Business

ସେହତ: ସୁସ୍ଥକର ଗ୍ରାମ ପାଇଁ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନର ମିସନ

ଭୁବନେଶ୍ୱର: ସାରା ଭାରତରେ ଅନେକ ଗ୍ରାମୀଣ ସମୁଦାୟ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବା ଏବେବି ସ୍ୱପ୍ନ ହୋଇରହିଛି। ଉତ୍ତମ ସ୍ୱାସ୍ଥ୍ୟ କେବଳ ମେଡିକାଲ ସେବାଠାରୁ ଯଥେଷ୍ଟ ଅଧିକ। ବିଶୁଦ୍ଧ ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ ସଚେତନତା ଓ ଦୃଢ଼ ଗୋଷ୍ଠୀ ଭିତ୍ତିଭୂମି ସବୁ କିଛି ଗୁଣାତ୍ମକ ଜୀବନ ମାନ ଉନ୍ନତିରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ତାହାକୁ ଦୃଷ୍ଟିରେ ରଖି ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ପକ୍ଷରୁ ଏହାର ପ୍ରମୁଖ ସ୍ୱାସ୍ଥ୍ୟ ସେବା ଓ ଗୋଷ୍ଠୀ କଲ୍ୟାଣ କାର୍ଯ୍ୟକ୍ରମ ‘ସେହତ’ର ଶୁଭାରମ୍ଭ କରାଯାଇଛି ଓ ଏହାର ଲକ୍ଷ୍ୟ ହେଉଛି ସୁସ୍ଥକର ଓ ଅଧିକ ସ୍ଥାୟୀ ଗ୍ରାମ ସୃଷ୍ଟି କରିବା।
ପାରମ୍ପରିକ ସ୍ୱାସ୍ଥ୍ୟସେବା ପଦକ୍ଷେପଠାରୁ ‘ସେହତ’ ଭିନ୍ନ। ଏହାକୁ ଏକ ସମନ୍ୱିତ ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଭାବେ ପ୍ରସ୍ତୁତ କରାଯାଇଛି। ଦୁର୍ବଳ ସ୍ୱାସ୍ଥ୍ୟ ଫଳାଫଳର ମୂଳ କାରଣର ସମାଧାନ କରିବା ପାଇଁ ଏଥିରେ ଭ୍ରାମ୍ୟମାଣ ମେଡିକାଲ ସେବା, ପ୍ରତିଷେଧକ ସ୍ୱାସ୍ଥ୍ୟ ସଚେତନତା, ପାନୀୟ ଜଳ ପଦକ୍ଷେପ, ହୋମିଓପାଥିକ ଯତ୍ନ, ପରିମଳ ପ୍ରକଳ୍ପ ଓ ଭିତ୍ତିଭୂମି ବିକାଶ ଆଦି ରହିଛି। ଉପେକ୍ଷୀତ ବର୍ଗର ଲୋକମାନଙ୍କ ପାଖରେ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ପହଂଚାଇ ଓ ସେମାନେ ବାସ କରୁଥିବା ପରିବେଶରେ ଉନ୍ନତି ଆଣି ପଶ୍ଚିମବଙ୍ଗ ଓ ଓଡ଼ିଶାର ଗ୍ରାମାଚଂଳରେ ଜୀବନରେ ରୂପାନ୍ତରଣ ଆଣିବାକୁ ‘ସେହତ’ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମର ସମନ୍ୱିତ ହସ୍ତକ୍ଷେପ ମଡେଲରେ ସ୍ୱାସ୍ଥ୍ୟସେବା ପ୍ରଦାନ, ସଚେତନତା, ସ୍ୱଚ୍ଛ ଜଳ ପହଂଚାଇବା ଓ ଗୋଷ୍ଠୀ ଭିତ୍ତିଭୂମି ରହିଛି।
