତକରଣ ଆଡ଼କୁ ଗତି କରିଛି ତାହା ନିର୍ଦ୍ଧାରଣ କରିଛି। ଟିଭିଏସ ଭିଏମଏସରେ ଆମର ରାଇନୋ ଟ୍ରକ୍‌‌ଗୁଡ଼ିକୁ ପ୍ରତ୍ୟକ୍ଷ କାର୍ଯ୍ୟରେ ନିୟୋଜିତ କରିବା ଦ୍ୱାରା ଆମ ପାଇଁ ଏବଂ ନିକଟରୁ ନଜର ରଖିଥିବା ପ୍ରତ୍ୟେକ ଭାରୀ ଲୋଡ୍ ଶିଳ୍ପ ପାଇଁ ସେହି ପ୍ରଶ୍ନର ନିର୍ଣ୍ଣାୟକ ଉତର ଦେଇଛି। ଏହା ଏପରି ଏକ କମ୍ପାନି ଯାହା ସାତ ଦଶନ୍ଧିରୁ ଅଧିକ ସମୟ ଧରି ପାରମ୍ପରିକ ଟ୍ରକ ଚଳାଇବା ପରେ ଏବେ ପ୍ରଥମ ଥର ପାଇଁ ଇଲେକ୍ଟ୍ରିକ୍ ଟ୍ରକ ଚଳାଇବା କ୍ଷେତ୍ରରେ ପ୍ରବେଶ କରିବାକୁ ଚୟନ କରିଛି ଏବଂ ଏହା ପାଇଁ ଆମକୁ ଚୟନ କରିବା ପ୍ରମାଣ କରୁଛି ଯେ ଆମର ପ୍ଲାଟଫର୍ମ ବାଣିଜ୍ୟିକ ସ୍ତରର ମାଲ୍‌‌ ପରିବହନ ଚାହିଦାକୁ ସମ୍ଭାଳିପାରିବ। ମେଂଟ୍ରୋ ଇଲେକ୍ଟ୍ରିକ୍ ପାଇଁ ଏହା ଏକ ସୂଚକ ଯେ ଭାରତରେ ଇଲେକ୍ଟ୍ରିକ୍ ଭାରି ଟ୍ରକ ଚଳାଚଳ କିପରି ସମ୍ଭାବନାରୁ ସାଧାରଣ ଅଭ୍ୟାସ ଆଡ଼କୁ ଗତି କରୁଛି ଏବଂ ଆମେ ଜାତୀୟ ସ୍ତରରେ ଏହି ପରିବର୍ତନର ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛୁ।”
ଟିଭିଏସ ଭିଏମଏସର ସିଇଓ ଶ୍ରୀ ରଘୁନାଥ କହିଛନ୍ତି ଯେ, “ଏହି ରଣନୈତିକ ସହଯୋଗିତା ଭାରତର ସବୁଜ ଲଜିଷ୍ଟିକ୍ସ ଭିତିଭୂମିକୁ ଆଗକୁ ନେବାରେ ଏକ ନିର୍ଣ୍ଣାୟକ ପଦକ୍ଷେପ। ଟିଭିଏସ ଭେଇକିଲ୍ ମୋବିଲିଟି ସୋଲ୍ୟୁସନ୍ସ ଆମର ସମ୍ପୂର୍ଣ୍ଣ ପରିଚାଳନା ପ୍ଲାଟଫର୍ମ ମାଧ୍ୟମରେ ଏହି ପରିବର୍ତନକୁ ସହାୟତା କରି ଗର୍ବିତ, ଯାହା ଶୂନ୍ୟ-ନିର୍ଗମନ ଫ୍ଲିଟ୍ କାର୍ଯ୍ୟକୁ ସହଜ ଓବାଣିଜ୍ୟିକ ଭାବରେ ବ୍ୟବହାରଯୋଗ୍ୟ କରିବା ପାଇଁ ଗାଡ଼ି ଲିଜିଂ, ଡ୍ରାଇଭର କାର୍ଯ୍ୟାବଳୀ, ରକ୍ଷଣାବେକ୍ଷଣ, ବୀମା, ଚାର୍ଜିଂ ଇକୋସିଷ୍ଟମ୍ ଓ କନେକ୍ଟେଡ୍ ଟେଲିମାଟିକ୍ସକୁ ଏକତ୍ରିତ କରିଛି।”
ଏହି ସହଯୋଗିତାର ସଫଳତା ଆଧାରରେ ଟିଭିଏସ ଭିଏମଏସ ୨୦୨୬-୨୭ରେ ଅଧିକ ୩୦୦ ଇଲେକ୍ଟ୍ରିକ ଟ୍ରକ ମୂତୟନ କରିବାକୁ ଲକ୍ଷ୍ୟ ରଖିଛି।

Share

Leave a Reply

Your email address will not be published. Required fields are marked *

five × 2 =