Business

‘ବନ୍ଦେ ଭାରତମ୍‌’ ମଞ୍ଚରେ ଭାରତର ଆଗାମୀ ନବପ୍ରତିଭା

ଆଦାନୀ ଗ୍ରୁପର ଅଧ୍ୟକ୍ଷ ଶ୍ରୀ ଗୌତମ ଆଦାନୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ତୃଣମୂଳ ସ୍ତରର ନବସୃଜନ ଓ ଉଦ୍ୟମିତା ପଦେକ୍ଷପ ବନ୍ଦେ ଭାରତମ୍ ଭାରତ ସାରା ୨୬,୦୦୦ରୁ ଅଧିକ ଅବେଦନ ମଧ୍ୟରୁ ତାହାର ପ୍ରଥମ ଦଳ ଚୟନ କରିଛି। ବନ୍ଦେ ଭାରତମ୍ ପ୍ରତ୍ୟକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଅବେଦନ ହାସଲ କରିଥିଲା ଯେଉଁଥେôର ଗମନାଗମନ, ସ୍ଥିରତା, ପ୍ରଯୁକ୍ତିବିଦ୍ୟା, କୃଷି, ପ୍ରତିରକ୍ଷା, ସ୍ୱାସ୍ଥ୍ୟସେବା, ବିନିର୍ମାଣ ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରକୁ ନେଇ ବିଚାର ସାମିଲ ଥିଲା। ଏହି କୋହର୍ଟ ବିଭିନ୍ନ ଅଞ୍ଚଳ, ବିଷୟ ଏବଂ ପୃଷ୍ଠଭୂମିର ନବସୃଜନକାରୀମାନଙ୍କୁ ଏକତ୍ରିତ କରିଛି ଯେଉଁମାନେ ଦେଶର ସମସ୍ୟାର ସମାଧାନ କରିବା, ରାଷ୍ଟ୍ର ନିର୍ମାଣକାରୀ ଉଦ୍ୟୋଗ ଗଠନ କରିବା ଓ ଦେଶବ୍ୟାପୀ ପ୍ରଭାବ ସୃଷ୍ଟି କରିବାର ଆକାଂକ୍ଷା ଦ୍ୱାରା ଏକତ୍ରିତ ହୋଇଛି।
ସୁଯୋଗ ନ ଥେôଲ ମଧ୍ୟ ପ୍ରତିଭା ସବୁଠାରେ ଅଛି। ଏହି ପ୍ରତିଶ୍ରୁତି ଉପରେ ଗଠିତ ବନ୍ଦେ ଭାରତମର ଲକ୍ଷ୍ୟ ହେଉଛି ପ୍ରତିଶ୍ରୁତିବଦ୍ଧ ନବସୃଜନକାରୀମାନଙ୍କୁ ଶୀର୍ଷ ମାର୍ଗଦର୍ଶକ, ଉଦ୍ୟୋଗ ଲିଡର, ଦୃଶ୍ୟମାନତା ଓ ସେୁଯାଗ ସହିତ ଯୋଡ଼ିବା ଯାହା ଦ୍ୱାରା ଚିନ୍ତାଧାରାଗୁଡ଼ିକୁ ଅଥର୍ପୂର୍ଣ୍ଣ ଉଦ୍ୟୋଗର ପରିଣତ କରାଯାଇପାରିବ। ଏହି ପଦେକ୍ଷପ ଶ୍ରୀ ଆଦାନୀଙ୍କ ସେହି ଗଭୀର ବିଶ୍ୱାସ ଉପରେ ଆଧାରିତ ଯେ ଯେଉଁ ଦେଶ ତାଙ୍କୁ ସ୍ୱପ୍ନ ଦେଖିବା, ଗଢ଼ିବା ଏବଂ ବଢିବାର ସେୁଯାଗ ଦେଇଛି ତାହାକୁ ଫେରାଇବା, ଓ ଅନ୍ୟମାନଙ୍କ ପାଇଁ ସମାନ କାର୍ଯ୍ୟ କରିବାକୁ ପଥ ସୃଷ୍ଟି କରିବା।
