BusinessHealth

ଷ୍ଟାର୍ ହେଲ୍‌ଥ ଇନ୍‌ସୁୃ୍ୟରାନ୍ସ ପକ୍ଷରୁ ଓଡ଼ିଶାରେ ଭର୍ଚୁଆଲ ଡାକ୍ତର ପରାମର୍ଶ ଓ ଗୃହ ସ୍ୱାସ୍ଥ୍ୟସେବାର ସୁଦୃଢ଼ୀକରଣ

ଭୁବନେଶ୍ୱର: ମୌସୁମୀ ଋତୁର ଆଗମନ ସହ ଡେଙ୍ଗୁ, ମାଲେରିଆ, ଜ୍ୱର ଓ ଅନ୍ୟାନ୍ୟ ସଂକ୍ରାମକ ରୋଗ ହେବାର ଆଶଙ୍କା ବଢ଼ିଯାଏ। ଏହାକୁ ନଜରରେ ରଖି ଷ୍ଟାର୍ ହେଲ୍‌ଥ ଆଣ୍ଡ୍ ଆଲାଏଡ୍ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ୍ ପକ୍ଷରୁ ସାରା ଓଡ଼ିଶାରେ ମୌସୁମୀ ସ୍ୱାସ୍ଥ୍ୟସେବା ଯତ୍ନର ଶୁଭାରମ୍ଭ କରାଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶାର ଷ୍ଟାର୍ ହେଲ୍‌ଥର ଗୃହ ସ୍ୱାସ୍ଥ୍ୟସେବା ବ୍ୟବହାରରେ ପାଂଚ ଗୁଣା ବୃଦ୍ଧି ହୋଇଥିଲା। ଏଥିସହିତ କମ୍ପାନି ପକ୍ଷରୁ ନିକଟରେ ଦେଶରେ ଆରମ୍ଭ କରାଯାଇଥିବା ଭର୍ଚୁଆଲ ଓପିଡିର ମଧ୍ୟ ଚାହିଦାରେ ବ୍ୟାପକ ବୃଦ୍ଧି ଘଟିଛି।
ଏହି ଆଉଟ୍‌ରିଚ୍ ଅଧୀନରେ ପଲିସିଧାରକମାନଙ୍କୁ ଷ୍ଟାର୍ ଆଣ୍ଡ୍ ହୋମ୍ ସ୍ୱାସ୍ଥ୍ୟସେବା ସହାୟତା ସହିତ ଯୋଡ଼ି ଆଗୁଆ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଷ୍ଟାର୍ ହେଲ୍‌ଥ କଷ୍ଟମର୍ ଆପ୍‌ରେ ୨୪ ଘଂଟିଆ ଭର୍ଚୁଆଲ୍ ଓପିଡିକୁ ସାଧାରଣ ଜନତା ହାସଲ କରିବାର ସୁବିଧା ରହିଛି। ୭୨୦୦୦ ୨୨୨ ୩୩୩ରେ କଲ୍ କରି ଗୃହ ସ୍ୱାସ୍ଥ୍ୟସେବା ପାଇଁ ୧ ଓ ଯୋଜନାବଦ୍ଧ ହସ୍ପିଟାଲ ଭର୍ତ୍ତି ପାଇଁ ୨ ଦବାନ୍ତୁ।
ଷ୍ଟାର୍ ହେଲ୍‌ଥ ଇନସ୍ୟୁରାନ୍ସର ଓଡ଼ିଶା ବ୍ୟବସାୟ ମୁଖ୍ୟ ଓମପ୍ରକାଶ ବିୟାନି କହିଛନ୍ତି ଯେ, “ପ୍ରତିଟି ମୌସୁମୀ ଜନିତ ସଂକ୍ରମଣରେ ପରିବାରଗୁଡ଼ିକ ଅନିଶ୍ଚିତତାର, ବିଭ୍ରାଟର ପରିଚାଳନା କରନ୍ତି ଓ ନିଜ ପ୍ରିୟଜନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇଥାନ୍ତି। ଓଡ଼ିଶାରେ ୨୦୨୫-୨୬ରେ ଗୃହ ସ୍ୱାସ୍ଥ୍ୟ ଯତ୍ନ ଉପଯୋଗିତାରେ ପାଂଚ ଗୁଣା ବୃଦ୍ଧି ସେହି ବର୍ଗର ଲୋକମାନଙ୍କ ପାଇଁ ସହଜଲବ୍ଧ ସମୟୋପଯୋଗୀ ହସ୍ତକ୍ଷେପର ବର୍ଦ୍ଧିତ ଆବଶ୍ୟକତାକୁ ଦର୍ଶାଉଛି ଯଥା ଶିଶୁ, ବରିଷ୍ଠ ନାଗରିକ ଓ ରୋଗୀ ଯେଉଁମାନେ ହସ୍ପିଟାଲ୍ ପରିଦର୍ଶନ କରିବା କଷ୍ଟକର। ଆମେ ଦାୟିତ୍ୱ ଚିକିତ୍ସା ପାଇଁ ସୁବିଧା ପ୍ରଦାନ କରିବାଠାରୁ ଯଥେଷ୍ଟ ଅଧିକ। ଆମେ ଚାହୁଛୁ ଯେ ରୋଗୀମାନେସେମାନଙ୍କ ଯତ୍ନର ପରବର୍ତ୍ତ ପର୍ଯ୍ୟାୟ ବିଷୟରେ ସୂଚନା, ସହାୟତା ଓ ବିଶ୍ୱାସ ପାଆନ୍ତୁ। ଗୃହ ସ୍ୱାସ୍ଥ୍ୟ ଯତ୍ନ କିମ୍ବା ଯୋଜନାବଦ୍ଧ ହସ୍ପିଟାଲ ଭର୍ତ୍ତି ସମ୍ପର୍କରେ କୌଣସି ସୂଚନା ପାଇଁ ପଲିସିଧାରକମାନେ ୭୨୦୦ ୨୨୨ ୩୩୩କୁ କଲ୍ କରିପାରିବେ ଏବଂ ସାଧାରଣ ଜନତା ଷ୍ଟାର୍ ହେଲ୍‌ଥ କଷ୍ଟମର ଆପ୍ ଜରିଆରେ ୨୪ ଘଂଟିଆ ଭର୍ଚୁଆଲ ଡାକ୍ତର ପରାମର୍ଶ ହାସଲ କରିପାରିବେ। ଏହି ମୌସୁମୀ ଋତୁରେ ଆମେ ଆଗୁଆ ପରାମର୍ଶ ଚାହୁଥିବା, ଉପଯୁକ୍ତ ଯତ୍ନ ପ୍ରଦାନ କରିବା ଏବଂ କମ୍ ଚାପ ଓ ବିଭ୍ରାଟ ସହ ଉପଷମ ହାସଲ କରିବାରେ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରୁଛୁ।”
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ୨୦୨୬ରେ ଜାରି ହୋଇଥିବା ପାରିବାରିକ ସ୍ୱାସ୍ଥ୍ୟ ବ୍ୟୟ ସର୍ବେକ୍ଷଣ ଅନୁସାରେ ଓଡ଼ିଶାରେ ଘରୋଇ ହସ୍ପିଟାଲ ଭର୍ତ୍ତି ବେଳେ ଗ୍ରାମାଚଂଳରେ ହାରାହାରି ଖର୍ଚ୍ଚ ୩୯,୦୫୬ ଟଙ୍କା ଓ ସହରାଚଂଳରେ ୬୧,୨୧୮ ଟଙ୍କା ରହିଛି। ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଯଥେଷ୍ଟ ଅଧିକ ଥିବାରୁ ଅଧିକାଂଶ ଲୋକ ଓ ପରିବାରଗୁଡ଼ିକୁ ତାହାକୁ ନିଜ ପକେଟ୍‌ରେ ଖର୍ଚ୍ଚ କରିବାକୁ ପଡ଼ୁଛି।
ଷ୍ଟାର୍ ହେଲ୍‌ଥର ମୌସୁମୀ ସହାୟତା ପ୍ରୋଟୋକଲ୍ ପଲିସିଧାରକଙ୍କୁ ଷ୍ଟାର୍ ସହିତ କଥାବାର୍ତ୍ତା ହେବା ଓ ସାଧାରଣ ଗ୍ରାହକଙ୍କ ପାଇଁ ଷ୍ଟାର ହେଲ୍‌ଥ ଗ୍ରାହକ ଆପ୍ ଜରିଆରେ ମାଗଣା ଭର୍ଚୁଆଲ ଓପିଡି ହାସଲ ଜରିଆରେ ସେହି ଅନ୍ତରକୁ ଦୂର କରୁଛି। ଏଥିରେ ପଲିସିଧାରକମାନଙ୍କ ପାଇଁ ଅସୀମିତ ଟେଲିଯୋଗାଯୋଗ, ଷ୍ଟାର୍ ସହିତ କଥାବାର୍ତା ହେବା ଏବଂ କ୍ୟାସଲେସ୍ ଗୃହ ସ୍ୱାସ୍ଥ୍ୟସେବା ସୁବିଧା ରହିଛି।
ସେହିପରି, ମାଗଣା ଭର୍ଚୁଆଲ ଓପିଡି ସୁବିଧା ପାଇବା ପାଇଁ ଅଣ ପଲିସିଧାରକ ଓ ସାଧାରଣ ଜନତା ନିଜ ଫୋନ୍‌ରେ ଷ୍ଟାର୍ ହେଲ୍‌ଥ କଷ୍ଟମର ଆପ୍‌କୁ ଡାଉନ୍‌ଲୋଡ୍ କରି ସେଥିରେ ନିଜର ନାମ, ଇମେଲ ଆଇଡି, ଜନ୍ମ ତାରିଖ ଆଦି ସୂଚନା ପ୍ରଦାନ କରି ତାହାକୁ ସକ୍ରିୟ କରିପାରିବେ। ଏହାପରେ ଆପ୍‌ରେ ଥିବା ଟେଲିମେଡିସିନ୍ ଜରିଆରେ ମାଗଣା ଅନ୍‌ଲାଇନ୍ ପରାମର୍ଶ ପାଇଁ ବୁକିଂ କରିପାରିବେ।

Share

Leave a Reply

Your email address will not be published. Required fields are marked *

four × 2 =