Business

ଟାଟା ଷ୍ଟିଲ୍‌ର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଟିକସ ପରବର୍ତ୍ତୀ ଲାଭ ୩୫% ବୃଦ୍ଧି

ଭୁବନେଶ୍ୱର, 31/07/2026 : ଟାଟା ଷ୍ଟିଲ୍‌ର ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତରେ ଟିକସ ପରବର୍ତ୍ତର୍ୀ ଲାଭ (ପିଏଟି) ୩୫ ପ୍ରତିଶତ ବୃଦ୍ଧି ପାଇ ୪,୬୬୮ କୋଟି ଟଙ୍କା ହୋଇଛି। ସେହିପରି କନସୋଲିଡେଟେଡ୍ ଟିକସ ପରବର୍ତ୍ତର୍ୀ ଲାଭ ୧୯ ପ୍ରତିଶତ ବୃଦ୍ଧି ପାଇ ୨୩୮୫ କୋଟି ଟଙ୍କା ହୋଇଛି। ଏହି ସମୟରେ ରାଜସ୍ୱ ପରିମାଣ ୬୦,୭୯୪ କୋଟି ଟଙ୍କା ଓ ଅସ୍ଥିର ପରିବେଶ ସତ୍ୱେ ଏବିଟ୍‌ଡା ୨୭ ପ୍ରତିଶତ ବୃଦ୍ଧି ୯,୩୭୦ କୋଟି ଟଙ୍କା ହୋଇଛି। ଭାରତରେ ଏବିଟଡା ଟନ ପିଛା ୩୨୫୫ ଟଙ୍କା ବୃଦ୍ଧି ପାଇ ଟନ୍ ପିଛା ୧୯,୧୬୨ କୋଟି ଟଙ୍କା ହୋଇଛି।

 

ଭାରତରେ ଅଶୋଧିତ ଇସ୍ପାତ ଉତ୍ପାଦନ ୫.୭୬ ନିୟୁତ ଟନ୍ ଓ ଡେଲିଭରି ୫.୧୭ ନିୟୁତ ଟନ୍ ହୋଇଛି। ମେରାମଣ୍ଡଳୀ ଓ କଳିଙ୍ଗନଗରରେ ମରାମତି କାର୍ଯ୍ୟ ପାଇଁ ଉତ୍ପାଦନ ଓ ଡେଲିଭରି ପ୍ରଭାବିତ ହୋଇଥିଲା। ଆସନ୍ତା ତ୍ରୈମାସିକରେ ସେଥିରେ ସୁଧାର ଆଶା କରାଯାଉଛି।

 

ନେଦରଲ୍ୟାଣ୍ଡ୍‌ରେ ରାଜସ୍ୱ ୧୪୪୫ ନିୟୁତ ୟୁରୋ ଓ ଏବିଟଡା ୪ ନିୟୁତ ୟୁରୋ ହୋଇଛି। ତରଳ ଇସ୍ପାତ ଉତ୍ପାଦନ ୧.୫୫ ନିୟୁତ ଟନ ଓ ଡେଲିଭରି ୧.୪୦ ନିୟୁତ ଟନ ହୋଇଛି। ବ୍ରିଟେନରେ ରାଜସ୍ୱ ୪୮୪ ନିୟୁତ ଟନ ଓ ଏବିଟଡା ୨୭ ନିୟୁତ ଟନ ହୋଇଛି।

 