ପ୍ରଥମ ଦଳର ଶୁଭାରମ୍ଭ ସମ୍ପର୍କରେ କହି ଶ୍ରୀ ଗୌତମ ଆଦାନୀ କହିଛନ୍ତି ଯେ,“ଯେତେବେଳ ମୁଁ ଏହି ନବସୃଜନକାରୀମାନଙ୍କୁ ଦେଖୁଛି ମୁଁ ଆଗାମୀ କାଲିର ଭାରତର ସମ୍ଭାବନାଗୁଡ଼ିକୁ ଦେଖିପାରୁଛି। ପ୍ରତିଭାର କୌଣସି ସହର ସୀମା ନାହିଁ ଓ ସୁଯୋଗର ମଧ୍ୟ ତାହା ରହିବା ଉଚିତ୍ ନୁହେଁ । ବର୍ଷ ବର୍ଷ ପରେ ମୁଁ ଆଶା କରେ ଯେ ଆମେ ଏହି ପ୍ରଥମ ଦଳକୁ ପଛକୁ ଚାହିଁ ଦେଖିବା ଏବଂ ସେମାନଙ୍କ ମଧ୍ୟରେ ସେହି ପ୍ରତିଷ୍ଠାତା ଓ ନବସୃଜନକାରୀମାନଙ୍କୁ ପାଇବା ଯେଉଁମାନେ ଭାରତକୁ ରୂପାନ୍ତରିତ କରିଥିବା ଉଦ୍ୟୋଗଗୁଡ଼ିକୁ ଗଢ଼ିଛନ୍ତି। ଏହା ସେମାନଙ୍କ ପ୍ରାରମ୍ଭିକ ଅଧ୍ୟାୟ ଏବଂ ଏହା ବନ୍ଦେ ଭାରତମ୍‌‌ର ମଧ୍ୟ ପ୍ରଥମ ଅଧ୍ୟାୟ।”
ଏକ ବହୁସ୍ତରୀୟ ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଥିବା ପ୍ରଥମ ଦଳ ‘ବନ୍ଦେ ଭାରତମ୍ ଇମର୍ସିଭ ସପ୍ତାହରେ ଅଂଶଗ୍ରହଣ କରିବେ ଯେଉଁଥେôର ମାର୍ଗଦର୍ଶନ ଅଧିବେଶନ, ବ୍ୟବସାୟ ନେତା, ଉଦ୍ୟୋଗୀ ଓ ବେିଶଷଜ୍ଞମାନଙ୍କ ସହିତ ଆଲୋଚନା ଓ କ୍ରମାଗତ ମୂଲ୍ୟାଙ୍କନ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ରହିଛି। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୪ ରେ ବନ୍ଦେ ଭାରତମ୍ ଗ୍ରାଣ୍ଡ ଫିନାଲେରେ ସମାପ୍ତ ହେବ ଯେଉଁଠାରେ ବୈଶିଷ୍ଟ୍ୟପୂର୍ଣ୍ଣ ନବସୃଜନକାରୀମାନଙ୍କୁ ସ୍ୱୀକୃତି ଦିଆଯିବ ଏବଂ ବନ୍ଦେ ଭାରତମ୍ ଟ୍ରଫି ପ୍ରଦାନ କରାଯିବ।
ବନ୍ଦେ ଭାରତମକୁ କେବଳ ଏକ ପ୍ରତିଯୋଗିତାଠାରୁ ଅଧିକ ଭାବରେ ପ୍ରସ୍ତୁତ କରାଯାଇଛି। ଏହାର ଦୀଘର୍କାଳୀନ ଆକାଂକ୍ଷା ହେଉଛି ଏକ ଜାତୀୟ ମଂଚ ଗଢ଼ିବା ଯାହା ବିଚାରଗୁଡ଼ିକୁ ପୂର୍ବରୁ ଆବିଷ୍କାର କରିବ ଏବଂ ଭାରତର ପାରମ୍ପରିକ ଉଦ୍ୟୋଗୀ କେନ୍ଦ୍ରଗୁଡ଼ିକ ବାହାରେ ଥିବା ନବସୃଜନକାରୀମାନଙ୍କୁ ଏପରି ବ୍ୟକ୍ତି ଓ ଅନୁଷ୍ଠାନଗୁଡ଼ିକୁ ପ୍ରବେଶ ଅଧିକାର ଦେବ ଯେଉଁମାନେ ସେମାନଙ୍କର ଯାତ୍ରାକୁ ତ୍ୱରାନ୍ୱିତ କରିପାରିବେ।

Share

Leave a Reply

Your email address will not be published. Required fields are marked *

five × one =