ବର୍ତ୍ତମାନ ‘ସେହତ’ ୪୯ଟି ଗ୍ରାମର ୭୪,୮୦୦ ହିତାଧିକାରୀମାନଙ୍କ ପାଖରେ ପହଂଚିପାରିଛି ଯାହା ଏହାକୁ ଫାଉଣ୍ଡେସନର ସବୁଠାରୁ ପ୍ରଭାବଶାଳୀ ସାମାଜିକ ପଦକ୍ଷେପରେ ପରିଣତ କରିଛି। ଏହି କାର୍ଯ୍ୟକ୍ରମର ମୂଳରେ ରହିଛି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଆଉଟରିଚ ଯାହା ଦୁର୍ଗମ ସମୁଦାୟ ପାଖରେ ସିଧାସଳଖ ପ୍ରାଥମିକ ସ୍ୱାସ୍ଥ୍ୟସେବା ପହଂଚାଇବ ଯାହା ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦୂର କରିବ। ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ସହଯୋଗ ରହିବ ଯେଉଁଥିରେ ପ୍ରତିଷେଧକ ଯତ୍ନ, ପୋଷଣ, ପରିମଳ ଓ ୱେଲନେସ ଉପରେ ଗୁରୁତ୍ୱାରୋପ କରାଯିବ ଏବଂ ସୂଚନା ଆଧାରରେ ସ୍ୱାସ୍ଥ୍ୟ ସେବା ହାସଲ କରିବା ପାଇଁ ଦରକାର ଜ୍ଞାନ ପ୍ରଦାନ କରି ଗୋଷ୍ଠୀକୁ ସଶକ୍ତ କରାଯାଉଛି।
ପଶ୍ଚିମବଙ୍ଗରେ ସେହତ ଦ୍ୱାରା ୨୧ଟି ଗ୍ରାମର ୪୮,୬୪୧ ଜଣ ଲୋକ ଉପକୃତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଛଅଟି ସ୍ୱାସ୍ଥ୍ୟ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ୨,୮୩୧ ଜଣ ଭାଗ ନେଇଥିଲେ ଏବଂ ପାଂଟି ନଳକୂପ ଓ ବିଭିନ୍ନ ଜିଲ୍ଲାରେ ୧୦ଟି ପାନୀୟ ଜଳ ଟାଙ୍କି ମୂତୟନ କରି ଜଳ ସୁରକ୍ଷାକୁ ସୁଦୃଢ଼ କରାଯାଇଛି। ହୋମିଓପାଥିକ କ୍ଲିନିକ ଜରିଆରେ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି ଯାହା ପାଂଚଟି ଗ୍ରାମର ୭,୬୧୦ ଜଣ ହିତାଧିକାରୀଙ୍କ ପାଖରେ ପହଂଚିପାରିଛି।
ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ବ୍ୟତୀତ ସେହତ ପକ୍ଷରୁ ଗୋଷ୍ଠୀ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ନିବେଶ କରାଯାଉଛି। ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟ ସେବା କେନ୍ଦ୍ର (ଏଚସିସି)ର ନବୀକରଣ ଓ ତିନିଟି ଆଦିବାସୀ ଗ୍ରାମରେ ୪୭ଟି ଶୌଚାଳୟ ନିର୍ମାଣ କରିବାକୁ ସହଯୋଗ ପ୍ରଦାନ କରାଯାଇଛି ଯାହା ପରିମଳ ମାନରେ ଉନ୍ନତି ଆଣିବା ସହିତ ସୁସ୍ଥକର ଜୀବନଯାପନ ସ୍ଥିତିର ପ୍ରସାର କରିଛି।
ଶ୍ୟାମ ମେଟାଲିକ୍ସ ଲିମିଟେଡର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ବ୍ରିଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଓ ସ୍ଥାୟୀ ଅଭିବୃଦ୍ଧି ମିଳିତ ଭାବେ ଆଗକୁ ବଢ଼ିବା ଦରକାର ବୋଲି ରହିଥିବା ବିଶ୍ୱାସ ଉପରେ ଆମ ସିଏସଆର ଅଭିଯାନ ପର୍ଯ୍ୟବସିତ। ସ୍ୱାସ୍ଥ୍ୟସେବା, ଶିକ୍ଷା, ଜୀବନଜୀବିକା ଓ ଗୋଷ୍ଠୀ ବିକାଶରେ ହସ୍ତକ୍ଷେପ ଜରିଆରେ କମ୍ପାନି ପାରିପାର୍ଶ୍ୱିକ ସମୁଦାୟରେ ଅର୍ଥପୂର୍ଣ୍ଣ ଓ ଦୀର୍ଘକାଳୀନ ପ୍ରଭାବ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି।
