ବିପନ୍ନଙ୍କ ଉପରେ ଦାଉ ସାଧିଛି ବୈତରଣୀ ଓ ସାଳନ୍ଦୀ ବନ୍ୟା
ବିପନ୍ନଙ୍କ ଉପରେ ଦାଉ ସାଧିଛି ବୈତରଣୀ ଓ ସାଳନ୍ଦୀ ବନ୍ୟା । ନଦୀରେ ଜଳସ୍ତର କମିଛି, କିନ୍ତୁ ଏବେବି ଭଦ୍ରକ ଜିଲ୍ଲାର ଅନେକ ତଳିଆ ଅଞ୍ଚଳର ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଏବେ ବି ପାଣି ଘେରରେ ସାଳନ୍ଦୀ ନଦୀ ତଟବର୍ତ୍ତୀ ଅଞ୍ଚଳ । ବନ୍ୟା ଜଳ କମିଥିଲେ ମଧ୍ୟ ଅନେକ ଗାଁ ଭିତରେ ପାଣି ଓ଼ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହେଉଛି । ଭଦ୍ରକ ବ୍ଲକ ଅଧିନସ୍ତ ମୁକୁନ୍ଦପୁର ବ୍ରିଜ ଉପରେ ଦୁଇ ଫୁଟ ଉଚ୍ଚର ଚାଲିଛି ବନ୍ୟା ପାଣି।
ସେହିପରି ବିଷ୍ଣୁପୁର ବିନ୍ଧା ପଂଚାୟତ ର ମୁସଲିମ ସାହି, ଗୌଡ଼ ସାହି ଭିତରେ ଲହଡ଼ି ଭାଙ୍ଗୁଛି ଦୁଇ ଫୁଟର ବନ୍ୟା ପାଣି। ଫଳରେ ଜଳବନ୍ଦୀ ଜୀବନ କାଟୁଛନ୍ତି ସ୍ଥାନୀୟ ବାସିନ୍ଦା। ବିଲଣା ପଂଚାୟତ ର ଲଞ୍ଜା ତରା ଠାରେ ଘାଇ ଏପର୍ଯ୍ୟନ୍ତ ସମ୍ପୃନ୍ନ ମରାମତି ହୋଇପାରିନି। ଫଳରେ ଶହ ଶହ ଏକର ଚାଷ ଜମି ବନ୍ୟା ପାଣିରେ ବୁଡ଼ି ରହିଛି। ଆଖି ଆଗରେ ଉଜୁଡ଼ା ଚାଷକୁ ଦେଖି ଚିନ୍ତାରେ ଚାଷୀ ।