ଏହି ତ୍ରୈମାସିକରେ କମ୍ପାନିର ପୁ୍‌ଞ୍ଜି ବ୍ୟୟ ୩୫୭୯ କୋଟି ଟଙ୍କା, ନିଟ ଋଣ ୮୪,୧୭୩ କୋଟି ଟଙ୍କା ଓ ଏବିଟଡାକୁ ନିଟ ଋଣ ୨.୩ ଗୁଣା ରହିଛି। କମ୍ପାନିର ନଗଦ ପରିମାଣ ୪୫,୯୫୦ କୋଟି ଟଙ୍କା ରହିଛି ଏବଂ ନଗଦ ଓ ନଗଦ ସମାନ ପରିମାଣ ୧୩,୨୨୧ କୋଟି ଟଙ୍କା ରହିଛି। ଲୁଧିଆନାରେ ୦.୭୫ ଏମଟିପିଏ ଇଏଏଫର ଉତ୍ପାଦନ ତ୍ୱରାନ୍ୱିତ ହୋଇଛି ଓ ୦.୭ ଏମଟିପିଏ ହଟ ରୋଲଡ ପିକଲିଂ ଓ ଗାଲଭାନାଇଜିଂ ଲାଇନ ସହିତ ଟିନ ପ୍ଲେଟର ପ୍ରଥମ ପର୍ଯ୍ୟାୟ ସମ୍ପ୍ରସାରଣ ୦.୪ରୁ ୦.୭ ଏମଟିପିଏକୁ ବୃଦ୍ଧି ପାଇଛି।

 

ନୀଳାଚଳ ଇସ୍ପାତ ନିଗମ ଲିମିଟେଡରେ ଇସ୍ପାତ ଉତ୍ପାଦନ କ୍ଷମତାକୁ ୩୩,୮୭୩ କୋଟି ଟଙ୍କା ନିବେଶରେ ୪.୮ ନିୟୁତ ଟନ ସମ୍ପ୍ରସାରଣ କରିବା ପ୍ରସ୍ତାବକୁ ବୋର୍ଡ ମଞ୍ଜୁର କରିଛି।

 

ଏହି ଅବସରରେ ଟାଟାର ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟି ଭି ନରେନ୍ଦ୍ରନ କହିଛନ୍ତି ଯେ, “ମଧ୍ୟପ୍ରାଚ୍ୟ ଘଟଣା ଓ ଜଟିଳ ବିଶ୍ୱ ପରିଚାଳନା ପରିବେଶ ଯୋଗୁଁ ଏହି ତ୍ରୈମାସିକରେ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହେବା ସହିତ ଇନପୁଟ ଖର୍ଚ୍ଚ ବଢ଼ିଥିଲା। ଏଭଳି ଆହ୍ୱାନ ସତ୍ୱେ କ୍ରମାଗତ ତୃତୀୟ ତ୍ରୈମାସିକରେ ଟାଟା ଷ୍ଟିଲ ଟନ ପିଛା ଉଲ୍ଲେଖନୀୟ ଏବିଟଡା ହାସଲ କରିଛି। ଭାରତ କାରବାର ଆମ ପ୍ରଦର୍ଶନର ମେରୁଦଣ୍ଡ ହୋଇ ରହିଛି ଯେଉଁଠାରେ ଡେଲିଭରି ୧୧ ପ୍ରତିଶତ ବୃଦ୍ଧି ପାଇ ୪.୮୫ ନିୟୁତ ଟନ ହୋଇଛି। ଆମ ଦୃଢ଼ ବାଣିଜ୍ୟିକ ରଣନୀତି ଓ ବଜାର ମିଶ୍ରଣ ଆମକୁ ବିଭିନ୍ନ କ୍ଷେତ୍ରରେ ମୂଲ୍ୟ ସର୍ବାଧିକ କରିବାରେ ସହାୟକ ହୋଇଥିଲା। ଫଳରେ ଟନ ପିଛା ଇସ୍ପାତୋ ୫୯୯୧ ଟଙ୍କା ମିଳିପାରିଥିଲା। ଆମର ହାଇଏଣ୍ଡ ବିକ୍ରିରେ ୨୧ ପ୍ରତିଶତ ବୃଦ୍ଧି ଘଟିଥିଲା। ଟାଟା ଟିସକମ୍ ଓ ଟାଟା ଷ୍ଟିଲିୟମରେ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଥିଲା। ଆଶିୟାନା ଓ ଡିଗଇସିଏର ମୋଟ ସାମଗ୍ରୀ ମୂଲ୍ୟ ୬୧ ପ୍ରତିଶତ ବୃଦ୍ଧି ପାଇ ୨,୨୦୦ କୋଟି ଟଙ୍କା ହୋଇଥିଲା। ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ସମ୍ପ୍ରସାରଣକୁ ଆମ ବୋର୍ଡ ଅନୁମୋଦନ କରିଛି। ବ୍ରିଟେନରେ ଆମେ ସରକାରଙ୍କ ସହ ଯୋଗାଯୋଗରେ ରହିଛୁ ଓ ନେଦରଲ୍ୟାଣ୍ଡସରେ ସ୍ଥାନୀୟ କର୍ତୃପକ୍ଷଙ୍କ ସହ ମିଶି କାର୍ଯ୍ୟ କରୁଛୁ।’’