ଓଡ଼ିଶାରେ ଏହି ଅଭିଯାନ ୨୮ଟି ଗ୍ରାମର ୨୬,୧୯୦ ହିତାଧିକାରୀଙ୍କ ନିକଟରେ ପହଂଚିଛି। ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମରେ ୭୫୬ ଗୋଷ୍ଠୀ ସଦସ୍ୟ ଭାଗ ନେଇଥିଲେ ଓ ସମସ୍ତ ୨୮ଟି ଗ୍ରାମରେ ଟ୍ୟାଙ୍କର ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା ଯାହା ହଜାର ହଜାର ପରିବାର ପାଇଁ ସୁରକ୍ଷିତ ଜଳ ହାସଲ କରିବାରେ ଉନ୍ନତି ଆଣିବା ସହ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପୂରଣ କରିଥିଲା।
‘ସେହତ’କୁ ଯାହା ଅନ୍ୟମାନଙ୍କଠାରୁ ଭିନ୍ନ କରିଛି ତାହା ହେଉଛି ଏହାର ସାମଗ୍ରିକ ଆଭିମୁଖ୍ୟ। ସ୍ୱସ୍ଥ୍ୟସେବା, ଜଳ, ପରିମଳ ଓ ସଚେତନତାକୁ ଭିନ୍ନ ଭିନ୍ନ ଆହ୍ୱାନ ଭାବେ ମୁକାବିଲା ନ କରି ଏହି କାର୍ଯ୍ୟକ୍ରମ ଗୋଷ୍ଠୀ କଲ୍ୟାଣ ପାଇଁ ସେହି ସବୁ ବିଷୟକୁ ଗୋଟିଏ ପ୍ଳାଟଫର୍ମ ଅଧୀନକୁ ଆଣିଛି। ଏକ ଭ୍ରାମ୍ୟମାଣ ମେଡିକାଲ ପରାମର୍ଶ ହେଉ କିମ୍ବା ଜଳ ଯୋଗାଣ ପଦକ୍ଷେପ, ପରିମଳ ପ୍ରକଳ୍ପ, ତାହା ଏକ ସୁସ୍ଥକର ଓ ଅଧିକ ଆତ୍ମନିର୍ଭର ସମୁଦାୟ ପାଇଁ ଯୋଗଦାନ ଦେଇଛି।
ଆଗାମୀ ଦିନରେ ସ୍ଥାନୀୟ ସ୍ୱାସ୍ଥ୍ୟ ଏଜେନ୍ସି, ଗୋଷ୍ଠୀ ସ୍ୱାସ୍ଥ୍ୟକର୍ମୀ ଓ ଗ୍ରାମୀଣ ଅନୁଷ୍ଠାନ ସହିତ ସହଯୋଗିତାକୁ ସୁଦୃଢ଼ କରି ସେହତକୁ ସମ୍ପ୍ରସାରଣ କରିବାକୁ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ନେଟୱର୍କକୁ ସୁଦୃଢ଼ କରିବା, ପ୍ରତିଷେଧମକ ସ୍ୱାସ୍ଥ୍ୟ ଅଭିଯାନକୁ ବ୍ୟାପକ କରିବା ଏବଂ ଆଗାମୀ ବର୍ଷଗୁଡ଼ିକରେ ଅଧିକରୁ ଅଧିକ ଗ୍ରାମରେ ଜଳ ଓ ପରିମଳ ପଦକ୍ଷେପକୁ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି।
‘ସେହତ’ ଜରିଆରେ ଫାଉଣ୍ଡେସନ ଦର୍ଶାଇଛି ଯେ ସୁସ୍ଥକର ସମାଜ ସହିତ ସ୍ଥାୟୀ ବିକାଶ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟସେବା ସହିତ ସ୍ୱଚ୍ଛ ଜଳ, ପରିମଳ, ସଚେତନତା ଓ ଭିତ୍ତିଭୂମିକୁ ମିଶାଇ ସେହତ କେବଳ ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣୁନାହିଁ, ବରଂ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥକର, ଅଧିକ ସମ୍ମାନଜନକ ଭବିଷ୍ୟତର ମୁଳଦୁଆ ପକାଉଛି।

Share

Leave a Reply

Your email address will not be published. Required fields are marked *

4 × 4 =