ଟାଟା ଷ୍ଟିଲର କାର୍ଯ୍ୟନିର୍ବର୍ାହୀ ନିର୍ଦ୍ଦେଶକ ଓ ମୁଖ୍ୟ ବିତ୍ତ ଅଧିକାରୀ ଶ୍ରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “ଏହି ତ୍ରୈମାସିକରେ ଆମ ରାଜସ୍ୱ ୬୦,୭୯୪ କୋଟି ଟଙ୍କା ଓ ଏବିଟଡା ୯୩୭୦ କୋଟ ଟଙ୍କା ହୋଇଛି। ଭାରତରେ ରାଜସ୍ୱ ୩୬,୯୮୯ କୋଟି ଟଙ୍କା ଓ ଏବିଟଡା ୯୯୦୮ କୋଟି ଟଙ୍କା ହୋଇଛି। ଟନ ପିଛା ଏବିଟଡା ୧୯,୬୧୨ ଟଙ୍କାକୁ ବୃଦ୍ଧି ପାଇଛି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ଏବିଟଡା ୪୯୮ କୋଟି ଟଙ୍କା ହୋଇଛି। ବ୍ରିଟେନରେ ଏବିଟଡା କ୍ଷତି ୪୮ ନିୟୁତ ପାଉଣ୍ଡକୁ ହ୍ରାସ ପାଇଛି। ନେଦରଲ୍ୟାଣ୍ଡସରେ ଡାଇରେକ୍ଟ ସିଟ ପ୍ଲାଂଟ ସାମୟିକ ବନ୍ଦ ରହିବାରୁ ପ୍ରଦର୍ଶନ ପ୍ରଭାବିତ ହୋଇଥିଲା। ଏହି ତ୍ରୈମାସିକରେ ପୁଂଜି ବ୍ୟୟ ଆକାରରେ ଆମେ ୩,୫୭୯ କୋଟି ଟଙ୍କା ଖର୍ଚ୍ଚ କରିଛୁ। ନିଟ ଋଣ ପରିମାଣ ୮୪,୧୭୩ କୋଇ ଟଙ୍କା ରହିଛି। ଆମର ନଗଦ ପରିମାଣ ୪୫,୯୫୦ କୋଟଇ ଟଙ୍କା ଓ ନଗଦ ତଥା ନଗଦ ସମାନ ୧୩,୨୨୧ କୋଟି ଟଙ୍କା ରହିଛି। ନୀଳାଚଳ ଇସ୍ପାତ ନିଗମ ଲିମିଟେଡର ସମ୍ପ୍ରସାରଣ ପାଇଁ ବୋର୍ଡ ୩୩,୮୭୩ କୋଟି ଟଙ୍କାର ପୁଞ୍ଜି ବ୍ୟୟ ମଂଜୁର କରିଛି।’’

Share

Leave a Reply

Your email address will not be published. Required fields are marked *

twenty + 17 =